ଆଜି ଆମ କେନ୍ଦ୍ରାପଡ଼ା ଜିଲ୍ଲା ତଥା ପାଟକୁରା ନିର୍ବାଚନ ମଣ୍ଡଳୀର ଶିଳ୍ପାଞ୍ଚଳ ପୁନଃରୁଦ୍ଧାର ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ ହେଲା -ରତ୍ନାକର ପରିଡା କେନ୍ଦ୍ରାପଡ଼ା

Spread the love

କେନ୍ଦ୍ରାପଡ଼ା ::(ଦର୍ଶନ ସମୀକ୍ଷା)ଆଜି ଆମ କେନ୍ଦ୍ରାପଡ଼ା ଜିଲ୍ଲା ତଥା ପାଟକୁରା ନିର୍ବାଚନ ମଣ୍ଡଳୀର ଶିଳ୍ପାଞ୍ଚଳ ପୁନଃରୁଦ୍ଧାର ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ ହେଲା…

ବୃହତ ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଥମ ଶିଳ୍ପାଞ୍ଚଳ ଯାହା ପାଟକୁରା ନିର୍ବାଚନ ମଣ୍ଡଳୀର ଚଣ୍ଡିଖୋଲ – ପାରାଦ୍ୱୀପ ଜାତୀୟ ରାଜପଥ ନିକଟରେ ବଳଭଦ୍ରପୁର ଶିଳ୍ପାଞ୍ଚଳ (Balabhadrapur Industrial Estate) ନାମରେ ପରିଚିତ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ପଡ଼ିରହିଛି.. 2013 ମସିହାରେ ଏଠାରେ ଆନୁଷ୍ଠାନିକ ଭାବେ କରତ କଳ କ୍ଲଷ୍ଟର ଆରମ୍ଭ ହୋଇଥିଲା… 23 ଟି କରତ ଶିଳ୍ପ ପ୍ରାୟ 15 ଏକର IDCO ଜମି ଉପରେ ରହିଛି, ଏବେ ପୁଣି 5 ଏକର ଜମି IDCO ଅଧିଗ୍ରହଣ କରିଛି… ଏହା ଏକ Wood based Industrial Cluster ଏଠାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ 2000 ରୁ ଅଧିକ କର୍ମଚାରୀ, ଶ୍ରମିକ ଓ ଅନ୍ୟମାନେ କାମ କରୁଛନ୍ତି… ଏହାର ପ୍ରମୁଖ ସମସ୍ୟା – NH ଠାରୁ Industrial estate ଭିତର ଦେଇ ପ୍ରାୟ 3 କିମି ରାସ୍ତାକୁ ଯଥେଷ୍ଟ ଚଉଡ଼ା CC Road କରିବା, ଜଳ ନିଷ୍କାସନ ପାଇଁ Drainage System, ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେଉଥିବାରୁ ଶିଳ୍ପାଞ୍ଚଳ ପାଇଁ dedicated electrical ବ୍ୟବସ୍ଥା କରିବା, ପାନୀୟ ଜଳ ଯୋଗାଣ ବିଲକୁଲ ନଥିବାରୁ ଏଠାରେ ସ୍ୱତନ୍ତ୍ର Drinking Water project ଓ ପ୍ରତି industry ପାଇଁ ଜଳଯୋଗାଣ ବ୍ୟବସ୍ଥା, ସମ୍ପୂର୍ଣ୍ଣ ଅନ୍ଧାର ଥିବା ଏହି ଶିଳ୍ପଗୁଡିକର ନାନାଦି ଅସୁବିଧା ର ତୁରନ୍ତ ସମାଧାନ..

Leave a Reply

Your email address will not be published. Required fields are marked *