ଆଜି ପୂର୍ବାହ୍ନରେ ଭୁବନେଶ୍ୱର ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଏକା ଏକା ପରିବାର ଆନୁକୂଲ୍ୟରେ “ଏକା ଏକା ” କାବ୍ୟୋତ୍ସବ ଅନୁଷ୍ଠିତ ହୋଇଯାଇଛି |ପ୍ରସିଦ୍ଧ କବି ସୌଭାଗ୍ୟ କୁମାର ମିଶ୍ର, ରାଜେନ୍ଦ୍ର କିଶୋର ପଣ୍ଡା, ବଂଶୀଧର ଷଡ଼ଙ୍ଗୀ, ଆଶୁତୋଷ ପରିଡା ଅତିଥି ଭାବରେ ଉପସ୍ଥିତ ରହି କବି ଅଜୟ ପ୍ରଧାନଙ୍କୁ “ଏକା ଏକା “କବିତା ସମ୍ମାନ ପ୍ରଦାନ କରିଥିଲେ

Spread the love

“ଏକା ଏକା “କାବ୍ୟୋତ୍ସବ :
କବି ଅଜୟ ପ୍ରଧାନ ସମ୍ମାନିତ ଓ ପତ୍ରିକା ଲୋକାର୍ପିତ

ଭୁବନେଶ୍ୱର 01.06 ଦର୍ଶନ ସମୀକ୍ଷା
ଆଜି ପୂର୍ବାହ୍ନରେ ସ୍ଥାନୀୟ ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଏକା ଏକା ପରିବାର ଆନୁକୂଲ୍ୟରେ “ଏକା ଏକା ” କାବ୍ୟୋତ୍ସବ ଅନୁଷ୍ଠିତ ହୋଇଯାଇଛି |
ପ୍ରସିଦ୍ଧ କବି ସୌଭାଗ୍ୟ କୁମାର ମିଶ୍ର, ରାଜେନ୍ଦ୍ର କିଶୋର ପଣ୍ଡା, ବଂଶୀଧର ଷଡ଼ଙ୍ଗୀ, ଆଶୁତୋଷ ପରିଡା ଅତିଥି ଭାବରେ ଉପସ୍ଥିତ ରହି କବି ଅଜୟ ପ୍ରଧାନଙ୍କୁ “ଏକା ଏକା “କବିତା ସମ୍ମାନ ପ୍ରଦାନ କରିଥିଲେ | ପୁରସ୍କାର ସ୍ୱରୂପ ଶ୍ରୀ ପ୍ରଧାନଙ୍କୁ ଦଶ ହଜାର ଟଙ୍କା ଅର୍ଥରାଶି ସହିତ ଅଙ୍ଗବସ୍ତ୍ର ଓ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଥିଲା | ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ହିମାଂଶୁ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ |
କାର୍ଯ୍ୟକ୍ରମରେ ନବ ପ୍ରକାଶିତ ଏକା ଏକା ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା |
ଏହି ଅବସରରେ ଆୟୋଜିତ ଏକ କବିତା ପାଠୋତ୍ସବରେ ପ୍ରାୟ 20ରୁ
ଅଧିକ କବି ଅଂଶଗ୍ରହଣ କରିଥିଲେ | ତରୁଣ କବି ଆଶିଷ କୁମାର ମିଶ୍ର ସଂଯୋଜନା କରିଥିବା ବେଳେ ସୂର୍ଯ୍ୟ ମିଶ୍ର ଓ ଆଭାସ
ବରାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ|

ସୂର୍ଯ୍ୟ ମିଶ୍ର

Leave a Reply

Your email address will not be published. Required fields are marked *