ପୁରୁଷ ଲୋକ ପ୍ରାୟ କେତେକାଂଶରେ ଖଜୁରୀ ଗଛ ସଦୃଶ – କାହାରି ସ୍ନେହ ପାଇବା ନାହିଁ, ଯତ୍ନ ନାହିଁ, କେହି ତା ମୂଳରେ ଜଳ ଦିଏନି, ତା ମୂଳରେ କେହି ମାଟି ଦିଏନି। ସେ ତାର ପାଦ ତଳ ମାଟି ନିଜେ ଶକ୍ତ କରେ- ଅଯତ୍ନ ଓ ଅବହେଳାରେ ବଢି-ବଢି ଚାଲେ।
ହେଲେ, ବଢିବା ପରେ ତା ଠାରୁ ପ୍ରତ୍ୟାଶା ଅନେକ।
ତାର ଫଳ ଭାରି ମିଠା ଆଉ ସୁଆଦିଆ, ତାର ରସ ପାଇଁ ଖଣ୍ଡ ଯୁଦ୍ଧ । ତାର ରସରେ ତିଆରି ଗୁଡ଼ ଚିନି ଠାରୁ ଯଥେଷ୍ଟ ଉପକାରୀ। କେବଳ ରସ ପାଇବା ଲାଳସାରେ ତାକୁ ପ୍ରତି ବର୍ଷ କ୍ଷତ ବିକ୍ଷତ କରା ଯାଏ। ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚି ରହିଥାଏ ତାକୁ କଟା ଚାଲିଥାଏ, ତା ରସ ଶେଷ ବିନ୍ଦୁ ପର୍ଯ୍ୟନ୍ତ ନିଗାଡ଼ି ନିଆଯାଏ। ରସ ସରିଗଲେ ତାର କଦର ଆଉ ନଥାଏ – ଏକାକୀ ଓ ଅଯତ୍ନରେ ପଡ଼ି ରହେ।
ଜୀବନୀ ଶକ୍ତି ସରିବା ପରେ ଜାଳ କାଠ ଭାବେ ତାର ନିର୍ଯାତନା ଚାଲିଥାଏ। କିନ୍ତୁ ଖଜୁରୀ ଗଛ କାହାରି ପାଖରେ କିଛି ଅଭିଯୋଗ କରେନି, କାହା ଠାରୁ ତାର କିଛି ପ୍ରତ୍ୟାଶା ମଧ୍ୟ ନାହିଁ, କି କାହାରି ସ୍ନେହ ଯତ୍ନ ତାର ଲୋଡା ନାହିଁ – କେବଳ ଫଳ ଦେଇ ଚାଲେ ଠିକ୍ ଯେଭଳି ପରିବାରର ପୁରୁଷ ଲୋକଟି ଭଳି।
ଆଜି ବିଶ୍ବ ପୁରୁଷ ଦିବସରେ ଖଜୁରୀ ଗଛ ସଦୃଶ୍ୟ ପୁରୁଷ ମାନଙ୍କୁ ମୋର ଶୁଭେଚ୍ଛା। ସମସ୍ତେ ଭଲରେ ରହନ୍ତୁ, ସୁସ୍ଥ ରହନ୍ତୁ।