Spread the love

ସତ୍ଯ ନ୍ଯାୟ ଧର୍ମ ପଥାନୁସରଣ
ବଚନରେ କହୁ ଥାଇ ,
କାର୍ଯ୍ଯରେ କିନ୍ତୁ ସେ ପଥ ହୁଡ଼ି ସଦା
କୁପଥରେ ଯାଉ ଥାଇ ।

ଜୀବନରେ ଖୁସିରେ ରହିବା ପାଇଁ ଦୁଇଟି ଶକ୍ତି ଥିବା ନିହାତି ଜରୁରୀ ପ୍ରଥମରେ ସହନଶକ୍ତି ଓ ଦ୍ଵିତୀୟରେ ବୁଝିବା ଶକ୍ତି ।

ଗୋଟେ ପୁରୁଷ ହସେ ନିଜର ଯନ୍ତ୍ରଣା ଲୁଚାଇବାକୁ ଆଉ ଗୋଟେ ମହିଳା କାନ୍ଦେ ନିଜର ଭୁଲ କୁ ଲୁଚାଇବାକୁ।

ସଂସ୍କୃତିରୁ ସଂସ୍କାର ଆସିଥାଏ ଆଉ ସଂସ୍କାର ରୁ ସଭ୍ୟ ସମାଜ ଗଠନ ହୋଇଥାଏ ଆଉ କିଛି ଲୋକ ଆମ ସଂସ୍କୃତିକୁ Old Culture କହି ପ୍ରତ୍ୟାଖ୍ୟାନ କରୁଛନ୍ତି ଯାହା ଆମ Society ଉପରେ Demerit ପକାଉଛି ।

        

ଭୁଲ ଉପାୟ ଅବଲମ୍ବନ କରି ସଫଳ ହେବା ଅପେକ୍ଷା ଏହା ଭଲ ଯେ, ସଠିକ୍ ମାର୍ଗରେ କାମ କରି ବିଫଳ ହେବା।

ଯେଉଁମାନେ ଗୁଣବାନ ଏବଂ ସଚ୍ଚୋଟ ହୋଇଥାନ୍ତି,ସେମାନଙ୍କର ପରୀକ୍ଷା ମଧ୍ୟ ଜବରଦସ୍ତ ହୋଇଥାଏ।

ସମ୍ପର୍କକୁ କେବେବି ଧନରତ୍ନରେ ମାପିବନି କାରଣ ଆମ ଦୁଃଖରେ ସାଥ ଦେଉଥିବା ଲୋକ ପ୍ରାୟତଃ ଗରିବ ହିଁ ହୋଇଥାଏ।

କେହି ଭଲ ଦେଖା ଯାଉଥିଲେ ତାକୁ ଭଲ ବୋଲି ଭାବିବନି କାରଣ ଆଜିର ମଣିଷ ଉପରକୁ ଭଲ ଦେଖାଯାନ୍ତି,କିନ୍ତୁ ଭିତରୁ ବହୁତ ଭୟଙ୍କର ହୋଇଥାନ୍ତି।

       

Related Post

Leave a Reply

Your email address will not be published. Required fields are marked *

You Missed