ଜଙ୍ଗଲରେ ଗଚ୍ଛିତ ୧୦୫ କିଲୋଗ୍ରାମ ଗଞ୍ଜେଇ ଜବତ ସହିତ ୩ ଗିରଫ
ମାଲକାନଗିରି:ଦର୍ଶନସମୀକ୍ଷା
ଓର୍କେଲ ପୋଲିସକୁ ମିଳିଛି ଆଉ ଏକ ସଫଳତା।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୁରୁଣା ଚି଼ମଟାପାଲ୍ଲୀ ପଞ୍ଚାୟତ ଅଧିନସ୍ତ ସୁବର୍ଣ୍ଣପୁର ଗ୍ରାମ ନିକଟ ଜଙ୍ଗଲରେ ୨ ଜଣ ବ୍ୟକ୍ତି ବାହାର ଅଞ୍ଚଳକୁ ଚୋରା ଚାଲାଣ ପାଇଁ ୫ ଟି ଜରି ବସ୍ତାରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ରଖିଥିବା ନେଇ ଏକ ବିଶେଷ ସୂତ୍ରରୁ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କୁ ସୂଚନା ମିଳିଥିଲା ତେବେ ଶନିବାର ଅପରାହ୍ନ ପ୍ରାୟ ୨ ଟା ସମୟରେ ଥାନା ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଏସ ଆଇ ମିଳନ ବରିହାଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ଚଢ଼ାଉ କରିସେଠାରେ ରଖା ଯାଇଥିବା ଗଞ୍ଜେଇକୁ ଜବତ କରିବା ସହିତ ଉକ୍ତ ଗଞ୍ଜେଇ ବସ୍ତା ନିକଟରେ ଉପସ୍ଥିତ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି ଥାନାକୁ ଆଣିଥିଲେ। ତେବେ ଘଟଣା ସ୍ଥଳରୁ ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତି ହେଲେ ବାଣ୍ଡିଗୁଡା ଗ୍ରାମର ସର୍ବେଶ୍ୱର ଓରଫ କାଳିଆ ବେଉରିଆ -(୩୦) ଏବଂ ଅନ୍ୟ ଜଣେ ବାଲିମେଳା ଓଡ଼ିଆ ସାହିର ଯାଦବ ବେହେରା ବୋଲି ଜଣା ପଡିଛି। ଏହି ଦୁଇଜଣ ବ୍ୟକ୍ତିଙ୍କୁ ପୋଲିସ ପଚରା ଉଚରା କରିବା ସମୟରେ କହିଥିଲେ ଯେ ଆମ୍ଭେ ଫୋନ କରି ଏହି ଗଞ୍ଜେଇକୁ ଚିତ୍ରକୋଣ୍ଡା ଥାନା ଅଧିନସ୍ତ ଟର୍ନେଲକ୍ୟାମ୍ପ ଗ୍ରାମ ଠାରୁ ପ୍ରାୟ ୧୦କିମି ଦୂର ଏରାଗୋପୁ ଗ୍ରାମରେ ରହୁଥିବା ବିଭୀଷଣ କିର୍ଶନୀ -(୩୦)ଙ୍କ ଠାରୁ ଅଣା ଯାଇଛି ବୋଲି ପୋଲିସ ସମ୍ମୁଖରେ ପ୍ରକାଶ କରିଥିଲେ। ଏହା ପରେ ଓର୍କେଲ ପୋଲିସ ଏହି ଘଟଣାରେ ଗଞ୍ଜେଇ ବିକ୍ରୀ କରିଥିବା ଏରାଗୋପୁ ଗ୍ରାମରୁ ବିଭୀଷଣକୁ ଗିରଫ କରି ଥାନାକୁ ଆଣିଥିଲେ। ଏ ନେଇ ଥାନାରେ କେସ ନମ୍ବର -୨୨୧/୨୦୨୫ ରେ ଦଫା ୨୦(ବି )(ii)(ସି )/୨୯ ଏନଡିପିଏସ ଆକ୍ଟ ରେ ଏକ ମାମଲା ରୁଜୁ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ଉପରୋକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାର ତଦନ୍ତ ଏସଆଇ ମନୋହର ସାହୁ ଜାରୀ ରଖିଥିବା ଓର୍କେଲ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
Leave a Reply