Spread the love

ଉତ୍କଳ ଦିବସର ଅନୁଚିନ୍ତା

ଆଜିର ଦିନରେ ୧୯୩୬ ମସିହାରେ ଭାଷା ଭିତ୍ତିକ ସ୍ବତନ୍ତ୍ର ରାଜ୍ୟର ଓଡ଼ିଶା ମାନ୍ୟତା ପାଇଥିଲା। ।ଏହା ଥିଲା ଓଡ଼ିଆ ଅସ୍ମିତାର ଦିବସ। କିନ୍ତୁ ଆଜି ବିଭିନ୍ନ କାରଣରୁ ଓଡ଼ିଶାର ଅସ୍ମିତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି ଓଡ଼ିଶାର ଲେଖକ, ବୁଦ୍ଧିଜୀବୀ, ସୃଜନଶୀଳ , ପ୍ରତିଭାବାନ ବିକ୍ତିତ୍ଵଙ୍କୁ ଆମର ଓଡିଆ ଲୋକ ହୀନ ଚକ୍ଷୁରେ ଦେଖିଥାନ୍ତି। ଓଡିଶା ବାହାର ଲୋକଙ୍କୁ ବେଶି ଗୁରୁତ୍ଵ ଦିଆଯାଇଥାଏ। ଓଡ଼ିଶା ବାହାରେ ଥିବା ସବୁ ଜ୍ଞାନୀ, ଦକ୍ଷ, ଓଡ଼ିଶା ଭିତରେ ଥିବା ସବୁ ଅଜ୍ଞାନୀ ବୋଲି କିଛି ଭାବିଥାନ୍ତି। ପୁନଶ୍ଚ ଆମର ଲୋକଙ୍କ ଚିନ୍ତାଧାରା ଏମିତିଯେ ଇଂରାଜୀ ରେ କହିଲେ, ଲେଖିଲେ ଲୋକ ଅଧିକ ଜ୍ଞାନୀ ଭାବନ୍ତି। କିନ୍ତୁ ଭାଷା କେବଳ ନିଜର ଭାବନା, ଚିନ୍ତାଧାରା ପ୍ରକାଶ କରିବାର ମାଧ୍ୟମ। ଜ୍ଞାନ ସହିତ ସମ୍ପର୍କ ନାହିଁ। ପୁନଶ୍ଚ ଓଡ଼ିଆ ଭାଷାର ଗୁରୁତ୍ବ ବୃଦ୍ଧି ପାଇଁ ଓଡିଆ ଭାଷାରେ କେବଳ କବିତା, ଗଳ୍ପ, ଉପନ୍ୟାସ ନୁହେଁ, ସ୍ତମ୍ଭର ଆବଶ୍ୟକତା ରହିଛି ବୋଲି କେହି ଭାବନ୍ତି ନାହିଁ। ଓଡ଼ିଆ ଭାଷା ପୁରସ୍କାର ମଧ୍ୟରେ ସୀମିତ ରହିଯାଉଛି। ଭାଷାରେ ଗରିବର ସ୍ୱର ତଥା ସରକାରଙ୍କ ତୃଟିପୂର୍ଣ୍ଣ ନୀତି ବିରୁଦ୍ଧରେ ସ୍ବର ପ୍ରତିଫଳନ ହେଉନାହିଁ। ଅତ୍ୟନ୍ତ ଦୁଃଖର ବିଷୟ ହେଉଛିଯେ ଓଡ଼ିଶାର ଅନେକ ଲୋକ ନିଜ ଓଡିଆ ଲୋକଙ୍କୁ ଗୁରୁତ୍ବ ଦିଅନ୍ତି ନାହିଁକି ନିଜ ମାତୃଭାଷାକୁ ଭଲ ପାଆନ୍ତି ନାହିଁ। ଓଡ଼ିଶାର ଲୋକ ଦେଶରେ ବିଭିନ୍ନ ବଡ଼ ପଦ ପଦବୀରେ ଥିଲେ ମଧ୍ୟ ସେପରି ପ୍ରଭାବଶାଳୀ ନୁହଁନ୍ତି। କେବଳ ବିଜୁ ପଟ୍ଟନାୟକ ପ୍ରଭାବଶାଳୀ ଥିଲେ।
ଡ ସନ୍ତୋଷ କୁମାର ମହାପାତ୍ର

Leave a Reply

Your email address will not be published. Required fields are marked *

You Missed