ଆଜି ସନ୍ଧ୍ୟା ଛ ଘଟିକା ସମୟ ରେ ମୁକ୍ତାଦେଇ ପୁର ଶାସନ ନିବାସୀ ନୃସିଂହ ରଥ ଙ୍କ 85 ବର୍ଷ ବୟସ ରେ ନିଜ ବାସ ଭବନରେ ବିୟୋଗ ଘଟିଛି l
ସେ ଜଣେ ଧର୍ମପରାୟଣ ସମାଜ ସେବୀ ବ୍ୟକ୍ତି ଥିଲେ ଜଣେ ସ୍ପଷ୍ଟ୍ବାବାଦି ମେଳlପି ବ୍ୟକ୍ତି ଭାବରେ ସେ ସମସ୍ତ ଙ୍କ ପାଖରେ ପରିଚିତ ଥିଲେ l ଆଜି ତାଙ୍କ ବିୟୋଗରେ ଶାସନ ଓ ଆଖ ପାଖ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି l ତାଙ୍କ ବିୟୋଗରେ ସ୍ବର୍ଗତ ରଥ ଙ୍କ ପୁତୁରା ଅନୁଗୁଳ ଜିଲ୍ଲା ଜଜ୍ ଦାମୋଦର ରଥ ମୁକାଦେଇପୂର୍ ଶାସନ ମହାଜନ ମହାସଭାର ସଭାପତି ଶଶି ମଉଳି ରଥ ସମ୍ପାଦକ ଆଡଭୋକେଟେ ସିବସାଇ ମହାମାତ୍ର ଜିଲ୍ଲା ଓକିଲ ସଙ୍ଗ ସଭାପତି ଗୋପାଳ ପାତ୍ର ଅଡଭୋକେଟ ଗଣେଶ୍ୱର ରଥ ଦେବାଶିଷ ମିଶ୍ର ଆଲୋକ ରଥ ଏମ୍ ସି ସି ର ସଭାପତି ତ୍ରଲୋକ୍ୟ ମୋହନ ମିଶ୍ର ପ୍ରଭୁତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି l ମରଶରୀରର ପାଖରେ ସହ ଧର୍ମିଣୀ ଚନ୍ଦ୍ର ମଣି ରଥ କନିଷ୍ଟ ପୁତ୍ର ବିରଞ୍ଚି ନାରାୟଣ ରଥ ପୁତ୍ର ବଧୂ ଝିଅ ଜ୍ୟାଇଁ ନାତି ନାତୁଣୀ ଉପସ୍ଥିତ ଥିଲେ l ସ୍ଥାନୀୟ ସୁଆଗି ଠାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି ବଡ ପୁଅ ଗୌରୀଶଙ୍କର ରଥ ମୁଖାଗ୍ନି ଦେଇଥିଲେ
Leave a Reply