ହିନ୍ଦୋଳ ବିଜେଡିର ପ୍ରସ୍ତୁତି ବୈଠକ
=(ମାର୍ଚ୍ଚ ୬ ତାରିଖରେ ବିଜୁ ଜନତାଦଳର ପ୍ରତୀକ ଧାରଣା ଓ ପ୍ରତିବାଦ)=
ଖଜୁରିଆକଟl :(ଦର୍ଶନସମୀକ୍ଷା) ଢେଙ୍କାନାଳର ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁଙ୍କ ନେତୃତ୍ବରେ ହିନ୍ଦୋଳର ସାତମାଇଲ ବିଜୁ ଜନତାଦଳ କାର୍ଯ୍ୟାଳୟରେ ଆଗାମୀ କାର୍ଯ୍ୟକ୍ରମଗୁଡ଼ିକର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆସନ୍ତା ମାର୍ଚ୍ଚ ୫ ତାରିଖ ଦିନ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଜନ୍ମ ଜୟନ୍ତୀ ସାତମାଇଲ ବିଜେଡି କାର୍ଯ୍ୟାଳୟରେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ଅବସରରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ସାତ ଜଣ ଶ୍ରେଷ୍ଠ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମାର୍ଚ୍ଚ ଆଠ ତାରିଖ ମହିଳା ଦିବସକୁ ମଧ୍ୟ ହିନ୍ଦୋଳରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ସରକାରଙ୍କ ଜନମାରଣ ନୀତି କୁ ଉକ୍ତ ବୈଠକରେ ବିରୋଧ କରାଯାଇଥିଲା। ରାଜ୍ୟରେ ହିନ୍ଦୋଳରେ ସର୍ବାଧିକ ଲୋକ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରୁଥିବା ବେଳେ ଲୋକଙ୍କୁ ସୁରକ୍ଷା ଯୋଗାଇବାରେ ସରକାରଙ୍କ ନିଷ୍କ୍ରିୟତା, କଳକାରଖାନାଗୁଡିକର ମନମାନି ଓ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସାମାଜିକ ମୂଲ୍ୟବୋଧକୁ ହେୟଜ୍ଞାନ, କଳକାରଖାନାଗୁଡିକ ଲକ୍ଷ ଲକ୍ଷ ଟନ କୋଇଲା ପୋଡୁଥିବାବେଳେ ସେମାନଙ୍କର ପାଉଁଶ ପୋଖରୀ ନ କରିବା ପାଉଁଶ ଏବଂ କ୍ରସରଗୁଣ୍ଡରୁ ରକ୍ଷା ପାଇଁ କାର୍ଯ୍ୟ ନ କରିବା , ଉନ୍ନତି ମୂଳକ କାର୍ଯ୍ୟରେ ପିସି ବନ୍ଦ ସହ ଅନୁମୋଦିତ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଇବା ପ୍ରଭୃତି ଦାବୀ ନେଇ ପ୍ରତୀକ ଧାରଣା ଓ ପ୍ରତିବାଦ କରାଯିବ ।
ଏଠାରେ ସୂଚନା ଯୋଗ୍ୟ ଯେ ପ୍ରାକ୍ତନ ସାଂସଦ ଶ୍ରୀ ସାହୁ ପୂର୍ବରୁ ଏ ନେଇ ଏକ ଦାବି ପତ୍ର ହିନ୍ଦୋଳ ଉପଜିଲ୍ଲାପାଳ ଏବଂ ଏସଡିପିଓଙ୍କୁ ପ୍ରଦାନ କରିଥିଲେ । ମାତ୍ର ପ୍ରଶାସନ ତରଫରୁ ଆଜି ପର୍ଯ୍ୟନ୍ତ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇନାହିଁ ଦରକାର ପଡିଲେ ସେଥିପାଇଁ ଜନ ଆନ୍ଦୋଳନ ପାଇଁ ମଧ୍ୟ ବାଧ୍ୟ ହେବୁ ବୋଲି କହିଛନ୍ତି ପୂର୍ବତନ ସାଂସଦ ମହେଶ ସାହୁ। ଏହି ବୈଠକରେ ବହୁ ବିଜେଡି କାର୍ଯ୍ୟକର୍ତl ଓ କର୍ମୀ ଯୋଗଦେଇଥିଲେ