ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ଯା ଜଗନ୍ନାଥାୟ ତେ ନମଃ।*
ମୈତ୍ରେୟ କହୁଛନ୍ତି ଯେ ଧ୍ରୁବର ପୁତ୍ର ଗୁଣଧାମ ତାକୁ ରାଜ୍ୟ ଦେଇ ଧ୍ରୁବ ଗଲେ ବନ ତପ କରିବା ପାଇଁ। ସେ ବସିଲା ଉତ୍ତମ ସିଂହାସନରେ। ସେ ସ୍ବଭାବ ରେ ଆତ୍ମଜ୍ଞାନୀ ଓ ସମଦର୍ଶୀ ବୁଦ୍ଧି ଘେନି ଦେଖନ୍ତି ସର୍ବଭୁତରେ ହରି। ତାଙ୍କର ନିର୍ଗୁଣ ମନ ବୁଦ୍ଧି। ସେ ନ ଜାଣେ ବାହ୍ୟ ଅଭ୍ୟନ୍ତର। ତାଙ୍କର ପତ୍ନୀ ର ନାମ ସ୍ଡର୍ବାଥି। ତାଙ୍କର ଉଦରୁ ଛ ପୁତ୍ର ଜାତ ହୋଇଲେ। ତାଙ୍କ ଭିତରେ ପୁଷ୍ପାର୍ଣ୍ଣ କୁ ପ୍ରଭା ସହିତ ବିଭା ଦେଇଥିଲେ।
ବିଦୁର ପଚାରିଲେ ଯେ ବେଣ ରାଜା ଙ୍କ ଚରିତ ବିଷୟରେ। ମୈତ୍ରେୟ କହୁଛନ୍ତି ଅଙ୍ଗ ଅଶ୍ଵମେଧ ଯଜ୍ଞ କଲେ। ଉତ୍ତମ ଋଷି ମାନଙ୍କୁ ବରଣ କଲେ। ସକଳ ମିଳି ଯଜ୍ଞ ଆରମ୍ଭ କଲେ। ବିପ୍ର ମାନେ ଦେଖିଲେ ଦେବ ଗଣ କେହି ନାହାନ୍ତି। ଇନ୍ଦ୍ର ଓ ଦଶଦିଗପାଳ କେହି ନାହାନ୍ତି। ଋଷି ମାନେ ରାଜା ଙ୍କୁ ପଚାରିଲେ କଣ ପାଇଁ ଦେବତା ମାନେ ଯଜ୍ଞ ଭାଗ ଗ୍ରହଣ କରୁ ନାହାନ୍ତି। ଏହି ଜନ୍ମ ରେ ତୋର ଦୋଷ ନାହିଁ। ପୁର୍ବ ଅର୍ଜିତ କର୍ମ ଫଳରେ ସନ୍ତାନ ନାହିଁ ତୋ କୋଳରେ। ଅପୁତ୍ରିକ ଦୋଷ ରୁ ଦେବଗଣ ଯଜ୍ଞ ଭାଗ ଗ୍ରହଣ କରୁ ନାହାନ୍ତି। ପୁତ୍ର ସଂକଳ୍ପ ଅର୍ଥ ରେ ଯଜ୍ଞ ପୁରୁଷ ଙ୍କୁ ଯଜ୍ଞ ରେ ବରଣ କର। ସକଳ ଦେବଗଣ ବରଣ ହୋଇବେ। ସେ ବିଷ୍ଣୁ ହର୍ବିଭାଗ ପାଇ ତୋର ଯଜ୍ଞ ରେ ତୋଷ ହୋଇ ତୋତେ ପୁତ୍ର ଦାନ ଦେବେ। ତୁ ସଂସାର ରୁ ତରି ଯିବୁ।*
ଅଥ ଚେତ୍ତ୍ୱମିମଂ ଧର୍ମ୍ୟଂ ସଂଗ୍ର୍ରାମଂ ନ କରିଷ୍ୟସି । ତତଃ ସ୍ୱଧର୍ମଂ କୀର୍ତିଂ ଚ ହିତ୍ୱା ପାପମବାପ୍ସ୍ୟସି।*
ଶ୍ରୀକୃଷ୍ଣ କହୁଛନ୍ତି ଜଣେ ଯୋଦ୍ଧା ଯଦି ଯୁଦ୍ଧ କ୍ଷେତ୍ରରେ ଅହିଂସା ଆଚରଣ କରନ୍ତି। ତୁମେ କର୍ତ୍ତବ୍ୟ ପାଳନ ନ କରି ସୁନାମ ହରେଇବ। ଫଳରେ ପାପ ଅର୍ଜନ କରିବ।*
କ୍ଷତ୍ରିୟୋଃ ହି ପ୍ରଜା ରକ୍ଷନ୍ଶସ୍ତ୍ରପାଣିଃ ପ୍ରଦଣ୍ଡବାନ୍*
*ନିର୍ଜିତ୍ୟ ପରସୈନ୍ୟାଦି କ୍ଷିତିଂ ଧର୍ମେଣ ପାଳୟେତ୍ । (୧.୬୧)*
“ଜଣେ କ୍ଷତ୍ରିୟର ବୃତ୍ତିଗତ କର୍ତ୍ତବ୍ୟ ହେଲା ଦେଶର ପ୍ରଜାମାନଙ୍କୁ ଶୋଷଣରୁ ରକ୍ଷା କରିବା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ତାଙ୍କୁ ଉପଯୁକ୍ତ ସ୍ଥଳରେ ହିଂସାର ଉପଯୋଗ କରିବାକୁ ପଡିଥାଏ । ସେ ଶତ୍ରୁ ରାଜାଙ୍କ ସୈନ୍ୟମାନଙ୍କୁ ପରାସ୍ତ କରି ଧର୍ମନୀତିର ଅନୁସରଣ ପୂର୍ବକ ଦେଶର ଶାସନ କରିବା ଆବଶ୍ୟକ।”*
ଜନମ ରଂକ ଜନୁ ପାରସ ପାବା । ଅଂଧହଇ ଲୋଚନ ଲାଭୁ ସୁହାଵା ॥*
ମୂକ ବଦନ ଜନୁ ସାରଦ ଛାଈ । ମଆନହଉଁ ସମର ସୁର ଜୟ ପାଈ ॥*
ଭାବାର୍ଥ :- ଆଜନ୍ମ ଦରିଦ୍ର – ଜନ୍ମରୁ ଗରୀବ ଯେପରି ପାରସ ମଣି ପାଇଗଲା, ଜନ୍ମରୁ ଅନ୍ଧ ଯେପରି ସୁନ୍ଦର ଆଖି ରେ ଦେଖି ପାରିଲା, ଜନ୍ମ ରୁ ମୁକ ବେଢ଼ା କଣ୍ଠରେ ଯେପରି ସରସ୍ବତୀ ବସିଗଲେ ଆଉ ସମସ୍ତ ସୁରବୀର ମାନେ ଯେପରି ଆସୁ ସଂଗ୍ରାମରେ – ଯୁଦ୍ଧରେ ବିଜୟୀ ହୋଇଗଲେ – ସେହିପରି ମାଁ ମାନେ ପୁଅ ବୋହୂଙ୍କୁ ଦେଖି ଅମୂଲ୍ୟ ସମ୍ପଦ ପାଇଁ ଖୁସି ହୋଇଗଲେ।*
ଏହି ସୁଖ ତେ ସତ କୋଟି ଗୁନ ପାଵହିଂ ମାତୁ ଆନଂଦୁ । ଭାଇହ୍ନ ସହିତ ବିଆହି ଘର ଆଏ ରଘୁକୁଲଚଂଦୁ ॥*
ଭାବାର୍ଥ :- କିନ୍ତୁ, ଏ ସମସ୍ତ ସୁଖ ରୁ କୋଟି ଗୁଣ ଆନନ୍ଦ ଅନୁଭବ କରୁଥାନ୍ତି, କାହିଁକି ନା, ରଘୁକୁଳର ଚନ୍ଦ୍ରମା ଶ୍ରୀରାମଚନ୍ଦ୍ର ନିଜ ଭାଇ ମାନଙ୍କ ସହିତ ବିବାହ କରି ଘରକୁ ଫେରିଛନ୍ତି।
ଏହି ସଂସାରରେ ସମସ୍ତେ ଅଭିନେତା।ସାଧାରଣତଃ ନାଟକଲୀଳାରେ ଅଭିନେତା ଜାଣନ୍ତି ସେ କିଏ : କିନ୍ତୁ ଆମେ ଅଭିନେତା ହୋଇମଧ୍ୟ ଆମେ କିଏ – ଏ ଜ୍ଞାନ ଆମର ନାହିଁ। ଆମେ ଅଭିନୟ ଭିତରେ ନିଜର ସ୍ୱରୂପ ଜାଣିପାରିଲେ ଅଭିନୟ ସର୍ବାଙ୍ଗସୁନ୍ଦର ହେବ ନାହିଁ।ସମୟ ସମୟରେ ନାଟକ ପ୍ରଣେତା ନିଜେ ଅଭିନୟ କରିବାକୁ ଆସନ୍ତି। ତାଙ୍କୁ କହନ୍ତି ଅବତାର। କେଵଳ ତାଙ୍କରି ଅଭିନୟ ସର୍ବାଙ୍ଗସୁନ୍ଦର ହୋଇଥ