ସ୍ପଷ୍ଟସ୍ପଷ୍ଟ କଲେ ବୈଜ୍ଞାନିକ, ବିପରୀତ ଦିଗରେ ବୁଲୁଛି ପୃଥିବୀର କେନ୍ଦ୍ର..
ଜଳବାୟୁ ପରିବର୍ତ୍ତନ ବିପଦ ମଧ୍ୟରେ ପୃଥିବୀ ପ୍ରତି ଆଉ ଏକ ସଙ୍କଟ ସୃଷ୍ଟି ହୋଇଛି। ପୃଥିବୀର ଆଭ୍ୟନ୍ତରୀ ଣ କୋର (କେନ୍ଦ୍ର) ଆକସ୍ମିକ ଭାବେ ମନ୍ଥର ହୋଇଯାଇଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ସ୍ବାଧୀନ ଭାବେ ଘୂରି ବୁଲୁଥିବା ଏହି କଠିନ ବଲ୍ ଆକୃତିର କୋର୍ ଏବେ ବିପରୀତ ଦିଗରେ ଗତି କରୁଛି।

ଏହାର ପ୍ରଭାବରେ ଦିନର ଅବଧି ହ୍ରାସ ପାଇପାରେ। ୧୯୩୬ରେ ଡେନ୍ମାର୍କ ଭୂକମ୍ପବିଜ୍ଞାନୀ ଇଙ୍ଗେ ଲେହମାନଙ୍କ ସନ୍ଧାନ ପରଠାରୁ ଆଭ୍ୟନ୍ତରୀଣ କୋର୍ ଗବେଷକଙ୍କୁ ଆକର୍ଷିତ କରିଆସୁଛି। ଏହାର ଘୂର୍ଣ୍ଣନ ଗତି ଏବଂ ଦିଗ ଚର୍ଚ୍ଚାକୁ ଖୋରାକ ଯୋଗାଉଛି। ତେବେ ନିକଟରେ ମିଳିଥିବା ପ୍ରମାଣ ଅନୁଯାୟୀ ଗତ କିଛି ବର୍ଷ ହେଲା କୋର୍ର ଘୂର୍ଣ୍ଣନରେ ବହୁତ ପରିବର୍ତ୍ତନ ହୋଇଛି। କିନ୍ତୁ ବୈଜ୍ଞାନିକମାନେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଦେଉଛନ୍ତି।

‘ନେଚର’ ପତ୍ରିକାରେ ଗତ ୧୨ ତାରିଖରେ ପ୍ରକାଶିତ ଅଧ୍ୟୟନରେ କେବଳ କୋର ମନ୍ଥର ହୋଇଥିବା କୁହାଯାଇଛି। ଏଥିରେ ୨୦୨୩ରେ ପ୍ରକାଶିତ ଅଧ୍ୟୟନକୁ ସମର୍ଥନ ଦିଆଯାଇଛି। କୋର୍ର ମନ୍ଥର ଗତି ପୁରୁଣା ଧାରାର ଅଂଶବିଶେଷ ବୋଲି କୁହାଯାଇଛି।