Spread the love

ସାଲେପୁର ନିର୍ବାଚନ ମଣ୍ଡଳୀ ବିଜେଡି ବିଜେପି ଅଙ୍କ ବିଗାଡି ଦେଇ ପାରନ୍ତି CPIM ପାର୍ଥି ବଦ୍ରି ନାରାୟଣ ଦାସ.. ହୁଏତ ଦୁଇଟି ଦଳର ଧନର ପ୍ରଚୁର୍ଯ୍ୟ ଥାଇପାରେ. କିନ୍ତୁ ସି ପି ଆଇ ଏମ ବିଧାୟକ ପାର୍ଥି ବଦ୍ରି ଦାସ ଙ୍କ ବ୍ୟକ୍ତିତ୍ୱ ଆଗରେ ପଛରେ ରହିପାରନ୍ତି. କାରଣ ଶ୍ରୀ ବଦ୍ରି ଦାସ ଦୀର୍ଘ 40 ବର୍ଷ ଧରି ଗରିବ ଗୁରୁବା ଙ୍କ ସେବାରେ ଜୀବନ ଉତ୍ସର୍ଗ କରି ଦେଖେଇଦେଇଛନ୍ତି ସାମାଜିବ ଓ ରାଜନୈତିକ ସଂସ୍କାର କିପରି କରାଯାଏ.

ସାଧାରଣ ଲୋକଙ୍କୁ ଜମି ପଟ୍ଟା ବଣ୍ଟନ ହେଉ କିମ୍ବା ଧନୀ ଗରିବର କୌଣସି ସାହାଯ୍ୟ ସହଯୋଗ ହେଉ ସେ ସାରା ଜୀବନ ଲୋକଙ୍କ ସେବାରେ ସାଲେପୁର ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ବେଶ ଜଣାଶୁଣା. ମାନବ ସମାଜର ମଙ୍ଗଳ ପାଇଁ ସେ ଦୀର୍ଘ ଦିନରୁ ଗୋଟିଏ ଦଳରୁ ସଂଗ୍ରାମ କରି ଆସୁଛନ୍ତି. ଅଞ୍ଚଳ ବାସୀ କୁହନ୍ତି ବଦ୍ରିଭାଇ ଅନ୍ୟର ଉପକାର କରିବାରେ ଯୋଉ ଆନନ୍ଦ ପାଆନ୍ତି ସେ ଯୋଗ୍ୟତା ସମସ୍ତଙ୍କ ପାଖରେ ନାହିଁ.ସଫଳତା ବିଫଳତା ତାଙ୍କ ପାଖରେ ଯେମିତି ହାର ମାନିଛି. ଆଜି ପାର୍ଥିପତ୍ର ଦାଖଲ ବେଳେ କିଛି ସାମ୍ବାଦିକ ଙ୍କ ପ୍ରଶ୍ନ ର ଉତ୍ତରରେ କହିଲେ ଆମେ ଜଣେ ଜଣେ ମଣିଷ ଭଗବାନ ସମସ୍ତଙ୍କୁ ଜନ୍ମ ଦେଇଛନ୍ତି ଅନ୍ୟର ଉପକାର କରିବା ପାଇଁ ଆମ ଓ ଆମ ସଂଗଠନ ବଂଚିଛି ସମସ୍ତଙ୍କୁ ସାହାଯ୍ୟର ହାତ ବଢେଇବା ପାଇଁ. ହାର ଜିତ ତ ଲାଗିରହିଛି ମୋ ପାଖରେ ହାରିବା ଜିତିବା ସମାନ. କମ୍ୟୁନିଷ୍ଟ ଦଳରେ ଉତ୍ସାହ ଦେଖିବାକୁ ମିଳୁଛି.

Leave a Reply

Your email address will not be published. Required fields are marked *