Spread the love

ସ୍ମାର୍ଟ୍ ମିଟର ନ ଲଗାଇବା ପାଇଁ ଦାବି
—–+———+————+———
କଟକ : ଆଜି ଗୋପାଳପୂର ବାଲିକୁଦା ଟିପିଶିଓଲ କାର୍ଯ୍ୟାଳୟରେ ଉତ୍ତମାପୂର ଜୟ ଜଗନ୍ନାଥ ସୋଇଟିକୁ ତରଫରୁ ବିଦ୍ୟୁତ୍ କାର୍ଯ୍ୟନିର୍ବାହୀ ଅଧିକାରୀ ଏସ୍ ଡି ଓ ଙ୍କୁ ସ୍ମାର୍ଟ ମିଟର ଲଗାଇବା ପ୍ରତିବାଦରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।ଖବର ନେବାରୁ ଜଣାପଡିଛି ସଂପୃକ୍ତ ଅଞ୍ଚଳରେ କମ୍ପାନୀ ତରଫରୁ ପୂର୍ବରୁ ଲଗାଯାଇଥିବା ମିଟର ଠିକ୍ ଥିଲେ ମଧ୍ୟ ବିନା ମିଟର ରିଡ଼ିଂରେ ଟାଟା କମ୍ପାନୀ କର୍ମଚାରୀ ମାନେ ଆନୁମାନିକ ଆଭ୍ରେଜ ବିଲ ଉପୋଭୋକ୍ତା ମାନଙ୍କୁ ଧରାଇ ଦେଇଛି,ଯାହା ପ୍ରକୃତ ମିଟର ରିଡ଼ିଂ ଠାରୁ ଦେଢ଼ଗୁଣା ଅଧିକ । ଅନ୍ୟ ପଟରେ ଆଗକୁ ସ୍ମାର୍ଟ ମିଟର ଲାଗିବ ଏବଂ ତାର ମିଟର ଚାର୍ଜ ସାତ ହଜାରରୁ ଅଧିକ ଲୋକ ମାନଙ୍କୁ ଦେବାକୁ ପଡ଼ିପ ଜଣା ପଡ଼ିଛି

ଆଜି ଅଧିକାଂଶ ଉପୋଭୋକ୍ତାଙ୍କ ମୋବାଇଲକୁ କଂପାନୀ ତରଫରୁ ଏକ ମେସେଜ ଆସିଛି ଆଉ ଯେଉଁଥିରେ ଦର୍ଶାଯାଇଛି ଯେ ପୂର୍ବରୁ ଯେଉଁ ସପ୍ଲାୟର ମିଟର ଯୋଗାଇଥିଲା ତାହା ଖରାପ ଅଛି ଆଉ ସେଥିପାଇଁ ନୂଆ ମିଟର ଲାଗିବ । ଏଥିରୁ ସ୍ପଷ୍ଟ ବାରିହେଉଛି ଯେ ଗୋଟିଏ କନେକ୍ସନ୍ ପାଇଁ ଦୁଇଥର ମିଟର ଚାର୍ଜ ଦେବା ଏବଂ ମିଟର ଠିକ୍ ଥାଇ ନୂଆ ମିଟର ଲଗାଇ ଅଧିକ ପଇସା ଲୁଟିବା ପାଇଁ ଟାଟା କମ୍ପାନୀ ଶୋଷଣର ଜାଲ ବିଛାଉଛି ।

କମ୍ପାନୀର ଏହି ହିନ ପ୍ରଚେଷ୍ଠାକୁ ବରଦସ୍ତା କରାଯିବ ନାହିଁ ଆଉ କମ୍ପାନୀ ଯଦି ଏଥିରୁ ନିବୃତ୍ତ ନରୁହେ ତେବେ ଆବଶ୍ୟକ ସ୍ଥଳେ ସୋସାଇଟିର ଆନ୍ଦୋଳକୁ ଓହ୍ଲାଇବ ବୋଲି କର୍ମକର୍ତ୍ତା ମାନେ ଚେତାବନୀ ଦେଇଛନ୍ତି । ଡକ୍ଟର ବ୍ରଜକିଶୋର ନାୟକ, ହରିଵଭ୍ଳଭ ଦାଶ,ରମାକାନ୍ତ ସାହୁ,ଦିଲ୍ଲୀପ ବିଶ୍ଵାଳ,ଗୌରହରି ସାମଲ,ବିଭୂତି ପଟ୍ଟନାୟକ,ଶିଶିର ମହାନ୍ତି, ଦିଲ୍ଲୀପ ଲେଙ୍କା,କୈଳାଶ ସିଂହ ପ୍ରମୁଖ ଦାବିପତ୍ର ଦେବାବେଳେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Related Post

Leave a Reply

Your email address will not be published. Required fields are marked *

You Missed