Spread the love

*ଶ୍ର୍ରୀମଦ ଗୀତା ସାର*

ଇଂରାଜୀରେ ଏକ ବାକ୍ୟାଂଶ ଅଛି “ମୃତ୍ୟୁ ପରି ସୁନିଶ୍ଚିତ” । ଯିଏ ଜନ୍ମ ନିଏ, ତା’ର ମୃତ୍ୟୁ ନିଶ୍ଚିତ । ସମସ୍ତ ଜୀବନର ଅନ୍ତ ମୃତ୍ୟୁରେ ହୁଏ । ଏଣୁ ବାକ୍ୟାଂଶ ଅଛି “ଶେଷ ସୀମା” । ଭଗବାନ କେବଳ ସୃଜନକାରୀ ଶକ୍ତି ନୁହଁନ୍ତି, ସେ ବିନାଶକାରୀ ଶକ୍ତି ମଧ୍ୟ ଅଟନ୍ତି । ସେ ମୃତ୍ୟୁ ରୂପରେ ସମସ୍ତଙ୍କୁ ଗ୍ରାସ କରି ନିଅନ୍ତି । ଜନ୍ମ ମୃତ୍ୟୁର ଚକ୍ରରେ, ଯିଏ ମୃତ୍ୟୁବରଣ କରେ ସେ ପୁନର୍ବାର ଜନ୍ମ ଗ୍ରହଣ କରେ । ଶ୍ରୀକୃଷ୍ଣ କରୁଛନ୍ତି ଯେ, ଆଗାମୀ ସୃଷ୍ଟିର ମଧ୍ୟ ସେ ସୃଷ୍ଟିକର୍ତ୍ତା ଅଟନ୍ତି।

କେତେକ ଗୁଣ ସ୍ତ୍ରୀ ମାନଙ୍କ ବ୍ୟକ୍ତିତ୍ୱର ଆଭୂଷଣ ସଦୃଶ ଅଟେ ଏବଂ ଅନ୍ୟ କେତେକ ଗୁଣ ପୁରୁଷଙ୍କ କ୍ଷେତ୍ରରେ ପ୍ରଶଂସନୀୟ ଅଟେ । ଆଦର୍ଶତଃ, ଜଣେ ଉତ୍ତମ ମନୁଷ୍ୟଠାରେ ଉଭୟ ପ୍ରକାରର ଗୁଣ ରହିବା ଆବଶ୍ୟକ । ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଯଶ, ବୈଭବ, ମୃଦୁବାଣୀ, ସ୍ମୃତି, ବୁଦ୍ଧିମତ୍ତା, ସାହସ ଏବଂ କ୍ଷମା ସ୍ତ୍ରୀ ମାନଙ୍କର ବ୍ୟକ୍ତିତ୍ୱକୁ ଉଜ୍ଜ୍ୱଳମୟ କରିଥାଏ । ପ୍ରଥମ ତିନୋଟି ଗୁଣ ବାହାରକୁ ପ୍ରକାଶ ପାଇଥାଏ ଏବଂ ଅନ୍ୟ ଚାରିଗୋଟି ଗୁଣ ଅନ୍ତର୍ନିହିତ ରହେ ।

ଏତଦ୍‌ବ୍ୟତୀତ, ମନୁଷ୍ୟ ଜାତିର ଉପ ସୃଷ୍ଟି କର୍ତ୍ତା, ଦକ୍ଷ ପ୍ରଜାପତିଙ୍କର ଚବିଶଜଣ କନ୍ୟା ଥିଲେ । ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କୁ ଶ୍ରେଷ୍ଠ ସ୍ତ୍ରୀ ରୂପେ ବିବେଚନା କରାଯାଇ ଥାଏ – କୀର୍ତ୍ତି, ସ୍ମୃତି, ମେଧା, ଧୃତି ଏବଂ କ୍ଷମା । ଭୃଗୁ ଋଷିଙ୍କର କନ୍ୟାର ନାମ ଶ୍ରୀ ଥିଲା । ବକ ବ୍ରହ୍ମାଙ୍କର ପୁତ୍ରୀ ଥିଲେ । ଶ୍ଲୋକରେ ବର୍ଣ୍ଣିତ ସାତୋଟି ଗୁଣର ଅଧିଷ୍ଠାତ୍ରୀ ଦେବୀ ଯଥାକ୍ରମେ ଏହି ସାତଜଣ ସ୍ତ୍ରୀ ଅଟନ୍ତି । ଏଠାରେ ଶ୍ରୀକୃଷ୍ଣ ଏହିସବୁ ଗୁଣକୁ ତାଙ୍କର ବିଭୂତି ଭାବରେ ସୂଚିତ କରିଛନ୍ତି।

ତୁମମାନଙ୍କୁ ଆଜି ପ୍ରକୃତ ଧାର୍ମିକ ହେବାକୁ ପଡ଼ିବ – କେବଳ ବାକ୍ୟାଡମ୍ବରଦ୍ଵାରା ପ୍ରଚାର କରି ନୁହେଁ କିମ୍ବା ଧର୍ମ ଧର୍ମ ବୋଲି ଚିତ୍କାର କରି ନୁହେଁ l ଧର୍ମକୁ ଦେହ ଦେଇ, ମନ ଦେଇ, ପ୍ରାଣ ଦେଇ ପ୍ରତ୍ୟକ୍ଷ କରିବାକୁ ହେବ; ତାହା ହେଲେ ଯାଇ ପ୍ରକୃତ ଧର୍ମଧର ହୋଇପାରିବ। ଦେଶରେ ଆଜି ଏହି ପ୍ରକାରର ଦଳେ ଧର୍ମବିଶ୍ୱାସୀ ଧର୍ମଧରଙ୍କର ପ୍ରୟୋଜନ ହୋଇପଡ଼ିଛି। ବର୍ତ୍ତମାନ ଧର୍ମ କେବଳ ବାଚନିକ ପରିଭାଷାରେ ରୂପାନ୍ତରିତ ହୋଇଯାଇଛି।”

ଆତ୍ମା ସେହି ଦିବ୍ୟମଣି (ଜୀବନର ମୂଳତତ୍ତ୍ୱ) ଅଟେ, ଯାହାର ପ୍ରକାଶରେ ସଂସାରର ଅବିଦ୍ୟା ସମୂଳେ ନାଶ ହୋଇଯାଏ । ମନୁଷ୍ୟ ଶରୀରତଃ ପଶୁ, ମନତଃ ମନୁଷ୍ୟ ଏବଂ ଆତ୍ମତଃ ଈଶ୍ୱର ଅଟେ । ଏହି ସଂସାରଟି ଆମର ଈଶ୍ୱରୀୟ ସତ୍ତାଦ୍ୱାରା ଆମର ସ୍ୱ ମହାନ୍ ଚିତ୍ତର ସମୟ, ସ୍ଥାନ ଏବଂ ପଦାର୍ଥର ଚତୁଃ ଆୟାମୀ କଳ୍ପନାର ଫଳ ଅଟେ, ଯେଉଁଥିରେ ଆମେ ଆମ ଶରୀରଦ୍ୱାରା ପ୍ରବେଶ କରି ଇନ୍ଦ୍ରିୟସମୂହ ଏବଂ ମନ ଦ୍ୱାରା ଏହାକୁ ଭୋଗ କରିବାପାଇଁ ଚାହିଁଥାଉ । ଏହାକୁ ଆମ ଶାସ୍ତ୍ରରେ ‘ତତ୍ ସୃଷ୍ଟ୍ୱା ତଦେବାନୁପ୍ରାବିଶତ୍’ ଅର୍ଥାତ୍ ‘ସ୍ୱୟଂ ସର୍ଜନା କରି ନିଜେ ତନ୍ମଧ୍ୟରେ ପ୍ରବେଶ କରିଯିବା’ କଥା କୁହାଯାଇଛି । ଶରୀରଯୋଗୁଁ ଆମଠାରେ ଅହଂ ଭାବ ଆସିବା ସ୍ୱାଭାବିକ ଆଉ ଯଦି ମନ ଅଛି ତେବେ ମୋହରେ ପଡ଼ିବା ତ ନିଶ୍ଚିତ କଥା । ଫଳରେ ସଂସାର ଆମକୁ ସତ୍ୟ ପ୍ରତୀତ ହୁଏ ଆଉ ଆଖିରେ ଆତ୍ମା ଦୃଶ୍ୟ ନହେଉଥିବା କାରଣରୁ ଆମର ମନ ସ୍ୱତଃ ପଶୁଭାବକୁ ଚାଲିଯାଏ । ଆମକୁ ଲାଗେ ଯେ, ଆମର ତନ ଅଛି, ମନ ଅଛି ଏବଂ ସଂସାର ତ ଅଛି; କିନ୍ତୁ ଆତ୍ମାର ଅସ୍ତିତ୍ୱ ସମ୍ବନ୍ଧରେ ଆମେ ସଂଶୟରେ ପଡ଼ିଯାଉ । ଆତ୍ମାର ବିସ୍ମୃତି ହୋଇଯିବା କାରଣରୁ ଆମେ ଜନ୍ମ ନେଇଥାଉ ଆଉ ମରିଥାଉ, ତା ସହିତ ଅନନ୍ତ କାଳପର୍ଯ୍ୟନ୍ତ ସଂସାରରେ ପଡ଼ିରହୁ । ବାହାରକୁ ବାହାରିପାରି ନଥାଉ । ଆମକୁ ସଂସାରର ନିର୍ଗମ ମିଳିନଥାଏ । ଅତଃ ଅଧୁନା ସବୁଠାରୁ ବଡ଼ ପ୍ରଶ୍ନ ଆମ ସମ୍ମୁଖରେ ଆସି ଉପସ୍ଥିତ ହୋଇଯାଏ କି, ଯଦି ଆତ୍ମା ରହିଛି ତେବେ ତାହା କେଉଁଠି ଅଛି । ଗୀତା ମତରେ ଆତ୍ମା ମରି ନଥାଏ— ‘ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି, ନୈନଂ ଦହତି ପାବକଃ….’ ଇତ୍ୟାଦି ଇତ୍ୟାଦି । ଏଥିପାଇଁ ଗୀତା ସେହି ଆତ୍ମାର ଅନ୍ୱେଷଣ କରିବାକୁ ଲାଗିଯାଏ । ଆପଣ ଗୀତା ପଢ଼ିଲେ ପାଇବେ କି, ଗୀତା ତାର ଲକ୍ଷ୍ୟରେ ସଫଳ ହୋଇଯାଇଛି।

ଇଛା ଠାରୁ ସବୁବେଳେ ଦୂରେଇ ରୁହନ୍ତୁ….

କାହିଁକି ନା

ଇଛା ପୂରଣ ହୋଇଗଲେ ଲୋଭ ବଢି ଥାଏ ଆଉ ପୂରଣ ନ ହେଲେ କ୍ରୋଧ ବଢିଥାଏ….

ପାପ ଦୁନିଆଁରୁ ଧର୍ମ ଦୁନିଆଁକୁ
ବନ୍ଧ ବାନ୍ଧ ଯାଇ ଆଗ,
ହାତେ ମାପି ଭାଇ ଚାଖଣ୍ଡରେ ଚାଲ
ଏପରା କଳି ଯୁଗ ।

ବେଳେ ବେଳେ ଆମେ ବେଶୀ ଖୁସି ହୋଇଗଲେ କାହା ଆଗରେ ସେ ଖୁସିକୁ ବାଣ୍ଟିବାକୁ ଭାରି ଇଛା ହୁଏ, ହେଲେ ଆମ ଖୁସି ଶୁଣି ଅଧିକାଂଶ ଲୋକ ଖୁସି ହୁଅନ୍ତି ନାହିଁ ବରଂ ଈର୍ଷାରେ ଅନେକ ଖରାପ୍ କଥା ଭାବି ବସନ୍ତି ।

ପ୍ରେମ ଭରା ଆଖି,ସତ କୁହା ମୁହଁ, ଶାନ୍ତ ସରଳ ମନ, ସାହାଯ୍ୟ କାରୀ ହାତ, ସତ୍ ପଥର ପାଦ, ନତ ମସ୍ତକ ବ୍ୟକ୍ତି ଈଶ୍ବରଙ୍କ ଖୁବ୍ ପ୍ରିୟ ।

ଜୀବନରେ ଏମିତି କୈାଣସି ଭୁଲ୍ କରନା, ଯୋଉ ଭୁଲ୍ ପାଇଁ ଜୀବନ ସାରା Realise କରିବା ପାଇଁ ପଡ଼ିବ କାହିଁକି ନା ଦୁନିଆଁର ସବୁଠାରୁ ବଡ଼ Punishment ହେଉଛି Realise…….

 

Leave a Reply

Your email address will not be published. Required fields are marked *