Spread the love

ନିଜ କର୍ମ ଉପରେ ବିଶ୍ବାସ ରଖନ୍ତୁ,ଲୋକଙ୍କ କଥାରୁ କଣ ମିଳିବ?ସେମାନେ ଗୋଟିଏ ମୂହୁର୍ତ୍ତରେ ପ୍ରଶଂସାରେ ପୋତି ଦେଉଥିବା ବେଳେ ଆଉ ଗୋଟିଏ ମୂହୁର୍ତ୍ତରେ ନିନ୍ଦାରେ ଭସେଇ ଦିଅନ୍ତି।

ଭୁଲ୍ ଜୀବନ ସାଥି ବାଛି ସାରିବା ପରେ ଅନୁତାପ କରି ଜୀବନ ହାରିବା ନାହିଁ ଥରେ ନିଜକୁ Strong କଲେ ଆମ ହାତ ଧରିବାକୁ କେତେ ସୁନ୍ଦର ହାତ ସବୁ ଆସିଯିବେ।

କୋଇଲାକୁ ଯେତେ କ୍ଷୀରରେ ଧୋଇଲେ ବି ରଙ୍ଗର କିଛି ପରିବର୍ତ୍ତନ ହୋଇ ନଥାଏ ଠିକ୍ ସେହିଭଳି ଏମିତି କିଛି ମଣିଷ ଥାଆନ୍ତି ତାଙ୍କୁ ଯେତେ ନିଜର ଭାବିଲେ ବି ସେ କେବେ ନିଜର ହୋଇ ନ ଥାନ୍ତି।

କେବେ ଚିହ୍ନି ହୁଏନା ମଣିଷ କେବେ ଭୁଲି ହୁଏନା ସ୍ମୃତି କେବେ କିଣି ହୁଏନା ମନ କେବେ ବାନ୍ଧି ହୁଏନା ସମୟ କେବେ ଜାଣି ହୁଏନା ଭବିଷ୍ୟତ କେବେ ପାଇ ହୁଏନା ଅତୀତ କେବେ ରୋକି ହୁଏନା ମୃତ୍ୟୁ।

ଆଜି ମରିଗଲେ କାଲିକି ଦି ଦିନ
ଦଶ ଦିନ ଶୁଦ୍ଧ କରି,
ଏଗାର ଦିନରେ ଭୁଜି ଭାତ କରି
ବାର ଦିନେ ଯିବେ ଫେରି……।

ବିଶ୍ବାସ ଓ ସମ୍ମାନରେ ହିଁ ଅନେକ ସମ୍ପର୍କର ମୂଳଦୁଆ ଆରମ୍ଭ ହୋଇଥାଏ, ସେହିଭଳି ପ୍ରତ୍ୟେକ କାର୍ଯ୍ୟକୁ ମଧ୍ୟ ସମ୍ମାନର ସହ କରିବା ଉଚିତ୍ ।

ଜୀବନରେ ଏତେ ବ୍ୟସ୍ତ ରୁହନ୍ତୁ ଯେପରି ପଶ୍ଚାତାପ, ଡର, ଦୁଃଖ ଆଉ ଘୃଣା ପାଇଁ ସମୟ ମିଳିବ ନାହିଁ କାହିଁକି ନା ଜୀବନରେ ଖାଲି ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ ଯିଏ କି ସବୁଠାରୁ ଅଧିକ ଦୁଃଖି ରହିଥାଏ ।

ଈଶ୍ବରଙ୍କ ପ୍ରତ୍ୟେକ Decide କୁ ଖୁସିରେ ଗ୍ରହଣ କରନ୍ତୁ କାରଣ ଯାହା ତୁମକୁ ଭଲ ଲାଗିଥାଏ ଈଶ୍ୱର ତାହା ଦିଅନ୍ତି ନାହିଁ କିନ୍ତୁ ଯାହା ତୁମ ପାଇଁ ଭଲ ହୋଇଥାଏ ଈଶ୍ୱର ତାହା ହିଁ ଦିଅନ୍ତି ।

  

ଆପଣ ମନ ଦୁଃଖରେ ରହିଲେ କେହିବି ପଚାରିବେ ନାହିଁ ଯେ କାହିଁକି ଦୁଃଖରେ ଅଛନ୍ତି….

ହସ ଖୁସିରେ ରୁହନ୍ତୁ, ଦେଖିବେ ସମସ୍ତେ ପଚାରିବେ କଣ ହେଇଛି ଏତେ ଖୁସି କଣ ପାଇଁ….

   

ଆମର ସ୍ବାଭିମାନ: ସତ୍ୟ ସନାତନ ଧର୍ମ🙏

Related Post

Leave a Reply

Your email address will not be published. Required fields are marked *