Spread the love

ଦଳ-ମେଣ୍ଟ-ବ୍ୟକ୍ତି

୧୯୭୫ରେ ଇନ୍ଦିରାଙ୍କ ନିର୍ଦେଶରେ ସଂସଦରେ ଜରୁରୀକାଳୀନ ପ୍ରସ୍ତାବ ଆଣିଥିବା ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ବାବୁ ଜଗଜ୍ଜୀବନ ରାମ ୧୯୭୭ରେ ଜରୁରୀକାଳୀନ ପରିସ୍ଥିତି ଉଠିବା ପରେ ପରେ ହଠାତ କଂଗ୍ରେସ ଛାଡ଼ି ଦେଲେ।

ଜଗଜୀବନ ରାମ ଥିଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ। ଇନ୍ଦିରାଙ୍କ ସାନ ପୁଅ ସଂଜୟ ଗାନ୍ଧୀଙ୍କ ଅଯଥା ହସ୍ତକ୍ଷେପରେ ବିରକ୍ତ ହୋଇ ସେ ଏଭଳି ନିଷ୍ପତ୍ତି ନେଇଥିଲେ।

ଠିକ ତା ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ନନ୍ଦିନୀ ଶତପଥୀ ଫିରୋଜଙ୍କ ପାଇଁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପଦ ହରାଇଥିବାରୁ ଅସନ୍ତୁଷ୍ଟ ଥିଲେ।
କଂଗ୍ରେସ ଛାଡି ଜଗଜ୍ଜୀବନ ରାମ ‘କଂଗ୍ରେସ ଫର ଡେମୋକ୍ରାସି’ ନାଁରେ ନୂଆ ଦଳ ଗଢ଼ିବାରୁ ନନ୍ଦିନୀ ଶତପଥୀ ଓ ବହୁଗୁଣାଙ୍କ ଭଳି ଅନେକ ନେତା ଆସି ଯୋଡ଼ି ହୋଇଗଲେ। ସେମାନଙ୍କ ‘କଂଗ୍ରେସ ଫର ଡେମୋକ୍ରାସି’ ମୋରାରଜି ଦେଶାଇଙ୍କ ଜନତା ପାର୍ଟି ସହ ମେଣ୍ଟ କଲା।

ଇନ୍ଦିରାଙ୍କ ଜରୁରୀକାଳୀନ ପରିସ୍ଥିତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଜେଲ ପଠାଇ ହଇରାଣ କରିଥିଲେ ନନ୍ଦିନୀ।
ତେଣୁ ଇନ୍ଦିରାଙ୍କୁ ବିରୋଧ କରୁଥିବା ଜନତା ପାର୍ଟି ମେଣ୍ଟରେ ନନ୍ଦିନୀଙ୍କୁ ଢେଙ୍କାନାଳରୁ ବିଧାୟକ ଟିକେଟ ଦେବା ପ୍ରସ୍ତାବକୁ ସ୍ୱାମୀ-ସ୍ତ୍ରୀ ତୀବ୍ର ବିରୋଧ କରିଥିଲେ। ସେତେବେଳେ ମେଣ୍ଟ ଯୋଗୁଁ ବିଜୁ ବାବୁ ବି ନିରୁପାୟ ରହିଥିଲେ।

ରାଜନୀତିକୁ ଘୃଣା କରୁଥିବା ମାଳତୀ ଦେବୀ ପ୍ରଥମ ଥର ୧୯୭୭ରେ ଢେଙ୍କାନାଳରେ ନନ୍ଦିନୀଙ୍କ ବିରୋଧରେ ଛିଡ଼ାହେଲେ। ସେତେବେଳେ ନନ୍ଦିନୀଙ୍କ ବୟସ ୪୬ ଥିବାବେଳେ ମାଳତୀ ଚୌଧୁରୀଙ୍କ ବୟସ ଥିଲା ୭୩। ନନ୍ଦିନୀଙ୍କଠାରୁ ୨୭ ବର୍ଷ ବଡ଼।

ହେଲେ ମାଳତୀ ଦେବୀ ଅତ୍ୟନ୍ତ ଶୋଚନୀୟ ଭାବେ ପରାସ୍ତ ହେଲେ। ନନ୍ଦିନୀ ଶତପଥୀଙ୍କୁ ୩୧,୮୨୯ ଭୋଟ ମିଳିଥିବାବେଳେ ମାଳତୀ ଚୌଧୁରୀଙ୍କୁ ମାତ୍ର ୪,୦୬୩ ଭୋଟ ମିଳିଥିଲା।

ପ୍ରଥମେ ମାଳତୀ ଚୌଧୁରୀଙ୍କ ହାରିବା କଥାକୁ ବିଶ୍ୱାସ କରିପାରିନଥିଲେ ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ମୋରାରଜି ଦେଶଇ ଏହା ଶୁଣି ମୋରାରଜି ଦେଶାଇ ବାରମ୍ବାର ପଚାରିଥିଲେ- ମାଳତୀ ଦେବୀ ହାରିଗଲେ?

ଲକ୍ଷ୍ମୀ ନାରାୟଣ କାନୁନଗୋ, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *