ଶୁକଦେବ କହୁଛନ୍ତି ନନ୍ଦ ଏକାଦଶୀ କଲେ। ପୁଜା କଲେ ଚକ୍ରଧର ଙ୍କୁ। ରାତିରେ ଉଜାଗର ହେଲେ। ବରୁଣ ରାଜା ତାହା ଜାଣି ଦୁତ ପେଷିଲେ। କହିଲେ ଯେ ଆଣ ହୋ ନନ୍ଦଙ୍କୁ ଓ ଏଠାରେ ଦେଖିବା କୃଷ୍ଣ ଙ୍କୁ। ଆଜ୍ଞା ପାଇ ଦୁତ ଗଲେ। ଯମୁନା ଜଳରେ ଲୁଚି ଥିଲେ। ଏମନ୍ତ ସମୟରେ ନନ୍ଦ ଯମୁନା ରେ ସ୍ନାନ ପାଇଁ ଗଲେ। ନନ୍ଦ କୁ ଯାଇ ଧରିଲେ। ମିଳିଲେ ବରୁଣ ଛାମୁରେ। ଦେଖି ବରୁଣ ତୋଷ ହୋଇ ନନ୍ଦ ଙ୍କୁ ଆସନରେ ବସାଇଲେ। ଏଣେ ଆଦିତ୍ୟ ଉଦୟ ହୋଇଲା। ଯଶୋଦା ଛନ୍ତି ବାଟ ଚାହିଁ। ବାର୍ତ୍ତା ନ ପାଇଲେ ଯହୁଁ ଓ ମନ ଚଞ୍ଚଳ ହେଲା। ନନ୍ଦଙ୍କୁ ନ ଦେଖି ଗୋପାଳ ମାନେ କାଳନ୍ଦୀ ନିକଟରେ ମିଳିଲେ। ନ ଦେଖି ଅତି ଶୋକ ଭରେ କହିଲେ ଯଶୋଦା ଆଗରେ। ଉଚ୍ଚେ ରୋଦନ୍ତି ଗୋପପୁର। ନନ୍ଦଙ୍କୁ ଗିଳିଲା କୁମ୍ଭୀର। ଗୋପାଳ ମାନେ କହିଲେ ଗୋବିନ୍ଦ ଛାମୁରେ। ଭାବଗ୍ରାହୀ କହିଲେ ପିତାଙ୍କୁ ନେଇଛି ବରୁଣ ଓ ପୁଜିବ ମୋର ଚରଣ। ବରୁଣ ପୁରେ ଦୈତ୍ୟାରି ମିଳିଲେ ନିଜ ରୁପ ଧରି। ଦେଖି ଆନନ୍ଦ ଜଳରାଜା ଓ କୃଷ୍ଣ ଚରଣ ପୁଜା କଲେ। କହିଲେ ଯେ ଆଜି ମୋର ଜୀବନ ଧନ୍ୟ ହୋଇଲା ଓ ଦେଖିଲି ପ୍ରଭୁ ନିରଞ୍ଜନ। ଯାହାର ପାଦରଜ ପାଇ ଜନ୍ମ ମରଣ ଭୟ ନାହିଁ। ତୋହର ପାଦେ ଧ୍ୟାନ କରି ସୁଖେ ତରନ୍ତି ଭଵ ବାରି। ମୋହର ମନୋବାଞ୍ଛା ପୁରିଲା ଓ ଚରଣେ ଦେଖିଲି ମୁରାରି। କୃଷ୍ଣ କହିଲେ ମୋର ତାତ କାହିଁ ଅଛି। ଶୁଣି ବରୁଣ ନନ୍ଦ ଙ୍କୁ ଆଣିଲେ ତଡତି। ନନ୍ଦଙ୍କୁ ଆଣି ଆସିଲେ ଗୋପକୁ।