ଓଡିଶା ଅମଲା ସଙ୍ଘର ପ୍ରେସ ବିବୃତି,ପ୍ରମୁଖ ଦାବୀ// ଜିଲ୍ଲା ସ୍ତରୀୟ ଅମଲାମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ କମ୍ପ୍ୟୁଟର ଜ୍ଞାନ ୨୦୧୭ ମସିହାରୁ ହୋଇଥିଲେ ସୁଦ୍ଧା , ସେହି ଅନୁପାତରେ ଦରମା ବୃଦ୍ଧି କରାଯାଇନାହିଁ । ଏଣୁ କନିଷ୍ଠ ସହାୟକମାନଙ୍କ ଦରମା ଲେବୁଲ-୪ ରୁ ଲେବୁଲ-୯ କୁ ଓ.ଆର.ଏସ.ପି. ନିୟମ ୨୦୧୭ ମୁତାବକ ପ୍ରଦାନ କରାଯାଉ

Spread the love

ଓଡିଶା ଅମଲା ସଙ୍ଘର ପ୍ରେସ ବିବୃତି

ଓଡିଶା ଅମଲା ସଂଘ ରାଜ୍ୟର ଏକ ସର୍ବ ପୁରାତନ ଏବଂ ବୃହତ୍ତମ ସଂଘ, ଯାହାର ସଭ୍ଯ ରାଜ୍ୟରେ ସମସ୍ତ ଜିଲ୍ଲାର ସବୁ ବିଭାଗରେ କାର୍ଯ୍ୟରତ । ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ତୃଣମୂଳ ସ୍ତରରେ ସଫଳ ରୂପାୟନ କରିବାରେ ଏହି ଜିଲ୍ଲା ସ୍ତରୀୟ ଅମଲାଙ୍କ ପ୍ରମୁଖ ଭୂମିକା ଥାଏ । କିନ୍ତୁ ଜିଲ୍ଲା ଅମଲା ଆଜି ରାଜ୍ୟରେ ଅବହେଳିତ ଏବଂ ନିଷ୍ପେସିତ । ଏକମାତ୍ର ଦାବି ୨୦୧୭ ମସିହାରୁ ପ୍ରଚଳିତ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହାରାରେ ଲେବୁଲ-୯ ଦରମା ପ୍ରଦାନ ପାଇଁ ଓଡିଶା ଅମଲା ସଂଘ ବହୁବାର ତତ୍କାଳୀନ ରାଜ୍ୟ ସରକାର ଙ୍କ ବହୁ ଉଚ୍ଚ ପଦାଧିକାରୀ , ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପ୍ରଦାନ କରିବା ସହ ଆଲୋଚନା କରାଯାଇଥିଲେ ମଧ୍ୟ ତତ୍କାଳୀନ ସରକାର ଙ୍କ ଉଦାସୀନତା ଏବଂ ବୈମାତୃକ ମନୋଭାବ ଯୋଗୁଁ ସମଗ୍ର ରାଜ୍ୟରେ କାର୍ଯ୍ୟରତ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ମନରେ ଘୋର ନୈରାଶ୍ୟ ଭାବ ସୃଷ୍ଟି ହୋଇଥିଲା । ଅତଏବ ଗତ ତା ୨୭.୧୧.୨୦୨୨ ରିଖ ଦିନ ରାଜଧାନୀ ଭୁବନେଶ୍ବର ଠାରେ ଏକ ବିଶାଳ ଅମଲା ସମାବେଶ କରାଯାଇ ଅମଲା ଙ୍କ ମନର କୋହ ଏବଂ ନୈରାଶ୍ୟ ଭାବକୁ ରାଜ୍ୟ ସରକାର ଙ୍କ ଦ୍ରୁଷ୍ଟି ଆକର୍ଷଣ କରଯାଇଥିଲା । କିନ୍ତୁ କିଛି ସୁଫଳ ନମିଳିବାରୁ ପୁନଶ୍ଚ ଗତ ତା ୦୧.୦୬.୨୦୨୩ ରିଖ ଠାରୁ ୧୭.୦୬.୨୦୨୩ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ସବୁ ବିଭାଗରେ କାର୍ଯ୍ୟରତ ଜିଲ୍ଲା ଅମଲା ଙ୍କ କାର୍ଯ୍ୟବନ୍ଦ ଡାକରା ରେ ଅଭୂତପୂର୍ବ ସଫଳତା ପରେ ରାଜ୍ୟ ସରକାର ଙ୍କ ସହ ଦାବି ସମ୍ପର୍କେ ଆଲୋଚନା କରଯାଇ ଖୁବ ଶୀଘ୍ର ପୂରଣ କରିବାକୁ ପ୍ରତିଶୃତି ମିଳିଥିଲା । କିନ୍ତୁ ଦୁଃଖ ଓ ବିଡମ୍ବନା ଏହି ଯେ, ଏକମାତ୍ର ଦାବି ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହାରରେ ଲେଭେଲ-୯ ଦରମା ପ୍ରଦାନ ପରିବର୍ତ୍ତେ ସାଧାରଣ ନିର୍ବାଚନ ୨୦୨୪ ଘୋଷଣା ର କିଛି ଦିନ ପୂର୍ବରୁଯୋଜନାବଦ୍ଧ ଭାବେ ଏକ ଅବାଞ୍ଛିତ ଏବଂ କପୋଳ କଳ୍ପିତଭାବରେ ଜିଲ୍ଲା ସ୍ତରୀୟ ଅମଲା ଙ୍କୁ ଭାଗ ଭାଗ କରି ଗତ ତା ୦୬.୦୧.୨୦୨୪ ରିଖ ରେ GA &PG ବିଭାଗରୁ ତିନି ଗୋଟି ନିର୍ଦେଶନାମା ଜାରି କରାଯାଇଥିଲା। ଉକ୍ତ ଆଦେଶ ନାମା କୁ ଓଡିଶା ଅମଲା ସଂଘ ଦୃଢ ପ୍ରତିବାଦ କରିବାସହ ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଆସୁଅଛି। ଓଡିଶା ଅମଲା ସଙ୍ଘର ଗତ ତା ୦୬.୦୪.୨୦୨୫ ରିଖ କାର୍ଯ୍ୟକାରୀଣି ପରିଷଦର ନିଷ୍ପତ୍ତି ମୁତାବକ ତା ୧୦.୦୬.୨୦୨୫ ରିଖ ଠାରୁ ରାଜଧାନୀ ଭୁବନେଶ୍ବର ରେ ସଚିବାଳୟ ସମ୍ମଖରେଧାରଣାରେ ବସିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ସରକାରଙ୍କର ପରାମର୍ଶ କ୍ରମେ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇ ଅଛି । ଭବିଷ୍ୟତରେ ପୁନଶ୍ଚ ଏକ ବିରାଟ ଆନ୍ଦୋଳନକୁ ଏଡାଇବା ପାଇଁ ଆଜି ଆପଣ ମାନଙ୍କ ଜରିଆରେ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରୁ ଯେ ଆମ୍ଭର ଯୁକ୍ତି ସମ୍ମତ ଦାବି ପୂରଣ ପାଇଁ ତୁରନ୍ତ ହସ୍ତକ୍ଷେପ କରି ଏହାର ଆସୁ ସମାଧାନ ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ରାଜ୍ୟରେ କାର୍ଯ୍ୟରତ ହଜାର ହଜାର ଜିଲ୍ଲା ସ୍ତରୀୟ ଅମଲା ଏବଂ ସେମାନଙ୍କ ପରିବାର ଙ୍କ ମନରେ ଖୁସିର ଲହରୀ ସୃଷ୍ଟି କରିବାକୁ ଅନୁରୋଧ ।

ପ୍ରମୁଖ ଦାବୀ:-
୧. ଜିଲ୍ଲା ସ୍ତରୀୟ ଅମଲାମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ କମ୍ପ୍ୟୁଟର ଜ୍ଞାନ ୨୦୧୭ ମସିହାରୁ ହୋଇଥିଲେ ସୁଦ୍ଧା , ସେହି ଅନୁପାତରେ ଦରମା ବୃଦ୍ଧି କରାଯାଇନାହିଁ । ଏଣୁ କନିଷ୍ଠ ସହାୟକମାନଙ୍କ ଦରମା ଲେବୁଲ-୪ ରୁ ଲେବୁଲ-୯ କୁ ଓ.ଆର.ଏସ.ପି. ନିୟମ ୨୦୧୭ ମୁତାବକ ପ୍ରଦାନ କରାଯାଉ।

୨. ଜି.ଏ. ଏବଂ ପି.ଜି. ବିଭାଗ ଦ୍ଵାରା ପ୍ରକାଶିତ ହୋଇଥିବା ରିଜୋଲ୍ଯୁସନ ନଂ ୬୯୮, ୭୦୩ ଏବଂ ୭୦୮ ତା.୦୬.୦୧.୨୦୨୪ କୁ ରଦ୍ଦ କରିବାପାଇଁ ଅନୁରୋଧ ଜଣାଉଛୁ ।

୩. ଜିଲ୍ଲାସ୍ତରୀୟ ଅମଲାମାନଙ୍କ ଦୀର୍ଘ ଦେଢବର୍ଷ ହେଲା ପଦୋନ୍ନତି ହୋଇ ପାରୁନାହିଁ , ସେଥିପାଇଁ ୨୦୧୯ ମସିହାରେ ପ୍ରକାଶ ପାଇଥିବା ଜିଲ୍ଲାସ୍ତରୀୟ ଆମଲାମାନଙ୍କ ନିଯୁକ୍ତି ଓ ପଦୋନ୍ନତି ନିୟମକୁ ବଳବତ୍ତର ରଖାଯାଉ , ଯଥା- ଜି.ଏ. ଏବଂ ପି.ଜି. ବିଭାଗ ର ରିଜୋଲ୍ଯୁସନ ନଂ ୫୬୨୨, ତା ୨୦.୦୨.୨୦୧୯ କୁ କାର୍ଯ୍ୟକାରୀ କରାଯାଉ ।

Leave a Reply

Your email address will not be published. Required fields are marked *