ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିଲେ ମାନ୍ୟବର ‘୫-ଟି’ ଓ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ ଶ୍ରୀ ଭି. କେ.ପାଣ୍ଡିଆନ ମହୋଦୟ। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁଡାଖଣ୍ଡି ତହସିଲ ନିକଟରେ ଥିବା କୁକୁଡାଖଣ୍ଡି ମିନି ଷ୍ଟାଡିଅମ ଠାରେ ଏକ ସାଧରଣ ସଭାରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଜନତାଙ୍କୁ ଉଦବୋଧନ ଦେଇଥିଲେ । ସଭା ସ୍ଥଳଟି ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇ ଜୟ ନବୀନ, ଜୟ ବିଜେଡ଼ି ଧ୍ୱନୀରେ ଗୁଞ୍ଜରିତ ହୋଇଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୨୦୦୦ ରୁ ଉର୍ଦ୍ଧ ଲୋକ ଯୋଗଦେଇଥିଲେ । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସମସ୍ତ ଜନସାଧାରଣ, ମହିଳା, ଯୁବ, ଛାତ୍ର ତଥା ସମସ୍ତ ଛାମୁଆ କର୍ମୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଆମ ପ୍ରିୟ ଶ୍ରୀ ବିପ୍ଳବ ପାତ୍ର, ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନେତୃତ୍ୱ ଓ ସହଯୋଗରେ ସଫଳ ହୋଇଥିଲା।