ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ
ଓଡ଼ଗାଁ,୨୯।୭(ଦର୍ଶନ ସମୀକ୍ଷା):
ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଦଳୀବନ୍ଧ ପରିସରରେ ଆଜି “ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମରେ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି ଭାବରେ,ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ,ରଘୁନାଥ ସମବାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜକିଶୋର ସାହୁ,ପୂର୍ବତନ ସରପଞ୍ଚ ତଥା ଖେଳମଣିଷ ଦିବାକର ନାୟକ,ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା,ବିଜ୍ଞାପିତ ଅଞ୍ଚଳ ପରିଷଦ ର କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ସାହୁ,ବନରକ୍ଷୀ ସୌମ୍ୟରଂଜନ ଦଳେଇ,ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ, ଯଶୋବନ୍ତ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ସାରସ କୁମାର ମିଶ୍ର, ରାମକୃଷ୍ଣ ପରିଡ଼ା,ଗଣେଶ୍ୱର ସାହୁ,ଫକିର ମହାରଣା,ଯୁବ ସ୍ବେଚ୍ଛାସେବୀ ସୂର୍ଯ୍ୟ କାନ୍ତ ପଟ୍ଟନାୟକ,ସମସ୍ତ ଛାତ୍ରାଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ଗହଣରେ ବିଦ୍ୟାଳୟ ହତାମଧ୍ୟରେ ଆମ୍ବ,ନଡ଼ିଆ,ପିଜୁଳି,ଚମ୍ପା, ବଉଳ,ଅମୃତଭଣ୍ଡା,ସଜନା, ଜାମୁ, କରମଙ୍ଗା,ଅଶୋକ,କଦଳୀ ଇତ୍ୟାଦି ବିଭିନ୍ନ ପ୍ରକାରର ଗଛ ଲଗାଯାଇଥିଲା।ବିଦ୍ୟାଳୟର ପରିବେଶ ସଫାସୁତୁରା ,ମଧ୍ୟାହ୍ନ ଭୋଜନ ବଗିଚା,ଛାତ୍ର ଛାତ୍ରୀଙ୍କ ବ୍ୟବହାର ଦେଖି ଅତିଥି ମାନେ ବହୁତ ଖୁସି ବ୍ୟକ୍ତ କରିଥିଲେ।ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଉପସ୍ଥିତିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ ଓ ଶିକ୍ଷିକା ରିତା ପଣ୍ଡା ବିଦ୍ୟାଳୟ ରେ ଲଗାଯାଇଥିବା ଗଛର ଯତ୍ନ ନେବା,ପିଲାମାନଙ୍କୁ ମୋବାଇଲ ରୂପକ ସୈତାନ ଠାରୁ ଦୂରେଇ ରଖିବା,ପଲିଥିନ ବ୍ୟବହାର ବହୁଳ ଭାବରେ ନକରିବା ପାଇଁ ଶପଥପାଠ କରାଇଥିଲେ।ଜରି ମୁଣାର ବ୍ୟବହାର ନକରିବା ପାଇଁ ବିଦ୍ୟାଳୟ ତରଫରୁ ଅତିଥି ମାନଙ୍କୁ ଗୋଟିଏ ଲେଖାଏଁ ସୁତୁଲିବ୍ୟାଗ୍ ପ୍ରଦାନ କରାଯାଇଥିଲା।ଅତିଥି ମାନଙ୍କ ଦ୍ୱାରା ବୃକ୍ଷର ଯତ୍ନ ନେଉଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ପ୍ରଶଂସା ପତ୍ର ଓ କଲମ ପୁରସ୍କାର ଦିଆଯାଇଥିଲା।ପ୍ରତି ପିଲା ଗୋଟିଏ ଗୋଟିଏ ଗଛର ଯତ୍ନ ନେବାପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ।
Leave a Reply