କଟକ ଜିଲ୍ଲା ନିଆଳି ଥାନା ଅଧିନସ୍ଥ ଦେବୀ କନ୍ଦଳ ଦ୍ଵୀପାଞ୍ଚଳ ରାଣୀଓଳା ପଞ୍ଚାୟତ ବରିଷଣ ଗ୍ରାମ ଓ ଏରଞ୍ଚ ପଞ୍ଚାୟତ କୁଳଶ୍ରୀ ଗ୍ରାମରେ ଦୁଇଟି ବେଆଇନ୍ କରତ କଳ ଉପରେ ମଙ୍ଗଳବାର ବନ ବିଭାଗ,ସ୍ଥାନୀୟ ପୋଲିସ ପକ୍ଷରୁ ଚଢାଉ ହୋଇଛି। ବନ ବିଭାଗ କାଠ ଚିରିବା ପାଇଁ ବ୍ୟବହୃତ ଯନ୍ତ୍ରାଂଶ ଓ ମୂଲ୍ୟବାନ କାଠ ପଟା ଆଦି ଜବତ କରିଛି।

Spread the love

ଦିପାଞ୍ଚଳରେ ଦୁଇ ଚୋରା କରତ କଳ ଉପରେ ବନ ବିଭାଗର ଚଢାଉ, ଯନ୍ତ୍ରାଂଶ ମୂଲବାନ କାଠ ଜବତ।

ନିଆଳି;୨୮/୦୮(ଦର୍ଶନ ସମୀକ୍ଷା) କଟକ ଜିଲ୍ଲା ନିଆଳି ଥାନା ଅଧିନସ୍ଥ ଦେବୀ କନ୍ଦଳ ଦ୍ଵୀପାଞ୍ଚଳ ରାଣୀଓଳା ପଞ୍ଚାୟତ ବରିଷଣ ଗ୍ରାମ ଓ ଏରଞ୍ଚ ପଞ୍ଚାୟତ କୁଳଶ୍ରୀ ଗ୍ରାମରେ ଦୁଇଟି ବେଆଇନ୍ କରତ କଳ ଉପରେ ମଙ୍ଗଳବାର ବନ ବିଭାଗ,ସ୍ଥାନୀୟ ପୋଲିସ ପକ୍ଷରୁ ଚଢାଉ ହୋଇଛି। ବନ ବିଭାଗ କାଠ ଚିରିବା ପାଇଁ ବ୍ୟବହୃତ ଯନ୍ତ୍ରାଂଶ ଓ ମୂଲ୍ୟବାନ କାଠ ପଟା ଆଦି ଜବତ କରିଛି। ସୂଚନା ମୁତାବକ ଓଡିଶା ସ’ ମିଲ୍ ଓ ସ’ ପିଟସ୍(୧୯୯୧) ଆଇନ ଆଧାରରେ କରତ କଳ ଚଲେଇବା ପାଇଁ ଲାଇସେନ୍ସ ଥିବା ଆବଶ୍ୟକ। କିନ୍ତୁ, ଦୁଇଟି ଚୋରା କରତ କଳ ବହୁ ଦିନ ଧରି ଅଞ୍ଚଳରେ ଚାଲିଥିଲା। ଚଢାଉରେ କଟକ ଡିଏଫଓ ରଜନୀ କାନ୍ତ ମହାନ୍ତି, ଫୁଲନଖରା ରେଞ୍ଜର, ନିଆଳି ବନ ବିଭାଗ, ନିଆଳି ଥାନା, କସର୍ଦ୍ଦା ଫାଣ୍ଡି ଓ ଭିଜିଲାନ୍ସ ମିଳିତ ଭାବେ ଚଢ଼ାଉ କରିଥିଲେ। ନିଆଳିରେ ଏପରି ଅନେକ ସ୍ଥାନରେ ବେଆଇନ୍ କରତ କଳ ଚାଲୁଥିବାର ଦେଖିବାକୁ ମିଳିଛି। ମାଧବ, ନିଆଳି ବଜାର, ନୁଆଗାଁ, କୃଷ୍ଣପ୍ରସାଦ ଆଦି ଅଞ୍ଚଳରେ।ଏହି ସବୁ ଜାଗାରେ କେବେ ବନ ବିଭାଗ ଦୃଷ୍ଟି ଦେଉଛି ତାହା ସାଧାରଣରେ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *