ଓଡ଼ଗାଁ ସାମ୍ବାଦିକ ସଂଘର ଚତୁର୍ଥ ବାର୍ଷିକ ପ୍ରତିଷ୍ଠା ଉତ୍ସବ
ଓଡ଼ଗାଁ,୧୧।୭(ଦର୍ଶନ ସମୀକ୍ଷା): ଓଡ଼ଗାଁ ସାମ୍ବାଦିକ ସଂଘର ଚତୁର୍ଥ ପ୍ରତିଷ୍ଠା ଦିବସ ଶୁକ୍ରବାର ଦିନ ସାମ୍ବାଦିକ ଭବନ ପରିସର ମଧ୍ୟରେ ମହାଆଡମ୍ବରରେ ପାଳିତ ହୋଇଯାଇଛି। ୨୦୨୧ ମସିହା ଆଜିର ଦିନରେ ଓଡ଼ଗାଁ ସାମ୍ବାଦିକ ସଂଘ ସ୍ଥାନୀୟ ଡ଼ାକବଙ୍ଗଳା ପରିସର ମଧ୍ୟରେ ନୂତନ ଭାବରେ ଅନୁଷ୍ଠିତ ହୋଇଥିଲା। ଓଡ଼ଗାଁ ବ୍ଳକ ସାମ୍ବାଦିକ ସଂଘର ସମସ୍ତ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ସଭାପତି ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମୂହ ପ୍ରାର୍ଥନା କରିଥିଲେ।ପରେ ପରେ ସମ୍ପାଦକ ଗଣେଶ୍ଵର ସାହୁ ବିବରଣୀ ପାଠ କରିଥିଲେ। ସାମ୍ବାଦିକ ସଂଘ ଗଠନ ସମୟର ସ୍ମୃତିକୁ ରୋମନ୍ଥନ କରି ବରିଷ୍ଠ ସାମ୍ବାଦିକ ମାନେ ନିଜ ନିଜର ଅନୁଭୁତି ବର୍ଣ୍ଣନା କରିଥିଲେ। ତାପରେ ସମ୍ପାଦକଙ୍କ ପ୍ରସ୍ତାବକୁ ସମ୍ମାନ ଜଣାଇ ଉପସ୍ଥିତ ସମସ୍ତ ସାମ୍ବାଦିକ ଭାଇମାନେ ସମଭାବାପନ୍ନ ଓ ସମନ୍ୱୟ ରକ୍ଷା କରି ଏକଜୁଟ ହୋଇ ଚଳିବା ପାଇଁ ଅଙ୍ଗୀକାର ବଦ୍ଧ ହୋଇଥିଲେ। ପରିଶେଷରେ ଆନୁଷ୍ଠାନିକ ଭାବେ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ମିଳିତ ଭାବରେ ଛେନାପୋଡ଼ କାଟି ସଭାପତି ଓ ସମ୍ପାଦକଙ୍କ ସମେତ ପରସ୍ପର ପରସ୍ପରକୁ ପୋଡ଼ ଖୁଆଇ ଖୁସି ମନାଇ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଓ ସମ୍ପାଦକଙ୍କ ସମେତ ସାମ୍ବାଦିକ ରାମକୃଷ୍ଣ ପରିଡ଼ା, ଦୀନବନ୍ଧୁ ମହାପାତ୍ର, ଜୟକୃଷ୍ଣ ସାହୁ, ଫକିର ମହାରଣା,ସାରସ କୁମାର ମିଶ୍ର, ସୁନୀଲ ପଟ୍ଟନାୟକ, ସୁରେନ୍ଦ୍ର କୁମାର ତ୍ରିପାଠୀ,ରିପନ କୁମାର ପଣ୍ଡା ଓ ମଙ୍ଗରାଜ ବେହେରା ଉପସ୍ଥିତ ଥିଲେ।
Leave a Reply