Spread the love

ଓଡ଼ିଶା ଆୟୁର୍ବେଦିକ ସେବା ସଂସ୍ଥା ପକ୍ଷରୁ ଆଜି ଧନନ୍ତ୍ୱରି ଙ୍କ ର ଜାତୀୟ ସ୍ତରୀୟ ଜୟନ୍ତୀ ସମାରୋହ ଶ୍ରୀରାମ ଚନ୍ଦ୍ର ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି :

କଟକ : ବିଶ୍ଵ ଚିକିତ୍ସା ବିଜ୍ଞାନକୁ ଭାରତର ଆୟୁର୍ବେଦିକ ଚିକିତ୍ସାକୁ ଦାନ ଅତୁଳନୀୟ। ଆଜିଠାରୁ 3000 ବର୍ଷ ପୂର୍ବେ ଭାରତରେ ଆୟୁର୍ବେଦ ଚିକିତ୍ସ୍ୟା ଆରମ୍ଭ ହୋଇ ପରବର୍ତ୍ତୀ କଳାରେ ସମଗ୍ର ବିଶ୍ୱରେ ଏହି ଚିକିତ୍ସା ର ପ୍ରସାର ଘଟିଲା।

ଏବେ ବିଶ୍ୱରେ କେତେକ ରାଷ୍ଟ୍ର ଆୟୁର୍ବେଦ ଚିକିତ୍ସା କୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଗଛ ପତ୍ର, ଚେର ମୂଳି ରୁ ଔଷଧ ପ୍ରସ୍ତୁତ କରାଯାଇ ଖୁବ୍ କମ୍ ଖର୍ଚ୍ଚ ରେ ଚିକିତ୍ସା କରାଯାଏ। ଏହି ଚିକିତ୍ସାର ପ୍ରଚାର ପ୍ରସାର ପାଇଁ ସରକାରୀ ପ୍ରୋତ୍ସାହନ ର ପ୍ରାସଙ୍ଗିକତା ରହିଛି ବୋଲି ବହୁ ବିଶିଷ୍ଟ ବକ୍ତା ଆୟୁର୍ବେଦ ଚିକିତ୍ସା ର ପ୍ରବର୍ତ୍ତକ ଧନନ୍ତ୍ଵରି ଙ୍କ ର ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ପ୍ରକାଶ କରିଛନ୍ତି।

ଓଡ଼ିଶା ଆୟୁର୍ବେଦିକ ସେବା ସଂସ୍ଥା ପକ୍ଷରୁ ଆଜି ଧନନ୍ତ୍ୱରି ଙ୍କ ର ଜାତୀୟ ସ୍ତରୀୟ ଜୟନ୍ତୀ ସମାରୋହ ଶ୍ରୀରାମ ଚନ୍ଦ୍ର ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସେବା ସଂସ୍ଥାର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଡକ୍ଟର ଦୀନବନ୍ଧୁ ମହାରଣା କାର୍ଯ୍ୟ କ୍ରମରେ ସଭାପତିତ୍ବ କରି ସ୍ଵାଗତ ଭାଷଣ ଦେଇ ଆୟୁର୍ବେଦିକ ଚିକିତ୍ସା ଉପରେ ଗୁରୁତ୍ବ ଆରୋପ କରିଥିଲେ। ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର କୁଳପତି ଡକ୍ଟର ପ୍ରଫେସର୍ କମଲଜିତ୍ ସିଂ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଲେ ଏବେ ବିଶ୍ୱରେ କେତେକ ରାଷ୍ଟ୍ର ଆୟୁର୍ବେଦ ଚିକିତ୍ସାକୁ ଆପଣାଇ ନେଇଛନ୍ତି। ଅତୀତରେ ଭାରତର ମୁନି ଋଷି ମାନେ ଆୟୁର୍ବେଦିକ ଚିକିତ୍ସା ମାଧ୍ୟମରେ ସୁସ୍ଥ ସବଳ ରହି ଦୀର୍ଘ ଦିନ ବଞ୍ଚି ରହୁଥିଲେ। ଏଥି ସହିତ ଡକ୍ଟର ସିଂ ଆୟୁର୍ବେଦ ଚିକିତ୍ସା ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଡକ୍ଟର ତେଜ ପ୍ରତାପ, ଡକ୍ଟର ରବିନାରାୟଣ ପଣ୍ଡା, ଡକ୍ଟର ପ୍ରଦୀପ ପଣ୍ଡା ଏବଂ ଶୈଳବାଳା ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଡକ୍ଟର ପ୍ରଭାତୀ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଆୟୁର୍ବେଦ ଚିକିତ୍ସା ଉପରେ ଗୁରୁତ୍ବ ଆରୋପ କରି କହିଲେ କାମ ଖର୍ଚ୍ଚ ରେ ବହୁ କଠିନ ରୋଗ ଆୟୁର୍ବେଦ ଚିକିତ୍ସା ଦ୍ବାରା ଆରୋଗ୍ୟ ଲାଭ କରନ୍ତି।ଅତିଥି ମାନେ ସ୍ବାସ୍ଥ୍ୟ ସନ୍ଦେଶ ପୁସ୍ତିକା କୁ ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ସଂଯୋଜକ ଅଜିତ ମହାପାତ୍ର କାର୍ଯ୍ୟ କ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ।

Related Post

Leave a Reply

Your email address will not be published. Required fields are marked *

You Missed