କଟକ ଜିଲ୍ଲା ବିଜେଡିରେ ଚର୍ଚ୍ଚା, କିଏ ଧରିବେ ସଭାପତି ମଙ୍ଗ?

Spread the love

କଟକ ଜିଲ୍ଲା ବିଜେଡି ସଭାପତିଙ୍କୁ ନେଇ ସସ୍‌ପେନ୍‌ସ । ପ୍ରଥମ ପର୍ଯ୍ୟାୟରେ ଦଳର ୧୮ଟି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଥିଲା । ପରେ ଆଉ ୬ଟି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି ।ଟକ ଜିଲ୍ଲା ବିଜେଡି ସଭାପତିଙ୍କୁ ନେଇ ସସ୍‌ପେନ୍‌ସ । ପ୍ରଥମ ପର୍ଯ୍ୟାୟରେ ଦଳର ୧୮ଟି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଥିଲା । ପରେ ଆଉ ୬ଟି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି । କିନ୍ତୁ କଟକ ଜିଲ୍ଲା ବିଜେଡି ସଭାପତିଙ୍କ ନାଁ ଘୋଷଣା ହୋଇନି । ଗତକାଲି ଘୋଷିତ ବିଜେଡିର ରାଜ୍ୟସ୍ତରୀୟ ସଂଗଠନ କର୍ମକର୍ତ୍ତାଙ୍କ ମଧ୍ୟରେ କଟକ ଜିଲ୍ଲାର ୮ ଜଣ ଅଛନ୍ତି । ତେବେ ଏଥିରେ ବାଙ୍କୀ, ନିଆଳି ଓ ସଦର ନିର୍ବାଚନମଣ୍ଡଳୀର କେହି ସ୍ଥାନ ପାଇନାହାନ୍ତି । ଚର୍ଚ୍ଚା ହେଉଛି, ଏସବୁ ନିର୍ବାଚନମଣ୍ଡଳୀରୁ କୌଣସି ନେତାଙ୍କୁ ବିଜେଡି କଟକ ଜିଲ୍ଲା ସଭାପତି କରିପାରେ । ଦେବାଶିଷ ସାମନ୍ତରାୟ ବର୍ତ୍ତମାନ କଟକ ବିଜେଡି ସଭାପତି ଅଛନ୍ତି । ଶୁଣିବାକୁ ମିଳୁଛି, ଦଳ କୁଆଡ଼େ ତାଙ୍କୁ ରିପିଟ୍‌ ନକରି ନୂଆ ଚେହେରାକୁ ସୁଯୋଗ ଦେଇପାରେ । କଟକ ଜିଲ୍ଲାରେ କିଏ ସାଜିବେ ନବୀନଙ୍କ ସାରଥି? କାହାକୁ ବିଶ୍ଵାସ କରିବେ ସୁପ୍ରିମୋ ? ନିଷ୍ପତ୍ତିକୁ ଗ୍ରହଣ କରିବେ ତ ଅନ୍ୟନେତା? ସଭାପତି ରେସରେ କଟକ ମେୟର ସୁବାସ ସିଂହ, ନିଆଳିର ପୂର୍ବତନ ବିଧାୟକ ପ୍ରମୋଦ ମଲ୍ଲିକ, ପୂର୍ବତନ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବରିଷ୍ଠ ନେତା ପ୍ରଫୁଲ୍ଲ ସିଂହଙ୍କ ନାଁ ରହିଛି ।

ମେୟର ସୁବାସ ସିଂ ଓ ସାଂସଦ ଦେବାଶିଷଙ୍କ ଭିତରେ ଫାଟ ବହୁତ ସମୟରେ ସମ୍ନାକୁ ଆସିଛି । ଯାହା ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏବେ ଦେଖିବାର କଥା, କାହା ମୁଣ୍ଡରେ କଳସୀ ଢାଳିବେ ନବୀନ ।