ହିନ୍ଦୋଳରେ ଠିକଣା ଖୋଜୁଛନ୍ତି ହିତାଧିକାରୀ
=(ନୂତନକୋଠl ନିର୍ମାଣ ପରଠାରୁ ଅଫିସରେ ପଡିଛି ତାଲା)=
ଖଜୁରିଆକଟl (ଦର୍ଶନ ସମୀକ୍ଷା): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ସହକାରୀ ମତ୍ସ୍ୟ ଅଧିକାରୀଙ୍କ ନବ ନିର୍ମିତ କାର୍ଯ୍ୟାଳୟ କୋଠlଟି ପ୍ରାୟ ବର୍ଷେ ହେବ ନିର୍ମାଣ ସରିଥିଲେ ମଧ୍ୟ ଆଜି ଯାଏଁ ତାଲା ବନ୍ଦ ହୋଇ ରହିଥିବାରୁ ଏହି ଉପଖଣ୍ଡ ତଥା ବ୍ଲକର ବିଭିନ୍ନ ଅଞ୍ଚଳର ହିତାଧିକାରୀ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ଠିକଣା ଖୋଜିବାରେ ବିଭ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ ସ୍ଥାନୀୟ ଉପଖଣ୍ଡ ପ୍ରାଣୀ ଧନ ଚିକିତ୍ସାଳୟ ପରିସରରେ ସହକାରୀ ମତ୍ସ୍ୟ ଅଧିକାରୀଙ୍କ ନୂତନ କାର୍ଯ୍ୟାଳୟ ଗୃହଟି ପ୍ରାୟ ୨୦୨୨-୨୩ ମସିହାରୁ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେବା ପରେ ତହିଁରେ ରଙ୍ଗ ଲେପନ ବିଭାଗୀୟ ଅଧିକାରୀଙ୍କ ବୋର୍ଡ (କାର୍ଯ୍ୟାଳୟ ଫଳକ) ଲଗା ଯାଇ ଅଛି। ଏହା ସହିତ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ଶେଷ ହୋଇଛି ହେଲେ ଆଜି ଯାଏଁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ କାର୍ଯ୍ୟାଳୟ ଗୃହଟି ଖୋଲି ପାରୁନି କି ସେଠାକୁ ଅଧିକାରୀ ଆସୁ ନାହାନ୍ତି ଫଳରେ ନୂତନ କୋଠlଟିର କେତେ କାଂଶରୁ ରଙ୍ଗ ଛାଡ଼ିବାକୁ ବସିଲାଣି। ଅଧିକାରୀ ଜଣଙ୍କ ବିଭାଗୀୟ କାମ ରଖି କୌଣସି ଅଞ୍ଚଳକୁ ଗଲେ ଏଠାକୁ ଆସୁଥିବା ହିତାଧିକାରୀ ମାନେ ବ୍ଲକ କାର୍ଯ୍ୟାଳୟରୁ ପ୍ରାଣୀ ଧନ ଚିକିତ୍ସାଳୟ ପୁଣି ସେଠାରୁ ବ୍ଲକକୁ ଯାଇ ଆସି ନୟାନ୍ତ ହେଉଛନ୍ତି। ଏହିଭଳି ବ୍ୟତି କ୍ରମନେଇ ଜିଲ୍ଲା ବିଭାଗୀୟ ଅଧିକାରୀଙ୍କୁ ପଚାରିବାରେ ସେ ରାଜ୍ୟ ବିଭାଗୀୟ ନିର୍ଦ୍ଦେଶାଳୟରୁ ଏ ସଂକ୍ରାନ୍ତରେ ଚିଠି ମାଧ୍ୟମରେ କୌଣସି ଅର୍ଡର ଆସି ନଥିବାରୁ ଖୋଲିବାରେ ବିଳମ୍ବ ହେଉଥିବା ପ୍ରକାଶ କରିଥିଲେ। ତେବେ ଆସନ୍ତା ଏପ୍ରିଲ ମାସରୁ କାର୍ଯ୍ୟାଳୟଟି ଖୋଲିବା ନେଇ ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି ପ୍ରକାଶ କରିଥିଲେ। ଉଲ୍ଲେଯୋଗ୍ୟ ଯେ କାର୍ଯ୍ୟ କରିଥିବା ଠିକାଦାର ଜଣଙ୍କ ଏଯାଏଁ ସରକାରୀ ସ୍ତରରେ ନବ ନିର୍ମିତ କାର୍ଯ୍ୟାଳୟ କୋଠାଟିକୁ ବିଭାଗକୁ ହସ୍ତାନ୍ତର କରି ନଥିବା ଜଣା ପଡ଼ିଛି।