Spread the love

କଟକ ଜିଲ୍ଲା ଭାରତ ସ୍କାଉଟ ଗାଇଡ ପକ୍ଷରୁ ଆଜି ଠାରୁ ରେଭେନ୍ସା କଲିଜିଏଟ୍ ସ୍କୁଲ ଠାରେ ତିନିଦିନ ବ୍ୟାପି ଜିଲ୍ଲା ସ୍ତରୀୟ ସ୍କାଉଟ ଗାଇଡ ଶିବିର ଆରମ୍ଭ ହୋଇଛି। ଏହି ଶିବିରରେ ଜିଲ୍ଲା ର 86ଟି ବିଦ୍ୟାଳୟର ପ୍ରାୟ ୭୦୦ ରୁ ଉର୍ଦ୍ଧ୍ବ ସ୍କାଉଟ୍ ,ଗାଇଡ ଏବଂ ସ୍କାଉଟ୍ ମାଷ୍ଟର, ଗାଇଡ କ୍ୟାପଟେନ ମାନେ ଯୋଗ ଦେଇଛନ୍ତି। ଶିବିରରେ 3 ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ଶିବିରରେ ଛାତ୍ର ଛାତ୍ରୀ ମାନେ ଶାରୀରିକ କୌଶଳ, ପ୍ରାଥମିକ ଚିକିତ୍ସା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ସମ୍ପର୍କ ରେ ପ୍ରଶିକ୍ଷଣ ଗ୍ରହଣ କରିବେ। ଏହା ବ୍ୟତୀତ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଆଜି ଠାରୁ ଏହି ଶିବିର ଆରମ୍ଭ ହୋଇ ଆସନ୍ତା ଶୁକ୍ରବାର ଦିନ କ୍ୟାମ୍ପ ଫାୟାର ମାଧ୍ୟମରେ ଶିବିର ଉଦଯାପିତ ହେବ। ଜିଲ୍ଲା ଶିକ୍ଷା ମଣ୍ଡଳ ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଆଜି ଶିବିର ଉଦ୍ଘାଟିତ ହୋଇଯାଇଛି ।

ସମାଜର ସଂପାଦକ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ସ୍ବତନ୍ତ୍ର ଅତିଥି, ଅତିରିକ୍ତ ଜିଲ୍ଲାପାଳ ଦିବ୍ୟାଲୋଚନ ମହାନ୍ତ, ମୁଖ୍ୟ ବକ୍ତା ଭାବରେ କୃଷ୍ଣ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୋନମିକା ରାଏ, ବି ଇ ଓ ସରସ୍ଵତୀ କାନୁନଗୋ, ଏବଂ ସ୍କାଉଟ ଗାଇଡ ର ସମ୍ପାଦିକା ସୌଦାମିନୀ ଦାସ, ଅଶୋକ ମହାପାତ୍ର, ନିରୁପମା ମଲ୍ଲିକ,ଅତିଥି ଭାବରେ ଯୋଗଦେଇ କହିଲେ ଏହି ଶିବିର ଦ୍ଵାରା ଛାତ୍ର ଛାତ୍ରୀ ମାନେ ନିଜକୁ ଶୃଙ୍ଖଳିତ ଭାବେ ଗଢି ତୋଳି ସେମାନଙ୍କର ଉଜ୍ବଳ ଭବିଷ୍ୟତ ଗଠନ କରିପାରିବେ। ପ୍ରାରମ୍ଭରେ ରେଭେନ୍ସା କଲିଜିଏଟ ସ୍କୁଲର ଶିକ୍ଷକ ଶ୍ରୀ ବିଶ୍ଵନାଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ। ରେଭେନ୍ସା କଳିଯିଏଟ୍ ସ୍କୁଲର ପ୍ରଧନଶିକ୍ଷକ ପ୍ରଗତି ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *