‘ଆଜି ଯଦି ସୁଦାମା କୃଷ୍ଣଙ୍କୁ ଚାଉଳ ଦେଇଥାନ୍ତେ ସୁପ୍ରିମକୋର୍ଟ ଏହାକୁ ଦୁର୍ନୀତି ବୋଲି କହିଥାନ୍ତେ’: ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦି ସୁପ୍ରିମକୋର୍ଟଙ୍କୁ ଟାର୍ଗେଟ କରି କହିଛନ୍ତି,ଆଜିର ସମୟରେ ସୁଦାମା ଚାଉଳ ଦେଲେ ମଧ୍ୟ ଭଗବାନ କୃଷ୍ଣଙ୍କୁ ଦୁର୍ନୀତି କରୁଥିବା ଅଭିଯୋଗ ହୋଇପାରେ। ବହିଷ୍କୃତ କଂଗ୍ରେସର ଆଚାର୍ଯ୍ୟ ପ୍ରମୋଦ କୃଷ୍ଣଙ୍କ ସହ କଥାବାର୍ତ୍ତା ବିଷୟକୁ ପ୍ରସଙ୍ଗ କରି ସେ ଏହା କହିଛନ୍ତି।
ସେ କହିଛନ୍ତି, ‘ସେ (ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ) କହୁଥିଲେ ଯେ ସମସ୍ତଙ୍କର କିଛି ଦେବାର ଅଛି କିନ୍ତୁ ମୋର କିଛି ନାହିଁ, ମୁଁ କେବଳ ମୋର ଭାବନାକୁ ପ୍ରକାଶ କରିପାରିବି।
ଏହାର ଜବାବରେ ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ ପ୍ରମୋଦ ଜୀ, ଭଲ ଯେ ତୁମେ ମୋତେ କିଛି ଦେଇ ନାହଁ, ନଚେତ୍ ସମୟ ବଦଳିଛି। ଏପରି ଯଦି ଆଜିର ଯୁଗରେ ସୁଦାମା ଶ୍ରୀକୃଷ୍ଣଙ୍କୁ ଚାଉଳ ଦେବେ ଏବଂ ଭିଡିଓ ବାହାରକୁ ଆସିବ, ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହେବ ଏବଂ ବିଚାର ପରେ ଭଗବାନ କୃଷ୍ଣଙ୍କ ଦୁର୍ନୀତି କରୁଥିଲେ ବୋଲି କୁହାଯିବ। ଏହା ଭଲ ଯେ ତୁମେ ତୁମର ଭାବନା ପ୍ରକାଶ କରି କିଛି ଦେଇ ନାହଁ। ‘