Spread the love

ଅପ୍ରିୟ କଥା !
ନୂଆ ପଣକିଆ ୫ କେ ୫ (ଭରିଚାଲ),୫ ଦୁଗୁଣେ ୧୦(ଖାଲି କରି ଚାଲ) !
ଫଟୋ ବି କଥା କହେ !
ହଠାତ୍ ନଜର ପଡିଗଲା ଏହି ଖବର ଉପରେ। କଲମ ନିଜକୁ ବୁଝେଇ ପାରିଲାନି । ଦି ପଡ ଗାରିବାକୁ ବାଧ୍ୟ ହେଲା ।କବିତା ପଢ଼ିବା ପୂର୍ବରୁ ଦୟାକରି ଖବରକୁ zoom କରି ପଢିବାକୁ ଅନୁରୋଧ ।

ମୁଁ କହୁନି ଆଜ୍ଞା,ଖବର କାଗଜ କହୁଛି ।କେବଳ ଅନୁଗୁଳ ହାଲଚାଲ ନୁହେଁ ମ ! ରାଜ୍ୟର ପ୍ରାୟ ସବୁ ଜିଲ୍ଲାର ହାଲଚାଲ ଏମିତି ।ପୂର୍ବରୁ ପଢ଼ିଥିଲେ “ଚାଷ ଅଛି ଯାହାର – କି ଆନନ୍ଦ ତାହାର”।
ଆଜିକାଲି ଏହି ସ୍ଲୋଗାନ ପୁରୁଣା ହେଲାଣି। ମାଗଣା ଖିଆ ଯୋଜନା ସବୁ ଜବରଦସ୍ତ ମାଡ଼ି ବସିଛନ୍ତି ।ଜମି ପଡ଼ିଆ ପଡୁଛି ।ତେଣୁ ଗାଁ ରୁ ଚାଷୀ ସହର ମୁହାଁ।ନୂଆ ସ୍ଲୋଗାନ ଆସିଯାଇଛି ” ୫ ଟଙ୍କାରେ ଆହାର – ୧୦ ଟଙ୍କାରେ ବାହାର”!
ସରକାର ଯିଏ ଚଳାନ୍ତୁ, ବିଚରା ମଧ୍ୟବିତ୍ତ ବିଦେଶୀ ସେଣ୍ଡବିଚ୍ ପରି ଚିପି ହୋଇ ଯାଉଛି । ତଳେ ଗରୀବ ମାଗଣା ଯୋଜନା ପାଇ କାମଧନ୍ଦା ଛାଡି ଦେଇ ଆନନ୍ଦରେ ।ଉପରେ ଧନୀ ଓ ପୁଞ୍ଜିପତି କୋଟି କୋଟି ଟଙ୍କାର ଋଣ ଛାଡ ପାଇ କିଏ ଦେଶରେ ତ କିଏ ଦେଶ ଛାଡ଼ି ବିଦେଶରେ ଆନନ୍ଦରେ ।ଏମାନଙ୍କୁ ପରୋକ୍ଷରେ ପୋଷିଛି ମଧ୍ୟବିତ୍ତ ଶ୍ରେଣୀ କରଦାତା ।ଯାହା କିଣନ୍ତୁ ଅନ୍ୟ ଟିକସ ସହିତ GST ମାରିଦେଉଛି । ଚାରା ଖିଆ ଲାଲୁ ଓ ପଲଟୁ ରାମ ନୀତିଶ ଝଗଡ଼ା ପରି ଓଡ଼ିଶାକୁ ବିହାର କରି ଦେଲେଣି ପୂର୍ବ ଓ ବର୍ତ୍ତମାନ ସରକାର ।କାଳିଆ ବନାମ ସୁଭଦ୍ରା ଯୋଜନା ଭିତରେ ଘମାସନ୍ ଲଢେଇ ।ଆଜିକାଲି ଗୁଜରାଟୀ କମ୍ପାନୀ ଏଣ୍ଟ୍ରି କଲେଣି ।ଓଡ଼ିଶା ବାସୀ ମାଗଣା ଖାଇ କୋଢିଆ ହୋଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ଘୁଙ୍ଗୁଡ଼ି ମାରୁଥାନ୍ତୁ ଓ ଅଣ ଓଡ଼ିଆ ନିଜର ପକେଟ ଭରି ଚାଲନ୍ତୁ । ଉଭୟ ଶାସକ ଓ ବିରୋଧୀ ଦଳ କଥାକୁ ନିଜ ଆଡ଼କୁ ଜବରଦସ୍ତ ଭିଡ଼ି ମନେ ମନେ ଗାଳି ଦେଉଥିବେ ନିଶ୍ଚୟ । ସାମ୍ପ୍ରତିକ ଘଟଣାକୁ ନେଇ କଲମର ଗତି ।ଯିଏ ଯାହା ଭାବନ୍ତୁ ,ଆମର କିଛି ଯାଏ ଆସେ ନାହିଁ..

Leave a Reply

Your email address will not be published. Required fields are marked *