ସାହାଯ୍ୟ ପାଉଥିବା ସ୍ରୋତ ଠାରେ ମନୁଷ୍ୟ ମାନଙ୍କର ଦୁର୍ବଳତା ରହିଯାଏ
ଯେମିତି କି ସାନ ପିଲା ମାନଙ୍କର ବଳ ସେମାନଙ୍କର ବାପା ମା। ଠିକ୍ ସେହିପରି ଚାକିରି, ବେପାର, ନିଜ ଶରୀରର ବଳ, ବୁଦ୍ଧି, ବ୍ୟାଙ୍କ ଇତ୍ୟାଦି। ଏ ସମସ୍ତେ ବ୍ୟବହାର ଯୋଗ୍ୟ କିନ୍ତୁ ଏମାନଙ୍କ ସ୍ବଭାବକୁ ବୁଝି ଯେଉଁ ବ୍ୟକ୍ତି ଜୀବନ ନିର୍ବାହ କରନ୍ତି ସେ ଖୁସିରେ ରହନ୍ତି। ଯେମିତି କି ଶରୀରର ବଳ। ତାହାର ଆଧାରରେ ଆମେ କାମ କରୁ। କିନ୍ତୁ ତାହାର ସ୍ବଭାବ ହେଲା ବେଳେ ବେଳେ ସେ ଠିକ୍ ନ ରହି ପାରେ ଏବଂ ସମୟାନୁକ୍ରମେ ବଳ କମିବ। ତେଣୁ ତା ଭରସାରେ ଯଦି ଆମେ ଖୁସି ରହିବା ପାଇଁ ଭାବିବା ହେବ ନାହିଁ। ଚାକିରି ଇତ୍ୟାଦି ସବୁ କିଛି ସେହିପରି। ତେଣୁ ଯେମିତି ପରିସ୍ଥିତିରେ ଆମେ ରହିବା ସେମିତିରେ ଖୁସି ରହିପାରିଲେ ଆମକୁ କେହି ଦୁଃଖୀ କରି ପାରିବେ ନାହିଁ। ଖାଲି ଟିକିଏ ଅସୁବିଧା ସମୟରେ ହସି ଶିଖିଲେ ହେଲା।
“ଆଖିଠାରୁ ମୂଲ୍ୟବାନ ଅଙ୍ଗ କିଛି ନାହିଁ । ଆଖି ଥାଇ ଅନ୍ଧ ହେବା ଅର୍ଥ ନିଜକୁ ନିଜେ ବିନାଶ କରିବା !!”
“ଏ ଦୁନିଆଁରେ ସମସ୍ତେ ମତଲବୀ, ସ୍ୱାର୍ଥବାଦୀ । ନିଜର ସ୍ୱାର୍ଥ ହାସଲ ପରେ,. ମତଲବ ପୂରଣ ହେବା ପରେ ଆଉ ପଚାରନ୍ତି ନାହିଁ !!”
“ଏ ଦୁନିଆଟା ଅପବାଦ, ଅପମାନ, ଅବିଶ୍ୱାସର ଗନ୍ତାଘର । ପ୍ରତ୍ୟେକ ପ୍ରାଣୀ ବୁଝି ବିଚାରି ବିବେକାନୁମୋଦିତ ରାସ୍ତାରେ ଚାଲିବା ଆବଶ୍ୟକ । ଦୁଷ୍ଟ, ଖଳ, ଖରାପକୁ ଛାଡି ଭଲକୁ ଆପଣେଇବା ଆବଶ୍ୟକ !!”
“ଏ ସଂସାର ଦୁଃଖର ଆକର । ପ୍ରତ୍ୟେକ ପ୍ରାଣୀର କିଛିନା କିଛି ଦୁଃଖ ଦୁଃଶ୍ଚିନ୍ତା ରହିଛି । କେହି ସଦାସୁଖୀ ନୁହେଁ !!”
“ଏ ସଂସାରରେ ଏପରି କିଏ ଅଛି ଯିଏ ସର୍ବଗୁଣ ସମ୍ପନ୍ନ? ଯାହାର ଏତେ ଟିକେବି କ୍ଷୂଣ ନାହିଁ? ଏପରି କିଏ ଅଛି ଯାହାର କିଛିବି ଦୁଃଖ ନାହିଁ? ସର୍ବଦା କେହି ସୁଖୀ ହୋଇପାରେ ନାହିଁ । ଦିନରାତି, ସତ୍ୟ ମିଥ୍ୟା, ଅନ୍ଧାର ଆଲୁଅ ପରି ଦୁଃଖ ସୁଖ ଗତି କରିଚାଲିଛନ୍ତି । ସୁଖ ଦୁଃଖର ଏବଂ ଦୁଃଖ ସୁଖର ଆବାହକ !!”