Spread the love

କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ଉଚ୍ଚ ଶିକ୍ଷା ବିଭାଗର ତାଗିଦ, ବଦଳି ଓ ନିଯୁକ୍ତି ସୁପାରିସ ଆଣିଲେ ହେବ କାର୍ଯ୍ୟାନୁଷ୍ଠାନ

କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ଉଚ୍ଚ ଶିକ୍ଷା ବିଭାଗର ତାଗିଦ । ବଦଳି ଓ ନିଯୁକ୍ତି ସୁପାରିସ ଆଣିଲେ ହେବ କାର୍ଯ୍ୟାନୁଷ୍ଠାନ । ବଦଳି ଓ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗରେ ଏବେ ମାଳ ମାଳ ସୁପାରିସ । ଅଧ୍ୟକ୍ଷ ପଦରେ ନିଯୁକ୍ତି, ନିଜ ପସନ୍ଦର କଲେଜକୁ ବଦଳି ପାଇଁ ପ୍ରତିଦନ ମନ୍ତ୍ରୀ, ବିଧାୟକ, ସାଂସଦ ଓ ନେତାଙ୍କ ସୁପାରିସ ଥିବା ଆବେଦନ ପତ୍ର ଆସୁଛି ।

ବିଭାଗରେ ଏସବୁ ଫାଇଲ ଥାକ ଥାକ ଥୁଆହୋଇଛି ।

କେବଳ ସେତିକି ନୁହେଁ ଗୋଟିଏ ସ୍ଥାନକୁ ବଦଳି ପାଇଁ ବିଧାୟକ ଓ ସାଂସଦଙ୍କ ସୁପାରିସ ଧରି ଆସୁଥିବା ଅଧ୍ୟାପକଙ୍କ ସଂଖ୍ୟା ବି ଅନେକ । ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ସବୁ କଲେଜ କର୍ତ୍ତୃପକ୍ଷଙ୍କୁ ଚେତାବନୀ ସମ୍ବଳିତ ଚିଠି ଲେଖିଛନ୍ତି । ଯେଉଁମାନେ ବଦଳି ଓ ନିଯୁକ୍ତି ପାଇଁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ପ୍ରଭାବ ପକାଇବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ଧମକ ଦେଇଛି ।

Leave a Reply

Your email address will not be published. Required fields are marked *

You Missed