କେ.ଏସ.ବି.ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କ ମଡେଲ ଡିଗ୍ରୀ କଲେଜ ବିଜ୍ଞାନାଗାର ପରିଭ୍ରମଣ l
ଓଡ଼ଗାଁ,( ଦର୍ଶନ ସମୀକ୍ଷା): ଛାତ୍ରଛାତ୍ରୀଙ୍କ ମନରେ ଉତ୍ତମ ଶିକ୍ଷା ଓ ଜ୍ଞାନର ଅଭିବୃଦ୍ଧି ପାଇଁ କେ.ଏସ.ବି ପବ୍ଲିକ ସ୍କୁଲ ଶରଣକୁଳ ପକ୍ଷରୁ “ଆସ ଦେଖିବା କିଛି ଶିଖିବା “କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଶନିବାର ଏହି କାର୍ଯ୍ୟକ୍ରମର ପ୍ରଥମପର୍ଯ୍ୟାୟରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ଅନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପରିଭ୍ରମଣ କରି ବିଭିନ୍ନ ଜ୍ଞାନ କୌଶଳ ଉପରେ ଶିକ୍ଷା ଲାଭ କରିଛନ୍ତି। ବିଦ୍ୟାଳୟର ଅଧ୍ୟକ୍ଷ ନୀଳମାଧବ ତ୍ରିପାଠୀ, ସହକାରୀ ଶିକ୍ଷକ ଗୌରହରି ସାହୁ, କମଳ ଲୋଚନ ମହାପାତ୍ରଙ୍କ ତତ୍ବାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନୟାଗଡ଼ ନିକଟବର୍ତ୍ତୀ ଲାଠିପଡା ଠାରେ ଥିବା ସରକାରୀ ମଡେଲ ଡିଗ୍ରୀ କଲେଜ ପରିଭ୍ରମଣ କରି ବିଜ୍ଞାନ ଗାର ଗୁଡିକ ବୁଲି ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଥିଲେ l ଡିଗ୍ରୀ କଲେଜ ଅଧ୍ୟକ୍ଷ ମାନସ କୁମାର ଶତପଥୀଙ୍କ ସହଯୋଗରେ ଅଧ୍ୟାପିକା ରଶ୍ମିତା ମଲିକ, ଆକାଶ କୁମାର ନାୟକ, ଶୁଭଶ୍ରୀ ସାମନ୍ତରାୟ ଓ ଅମୃତା ସେନ ଉଦ୍ଭିଦ ବିଜ୍ଞାନ, ଅଧ୍ୟାପିକା ବିଜୟିନୀ ଶୁଭଦର୍ଶିନୀ, ବିଜୟ କୁମାର ସାହୁ ଓ ଉରୁକ୍ରମ ପଣ୍ଡା ପଦାର୍ଥ ବିଜ୍ଞାନ, ପ୍ରଫେସର ରୀନାବାଳା ଘଡେଇ, ସୁନୀଲ ଚନ୍ଦ୍ର ପ୍ରଧାନ, ମୋନାଲିସା ଦାସ ଜୟସିଂହ ଓ ଡ଼. ସୀତାରାମ ସ୍ୱାଇଁ ପ୍ରାଣୀ ବିଜ୍ଞାନ, ଡ଼.ସନ୍ତୋଷ କୁମାର ବେହେରା, ଡ଼.ଅନିୟ କୁମାର ସାମନ୍ତରା, ଜଗବନ୍ଧୁ ନାୟକ, ଦେବାଶିଷ ଦାସ ଓ ମୁନା ଡାକୁଆ ପ୍ରମୁଖ ଅଧ୍ୟାପକ ମାନେ ରସାୟନ ବିଜ୍ଞାନ ଉପରେ ପରୀକ୍ଷଣ ମାଧ୍ୟମରେ ପ୍ରତ୍ୟକ୍ଷ ଶିକ୍ଷା ଦାନ କରିଥିଲେ।ଏଥିରେ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ୪୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସମ୍ପାଦକ ପ୍ରଶାନ୍ତ କୁମାର ଦାଶ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ l
Leave a Reply