Spread the love

ଓଡ଼ିଶା ଶିକ୍ଷା ଅମଲା ସଂଘ, (ଓମା) କଟକ ଜିଲ୍ଲା ପକ୍ଷରୁ ସଂଘର ମୁଖ୍ୟ ପରାମର୍ଶ ଦାତା ଶ୍ରୀ ହୃଦୟ ବିହାରୀ ମହାପାତ୍ର ଙ୍କ ପରାମର୍ଶ କ୍ରମେ ଆଜି ଖାନନଗର ହାଇସ୍କୁଲ ପରିସରରେ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ସଂଘର ସଭାପତି କୀର୍ତ୍ତି ରଞ୍ଜନ ନାୟକ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠି, କଟକ ଜିଲ୍ଲା ବିଜେପି ନଗର ସଭାପତି ଲଲାଟେନ୍ଦୁ ବଡୁ, ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ, ଖାନନଗର ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରମଥ ନାଥ ଦେ,ଶିକ୍ଷା ପ୍ରେମୀ ମିହିର କୁମାର ପରିଡ଼ା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଅମଲା ସଂଘର ବିଭିନ୍ନ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଆରୋପ କରି କହିଲେ ଶିକ୍ଷା ବ୍ୟବସ୍ଥାକୁ ପ୍ରଚାର ପ୍ରସାର କ୍ଷେତ୍ରରେ ଶିକ୍ଷକ ଅମଲା ସଂଘର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଏହି ଅବସରରେ ନବନିଯୁକ୍ତ, ପଦୋର୍ଣ୍ଣତି, ଏବଂ ଅବସର ଗ୍ରହଣ କରିଥିବା ଭାଇ ଭଉଣୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରାରମ୍ଭରେ ଓଡ଼ିଶା ଶିକ୍ଷା ଅମଲା ସଂଘର ସାଧାରଣ ସମ୍ପାଦକ ଶ୍ରୀ ବିଜୟ କୁମାର ସ୍ବାଇଁ ସ୍ଵାଗତ ଭାଷଣ ଦେଇ ସଂଘର ଏକ ବିବରଣୀ ଉପସ୍ଥାପନ କରିଥିଲେ। ଶେଷରେ ପ୍ରିୟଦର୍ଶୀ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ବାର୍ଷିକ ସମ୍ମିଳନୀରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗ ଦେଇଥିଲେ। କାର୍ଯ୍ୟ କ୍ରମରେ କ୍ଷେତ୍ରମୋହନ ସାହୁ, ପ୍ରଦୀପ୍ତ କିଶୋର ଜେନା, ନିହାର ରଞ୍ଜନ ବାରିକ,ମନୋଜ ସେଠୀ, ଚିତ୍ତରଞ୍ଜନ ପ୍ରଧାନ,ଅଶୋକ ଶରଣ, ବିଭୁପ୍ରସାଦ ଅମୀୟରଞ୍ଜନ ଜେନା, ହିମାଂଶୁ ଭୁଷଣ ସାହୁ, ତମସା ମହାପାତ୍ର, ପ୍ରତାପ ଆଚାର୍ଯ୍ୟ,ରାଜଲକ୍ଷ୍ମୀ ସାହୁ, ପ୍ରାପ୍ତି ମିଶ୍ର, ଗୀତାଞ୍ଜଳି ପତି ପ୍ରମୁଖ ସହଜୋଗ କରିଥିଲେ।

ଶେଷରେ ସଂଘ ପକ୍ଷରୁ 2024/25 ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ନବ ନିର୍ବାଚିତ କର୍ମକର୍ତ୍ତା ମଧ୍ୟରେ ହୃଦୟବିହାରି ମହାପାତ୍ର, ବିଜୟ କୁମାର ସ୍ବାଇଁ ମୁଖ୍ୟ ପରାମର୍ଶ ଦାତା, ଅଧକ୍ଷ ମନୋଜ କୁମାର ସେଠୀ, ସଭାପତି କୀର୍ତ୍ତି ନାୟକ, ଉପ ସଭାପତି ଭାବେ ପ୍ରଦୀପ୍ତ ଜେନା, ପ୍ରମୋଦ କୁମାର ମହାପାତ୍ର, ତମସା ମହାପାତ୍ର,ପ୍ରାପ୍ତି ମିଶ୍ର ସମ୍ପାଦକ ଭାବରେ ପ୍ରିୟଦର୍ଶୀ ନାୟକ, ସାଂଗଠନିକ ସମ୍ପାଦକ କ୍ଷେତ୍ର ମୋହନ ସାହୁ, ଅଶ୍ଵିନୀ କୁମାର ଶରଣ, କାର୍ଯ୍ୟକାରୀ ସଭାପତି ବିଭୁପ୍ରସାଦ ଅମୀୟରଞ୍ଜନ୍ ଜେନା, ସହ ସମ୍ପାଦକ ପ୍ରଭୁପାଦ ସେନାପତି, ସୁଭାସିସ ପଣ୍ଡା, କୋଷାଧ୍ୟକ୍ଷ ପ୍ରତାପ କୁମାର ଆଚାର୍ଯ୍ୟ, ମିଡିଆ ସମ୍ପାଦକ ଦୀକ୍ଷିତ କୁମାର ସ୍ବାଇଁ ନିର୍ବାଚିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *