ନିମାପଡା :(ଦର୍ଶନ ସମୀକ୍ଷା)
ଉତ୍କର୍ଷ ନିମାପଡ଼ା ସମ୍ମିଳନୀ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି। ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ନିକଟସ୍ଥ ନୂଆ ବାରବାଟୀ ପଡ଼ିଆରେ ଅନୁଷ୍ଠିତ ସମ୍ମିଳନୀକୁ ରାଜ୍ୟପାଳ ଶ୍ରୀଯୁକ୍ତ ହରିଭାଇ କମ୍ଭମପାଟି ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଜାତୀୟ ସଂଗୀତ ଗାନପରେ ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଉତ୍କର୍ଷ ନିମାପଡ଼ା ସମ୍ମିଳନୀ କେବଳ ଏକ ଉତ୍ସବ ନୁହେଁ, ଏହା ଏକ ଜାଗରଣ। ନିମାପଡ଼ାକୁ ବିକଶିତ କରିବା ନିମନ୍ତେ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାକୁ ରାଜ୍ୟପାଳ ଆହ୍ୱାନ କରିଥିଲେ।

ନିମାପଡ଼ା ଏକ କୃଷିଭିତିକ ଅଞ୍ଚଳ। କୃଷକର ଉନ୍ନତି ହେଲେ ଅଞ୍ଚଳର ବିକାଶ ହେବ। ନିମାପଡ଼ାରେ ଶିଳ୍ପ ନାହିଁ, ଯୁବକ ମାନଙ୍କ ପାଇଁ ଯୋଜନା ନାହିଁ। ଏଥିପାଇଁ ଉପମୁଖ୍ୟମନ୍ତ୍ରୀ ଯୋଜନା ପ୍ରସ୍ତୁତ କରିଛନ୍ତି। ଖୁବଶୀଘ୍ର କାର୍ଯ୍ୟକାରୀ ହେବ। ସେଥିପାଇଁ ତାଙ୍କୁ ସାଧୁବାଦ ଜଣାଉଛି ବୋଲି ରାଜ୍ୟପାଳ କହିଥିଲେ। ଏହି ଅବସରରେ ମ୍ୟାଟ୍ରିକ ଏବଂ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ, ସଫେଇ କର୍ମଚାରୀ, ଲକ୍ଷପତି ଦିଦି ତଥା ସୁଭଦ୍ରା ଯୋଜନାର କୃତିତ୍ୱ ପ୍ରମୁଖ ୨୪ଜଣଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ସାଂସଦ ବିଭୂପ୍ରସାଦ ତରାଇ, ପୁରୀ ବିଧାୟକ ସୁନୀଲ ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୁରୀ ଏସପି ବିନିଥ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା ଓ ସଂଯୋଜନା କରିଥିଲେ।
Leave a Reply