Spread the love

ସି ପି ଆଇ ନେତା ଦିବାକର ନାୟକଙ୍କ ଦେହାନ୍ତ
ଭୁବନେଶ୍ୱର ୨୦/୪/୨୫ : (ଦର୍ଶନ ସମୀକ୍ଷା) ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କ ଇ ଆଜି ଭୁବନେଶ୍ୱରରେ ଦେହାନ୍ତ ଘଟିଛି । ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବିଧାୟକ ଗଣେଶ୍ୱର ବେହେରା, ସିପିଏମ ନେତା ଜନାର୍ଦ୍ଦନ ପତିଙ୍କ ସମେତ ବହୁ ରାଜନେତା ଆଜି ସିପିଆଇ ରାଜ୍ଯ କାର୍ଯ୍ୟାଳୟକୁ ଯାଇ ସ୍ବର୍ଗତ ନାୟକଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପରେ, ନାୟକଙ୍କ ମୃତ ଶରୀର ତାଙ୍କ ପୈତୃକ ଗ୍ରାମ ଭଦ୍ରକ ଜିଲ୍ଲାର ଷେଣ୍ଢଛିତିରା ଗ୍ରାମକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ନାୟକ ସିପିଆଇ ଛାତ୍ର ଶାଖା ଏଆଇଏସଏଫରୁ ଛାତ୍ର ନେତା ଭାବେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ସି ପି ଆଇ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ରହିଥିଲେ । ଦିବାକର ଦଳ ଦ୍ଵାରା ପ୍ରକାଶିତ ମୁଖପାତ୍ର ନୂଆ ଦୁନିଆର ସମ୍ପାଦକ ଥିଲେ ।

Related Post

Leave a Reply

Your email address will not be published. Required fields are marked *

You Missed