Spread the love

ଅମର ବର ପାଇଛି ଅମଲା…

କେହି ରହିନାହିଁ ରହିବ ନାହିଁଟି ଭବରଙ୍ଗ ଭୂମିତଳେ । ଏ ଦୁନିଆରେ କେହି ଅମର ବର ପାଇନି । ଜନ୍ମ ନେଇଥିବା ପ୍ରାଣୀ ଦିନେ ନା ଦିନେ ମରିବ ନିଶ୍ଚିତ । ଦେଶରେ ଓ ରାଜ୍ୟରେ ସରକାରୀ କଳକୁ ଚଲାଉଥିବା ଅମଲାତନ୍ତ୍ରର ମରଣ କଥା କେବେ ଭାବୁଛନ୍ତି କି? ଜମାରୁ ଭାବନ୍ତୁନି ।

ଯୋଉଦିନ ଅମଲାତନ୍ତ୍ର ମରିଯିବ । ସେଦିନ ଶାସନର ଚକଅଖ ସବୁ ବନ୍ଦ ହୋଇଯିବ ।

ଜିଲ୍ଲାପାଳ, ବିଡିଓ, ବ୍ଲକ ଅଫିସ, ତହସିଲ ଅଫିସ, ପଂଚାୟତ ଅଫିସ, ଜିଲ୍ଲା ପରିଷଦ ଅଫିସ, ସଚିବାଳୟ, ଯୋଉଠି ଦେଖିବ ସବୁଠି ଅମଲାତନ୍ତ୍ର । କିରାଣୀ ଓ ସେକ୍ସନ୍‌ ଅଫିସରଙ୍କୁ ଅମଲାତନ୍ତ୍ର ଭିତରେ ଗଣାଯାଏ । ଆଜିକାଲି ପିଅନ, ଚପରାସୀମାନେ ମଧ୍ୟ ଅମଲାତନ୍ତ୍ର ଭିତରେ ଗଣାହେଲେଣି ।

ବ୍ରିଟିଶ ସରକାର ଚାଲିଗଲା । କିନ୍ତୁ ଅମଲାତନ୍ତ୍ରକୁ ଯୋଉ ଅମର ବର ଦେଇ ଚାଲିଗଲା । ତାକୁ ମାରିବାର କଳାଟି ଭାରତର ରାଜନେତା ଅବା ପ୍ରଶାସକଙ୍କୁ ଶିଖାଇଲାନି ।

ଯା’ର ପରିଣାମ ଆଜିର ଅମଲାତନ୍ତ୍ର ଯୋଉ ଦଳ ଉପରେ ହାତ ରଖୁଛି । ସେହି ଦଳଟି କ୍ଷମତାକୁ ଚାଲିଯାଉଛି । ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ପ୍ରାୟ ସେହି ଚିତ୍ର ଦେଖିବାକୁ ମିଳିଛି ।

ଦୀର୍ଘଦିନ ଧରି ବିଜେଡିକୁ କ୍ଷମତାରେ ବସାଇ ଯାହା ପାଇବା କଥା, ପାଇଯିବା ପରେ ଆଉ ଅଧିକ କିଛି ପାଇବା ଆଶାରେ ବିଜେପିକୁ କ୍ଷମତାରେ ବସାଇଛନ୍ତି । ବିଜେପି ସେମାନଙ୍କ ପ୍ରତି ଅଭୟ ଦୃଷ୍ଟି ନରଖିଲେ କ୍ଷମତାରୁ ହଟିଯିବ ବୋଲି ଏତିକି ବେଳୁ ଆଲୋଚନା ଆରମ୍ଭ ହୋଇଗଲାଣି ।

Leave a Reply

Your email address will not be published. Required fields are marked *