କଟକ //ଏଥର ଦୁର୍ଗାପୂଜା ଭସାଣି ରେ DJ ବନ୍ଦ. ଲେଜର ଲାଇଟ ବନ୍ଦ.ତୁଳସୀପୁର ସ୍ଥିତ ଶାରଳା ଭବନ ଠାରେ କମିସନରେଟ ପୋଲିସ ପକ୍ଷରୁ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୁର୍ଗାପୂଜା କୁ ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ କରିବା ପାଇଁ ବିଭିନ୍ନ ପୂଜା କମିଟି ର ସହଯୋଗ କାମନା କରିଛନ୍ତି । ପୋଲିସ କମିଶନର ଶ୍ରୀ ଏସ ଦେବଦତ୍ତ ସିଂ ଙ୍କ ଅଧ୍ୟକ୍ଷତାରେ ଦୁର୍ଗା ପୂଜାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି -ଭରତ ଚନ୍ଦ୍ର ମହାରଣା କଟକ

Spread the love

ଚଳିତ ବର୍ଷ କଟକ ଟ୍ୟୁନ୍ ସିଟି ରେ ଦୁର୍ଗାପୂଜା ଭସାଣୀ ରେ ଡିଯେ ବାଣ ଏବଂ ଲେଜର ଲାଇଟ୍ କୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

କଟକ:(ଦର୍ଶନସମୀକ୍ଷା) ତୁଳସୀପୁର ସ୍ଥିତ ଶାରଳା ଭବନ ଠାରେ କମିସନରେଟ ପୋଲିସ ପକ୍ଷରୁ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୁର୍ଗାପୂଜା କୁ ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ କରିବା ପାଇଁ ବିଭିନ୍ନ ପୂଜା କମିଟି ର ସହଯୋଗ କାମନା କରିଛନ୍ତି । ପୋଲିସ କମିଶନର ଶ୍ରୀ ଏସ ଦେବଦତ୍ତ ସିଂ ଙ୍କ ଅଧ୍ୟକ୍ଷତାରେ ଦୁର୍ଗା ପୂଜାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଦୁର୍ଗାପୂଜା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତ୍ବ ଦିଆଯାଇଛି। ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ ଅନୁଯାୟୀ ଶବ୍ଦ ପ୍ରଦୂଷଣ କୁ 65 ଡେସିମାଲ ରେ ରଖିବା ପାଇଁ ବିଭିନ୍ନ ପୂଜା କମିଟି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ ଅନୁଯାୟୀ ରାସ୍ତା ଅବରୋଧ କଲାଭଳି ତୋରଣ ନିର୍ମାଣ ନ କରିବା ପାଇଁ ପରାମର୍ଶ ଦିଆଯାଇଛି। ବିଭିନ୍ନ ପୂଜା ମଣ୍ଡପରେ ମହିଳା ମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ମହିଳା ସାଧା ପୋଷାକ ଧାରୀ ପୋଲିସ ଙ୍କୁ ବିଭିନ୍ନ ମଣ୍ଡପରେ ନିୟୋଜିତ କରାଯିବ। ମହିଳା ମାନେ ଶୃଙ୍ଖଳିତ ଭାବରେ ଦେବୀ ଙ୍କୁ ଦର୍ଶନ କରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ। ଏପରିକି ଭିଡ଼କୁ ଏଡ଼ାଇବା ପାଇଁ ଟ୍ରାଫିକ ବ୍ୟବସ୍ଥା ଉପରେ ବୈଠକରେ ଗୁରୁତ୍ୱ ଦିଆ ଯାଇଛି। ସେହିଭଳି ବିଭିନ୍ନ ମଣ୍ଡପ ଓ ଛକ ମାନଙ୍କରେ ସିସିଟିଭି ଖଞ୍ଜା ଯିବ। ଜବରଦସ୍ତ ଚାନ୍ଦା ଆଦାୟ କରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭସାଣି ଶୋଭାଯାତ୍ରାରେ ମଦ୍ୟପ ଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ। ବିଭିନ୍ନ ପୂଜା କମିଟି ପକ୍ଷରୁ ରାସ୍ତାରେ ତୋରଣ ନିର୍ମାଣ ପାଇଁ ପ୍ରଶାସନ ନିକଟକୁ ଅନୁମତି ଆଣିବେ। ରାତି 10 ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସରକାରଙ୍କ ଠାରୁ ଅନୁମତି ମିଳିଲେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ରାତି 12 ଟା ପର୍ଯ୍ୟନ୍ତ ପରିବେଷଣ ପାଇଁ ଅନୁମତି ଦିଆଯିବ। ସେହିଭଳି ରାତି 12 ଟା ପରେ ଶୋଭାଯାତ୍ରାରେ ବାଦ୍ୟ ଯନ୍ତ୍ରକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ। କେବଳ ଘଣ୍ଟ ବଜାଇ ଭସାଣି ଶୋଭାଯାତ୍ରା ଯାଇପାରିବ। ସହରର ବିଭିନ୍ନ ସୁନା ଚାନ୍ଦି ମଣ୍ଡପ ମାନଙ୍କରେ ଶସସ୍ତ୍ର ପୋଲିସ ନିୟୋଜିତ ହେବେ। ଚଳିତ ବର୍ଷ ଦୁର୍ଗାପୂଜା ଏବଂ ଭସାଣି ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ବିଭିନ୍ନ ପୂଜା କମିଟି ର କର୍ମକର୍ତ୍ତା ଙ୍କୁ ଅନୁରୋଧ କରାଯାଇଛି। ପ୍ରସ୍ତୁତି ବୈଠକ ଆରମ୍ଭରେ ଡିସିପି ଖିଲରୀ ଋଷିକେଶ ସ୍ଵାଗତ ଭାଷଣ ଦେଇଥିଲେ। ବୈଠକରେ କଟକ ମହାନଗର ଶାନ୍ତି କମିଟି ର ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ଭିକାରୀ ଦାସ, ବିଧାୟକ ସୌଭିକ ବିଶ୍ଵାଳ, ନୟନ କିଶୋର ମହାନ୍ତି, ମେୟର ସୁବାସ ସିଂ,
ସିଏମ ସି କମିଶନର କିରଣ ଦୀପ କୌର, ପୂର୍ବାଞ୍ଚଳ ଶାନ୍ତି କମିଟିର ସଭାପତି ବିଜୟ ସାହୁ, ଏବଂ ସହରର ବିଭିନ୍ନ ପୁଜକମିଟି ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ମହାନଗର ଶାନ୍ତି କମିଟି ପକ୍ଷରୁ କମିଶନରେଟ ପୋଲିସ କୁ କେତେକ ପ୍ରସ୍ତାବ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *