ନାଦ ନିନାଦ ଅନୁଷ୍ଠାନର ଗ୍ରୀଷ୍ମ ଉତ୍ସବ ୨୦୨୫ ପାଳିତ
କଟକ
୨୪-୦୫-୨୫ରିଖ ( ଦର୍ଶନ ସମୀକ୍ଷା) ଆଜି ସ୍ଥାନୀୟ କଳାବିକାଶ କେନ୍ଦ୍ର ପ୍ରେଖ୍ୟାଳୟ ରେ କଟକ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ନାଦ ନିନାଦ’ ର ଦୁଇ ଦିନିଆ ଗ୍ରୀଷ୍ମ ଉତ୍ସବ ୨୦୨୫ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବକୁ ବିଶିଷ୍ଟ କଣ୍ଠ ଶିଳ୍ପୀ ପଦ୍ମଶ୍ରୀ ଡ଼. ଶ୍ୟାମାମଣୀ ଦେବୀ ଉଦଘାଟନ କରି ଭାରତୀୟ ଶାସ୍ତ୍ରୀୟ ସଂଗୀତ କିପରି ସମାଜ କୁ ଶୃଙ୍ଖଳିତ କରେ ସେ ସମ୍ପର୍କ ରେ ମାର୍ଗ ଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଭାବେ ରବୀନ୍ଦ୍ର ନାଥ ମହାନ୍ତି, ସୁଧୀ ରଞ୍ଜନ ମିଶ୍ର ଓ ଶ୍ରୀ ଅସୀମ କୁମାର ଯୋଗ ଦେଇ ଶାସ୍ତ୍ରୀୟ ସଙ୍ଗୀତ, ଓଡିଶୀ ସଂଗୀତ ଓ ନୃତ୍ୟ ର ପ୍ରଚାର ପ୍ରସାର କ୍ଷେତ୍ରରେ ‘ନାଦ ନିନାଦ’ ର ନିରନ୍ତର ପ୍ରୟାସ କୁ ଉଚ୍ଚ ପ୍ରଶଂସା କରିଥିଲେ। ପ୍ରାରମ୍ଭ ରେ ଅନୁଷ୍ଠାନ ର ସଭାପତି ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତ ଗୁରୁ ପଣ୍ଡିତ ଏ. ମହେଶ୍ୱର ରାଓ ସ୍ୱାଗତ ଭାଷଣ ଦେବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ଅନୁଷ୍ଠାନ ର ଆଭିମୁଖ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ।

ରଞ୍ଜନ କୁମାର ସାହୁ ସମ୍ପାଦକ ବିବରଣୀ ପାଠ କରିଥିଲେ। ଶାସ୍ତ୍ରୀୟ ସଂଗୀତର ପ୍ରଚାର ପ୍ରସାର କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଭୁବନେଶ୍ୱର ମି୍ୟୁଜିକ ସର୍କଲ ର ସମ୍ପାଦକ ଇଂ. ଖିରୋଦ ମୋହନା ପଟ୍ଟନାୟକ ଙ୍କୁ ଚଳିତ ବର୍ଷର ନିଦାଘ ସମ୍ମାନ ୨୦୨୫ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅନୁଷ୍ଠାନ ର ଶିଳ୍ପୀ ମାନେ ପଣ୍ଡିତ ଏ. ମହେଶ୍ୱର ରାଓ ଙ୍କ ନିର୍ଦେଶନା ରେ ରାଗ ମାଲା ପରିବେଷଣ କରିଥିଲେ। ଶ୍ରୀ ଯୋଗେନ୍ଦ୍ର ନାଥ ସ୍ୱାଇଁ ତବଲା ରେ ସହଯୋଗ କରିଥିବା ବେଳେ ଗୁରୁ ବିଶ୍ୱନାଥ ମିଶ୍ର ହରମୋନିଅମ ରେ ସହଯୋଗ କରିଥିଲେ। ପରେପରେ ଯୁବ ଶାସ୍ତ୍ରୀୟ ସଂଗୀତ କଣ୍ଠ ଶିଳ୍ପୀ ଏ. ଶିବ ପ୍ରସାଦ ରାଓ ହିନ୍ଦୁସ୍ତାନୀ କଣ୍ଠ ସଂଗୀତ ପରିବେଷଣ କରିଥିଲେ। ତାଙ୍କ ସହିତ ଶ୍ରୀ କୌସ୍ତୁଭ ସ୍ୱାଇଁ ତବଲା ରେ ସହଯୋଗ କରିଥିଲେ। ଶେଷରେ ଦିଲ୍ଲୀର ପ୍ରସିଦ୍ଧ ବେହେଲା ବାଦକ ଶ୍ରୀ ୟଦଦେଶ ରାଇକର ବେହେଲା ବାଦନ କରି ଦର୍ଶକ ଙ୍କୁ ବିମୋହିତ କରିଥିଲେ। ତାଙ୍କ ସହିତ ତବଲା ରେ ଶ୍ରୀ ଜିତେନ୍ଦ୍ର କୁମାର ସ୍ୱାଇଁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସୁଜନ କୁମାର ରାୟଚୌଧୁରୀ, କାନନ ବାଳା ରାୟଚୌଧୁରୀ, ମିଲନ ପରିଡା, ବିଜୟ କୁମାର ସ୍ୱାଇଁ, ଏ. ନାରାୟଣ ରାଓ, ଏ. ମନ୍ଦାକିନୀ ରାଓ, ନମ୍ରତା ମହାନ୍ତି, ଅଜୟ ବାରିକ, ବନ ଲକ୍ଷ୍ମୀ କାନୁନଗୋ, ବିଜୟାଲକ୍ଷ୍ମୀ ପତି, ଲଳିତ ତ୍ରିପାଠୀ ଙ୍କ ସମେତ ‘ନାଦ ନିନାଦ’ ର ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ବିଶିଷ୍ଟ ଉଦଘୋଷକ ବିଚିତ୍ରା ନନ୍ଦ ପଣ୍ଡା ପରିଚାଳନା କରିଥିବା ବେଳେ ବିଶ୍ୱନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Leave a Reply