Spread the love

ଆଜି ଘୋଷଣା ହୋଇପାରେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । କିଏ କେଉଁଠୁ ଲଢିବେ ହେବ ସ୍ପଷ୍ଟ ।

ଆଜି ଘୋଷଣା ହୋଇପାରେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । କିଏ କେଉଁଠୁ ଲଢିବେ ହେବ ସ୍ପଷ୍ଟ । ସବୁ ଆସନରେ ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦଳ ଗୋଟିଏ ବି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ଦଳଡିଆଁ ପର୍ବ ଚାଲିଥିବାରୁ ଅନେକ ନେତା ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି ।

ବିଶେଷକରି ବିଜେପିରେ ବହୁ ବିଜେଡି ନେତା ସାମିଲ ହୋଇଛନ୍ତି । ଯେଉଁଥିପାଇଁ ଦଳ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବା କୁହାଯାଉଛି । କିନ୍ତୁ ନିର୍ବାଚନ ପାଖେଇ ଆସୁଥିବାରୁ ଆଜି କିଛି ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିପାରେ ଦଳ ।

Leave a Reply

Your email address will not be published. Required fields are marked *