ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ର ରଜତ ଜୟନ୍ତୀ ଉତ୍ସବ
ତା୧୯-୧୨-୨୪ ସନ୍ଧ୍ୟା ରେ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ର ରଜତ ଜୟନ୍ତୀ ଉତ୍ସବ “ଗୁରୁବନ୍ଦନ” ଉଦ୍ଘାଟିତ ହୋଇ ଯାଇ ଅଛି।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତି ସୁରମା ପାଢ଼ୀ, ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ସନ୍ତୋଷ କୁମାର ରାଉତ,ସମାଜ ସମ୍ବାଦପତ୍ର ର ପୂର୍ବତନ ସମ୍ପାଦକ ଶ୍ରୀ ସତ୍ୟ ରାୟ,କଟକ ଜିଲ୍ଲା କ୍ରୀଡା ସଂଘ ଓ ଓଡ଼ିଶା ଫୁଟବଲ୍ ସଂଘ ର ସମ୍ପାଦକ ଶ୍ରୀ ଆଶୀର୍ବାଦ ବେହେରା,ସିବିଏସସି ଭୁବନେଶ୍ୱର ର ଆଞ୍ଚଳିକ ଅଧିକାରୀ ଶ୍ରୀ କେ ଶ୍ରୀନିବାସନ ଓଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀ ଶ୍ରୀତମ ଦାସ ଏବଂ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ସମୂହର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡ଼ ଜି ଏସ ପଟ୍ଟନାୟକ, ନିର୍ଦ୍ଦେଶକ ପ୍ରଭୁ ଚରଣ ମହାନ୍ତି ଓ ବିଦ୍ୟାଳୟ ପ୍ରଶାସନର ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇ ଥିଲେ।
୧୯ ତାରିଖ ପ୍ରାତଃ କାଳ ରେ ଅନୁଷ୍ଠିତ ହୋଇଥିବା ଇକୋ ଅଫ ଏକ୍ସିଲେନ୍ ମାଧ୍ୟମରେ ଓଡ଼ିଆ ପଦ୍ୟାବୃତ୍ତି ପ୍ରତିଯୋଗିତାରେ ଜୁନିଅର ଦଳ ରେ ଆସ୍ଥା ଆକାଂକ୍ଷା ପାତ୍ର ପ୍ରଥମ,
ସ୍ଵୟଂଶ୍ରୀ ସର୍ ଦ୍ଵିତୀୟ,
ଶୁଭ୍ରଜ୍ୟୋତି କର ତୃତୀୟ ସ୍ଥାନରେ ଏବଂ ସିନିୟର୍ ଦଳରେସୌମ୍ୟ। ମୁଦୁଲି ପ୍ରଥମ, ଅନିତ୍ୟ କୁମାର ମଲ୍ଲିକ ଦ୍ଵିତୀୟ ସୁଚିଶ୍ମିତା ବେହେରା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସେହିପରି ଜୁନିଅର ଶ୍ଳୋକ ଆବୃତ୍ତି ଦଳରେ ଅର୍ଚ୍ଚିତା ସ୍ୱାଇଁ ପ୍ରଥମ,ଅମ୍ବିକା ଦାସ ଦ୍ଵିତୀୟ, ଅର୍ଣ୍ଣଭ ମହାନ୍ତି ତୃତୀୟ ସ୍ଥାନରେ ରହି ବିଜୟ ଲାଭ କରିଥିଲେ। ସିନିଅର ଦଳରେ
ପ୍ରଜ୍ଞାନ ପାରମିତା ଦାସ ପ୍ରଥମ, ରିତିକା ରାଉତରାୟ ଦ୍ଵିତୀୟ,ଆୟୁଷ ସ୍ମିତା ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଦଳଗତ ନୃତ୍ୟ ବିଭାଗରେ ଜୁନିଅର ଦଳ ରେ ବ୍ୟାସନଗର ପ୍ରଥମ ଓ କୃଷ୍ଣ ମୂର୍ତ୍ତି ଜରିପଡ। ଦ୍ଵିତୀୟ ହୋଇଥିବା ବେଳେ ସିନିୟର୍ ଦଳରେ ଆୟୋଜକ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ବିଜୟୀ ହୋଇଥିଲେ।ଏଥିରେ ଡି ପି ଏସ କଳିଙ୍ଗର ସଂଘମିତ୍ରା ନାୟକ ,ସପ୍ନା ଦାସ, ଏବଂ ଶ୍ରୀ ଆଦର୍ଶ ଆନନ୍ଦ ଆଚାର୍ଯ୍ୟ ବିଚାରକ ଭାବେ ଯୋଗଦେଇ ଥିଲେ।
ସନ୍ଧ୍ୟା କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ଥିଲା ଭାଗବତ ଗୀତା ଉପରେ ଆଧାରିତ ନାଟକ ‘ଗୁରୁ ବନ୍ଦନ ‘।ଏହା ସହିତ ଅନେକ ରଙ୍ଗାରଙ୍ଗ କାର୍ଯ୍ୟ କ୍ରମ ଦ୍ଵାରା ସମସ୍ତେ ଆପ୍ୟାୟିତ ହୋଇଥିଲେ।
ଏହି ଅବସରରେ ବିଦ୍ୟାଳୟ ର ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ର ଛାତ୍ରୀ ତଥା ପୁରାତନ କିଛି ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ପ୍ରିୟଦର୍ଶୀ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା।ଏହି ରଜତ ଜୟନ୍ତୀ ଉତ୍ସବ ପାଳନ ପାଇଁ ପିଲାମାନଙ୍କର ଅଭିଭାବକ ମାନଙ୍କର ବିଶେଷ ଉତ୍ସାହ ଓ ସହଯୋଗ ପରିଲକ୍ଷିତ ହୋଇଥିଲା । ଏହି କାର୍ଯ୍ୟ କ୍ରମ ରେ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ସମୂହର ଅଧ୍ୟକ୍ଷ ମାନେ ମଧ୍ୟ ଯୋଗ ଦେଇ ଥିଲେ। ୨୦ ତାରିଖ ପ୍ରାତଃ କାଳ ରେ ମଧ୍ୟ ଆଉ ପ୍ରଶ୍ନୋତ୍ତର କାର୍ଯ୍ୟ କ୍ରମ,ସଙ୍ଗୀତ ଆଉ ବାଦ୍ୟାଂଶରେ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଛି।ରଜତ ଜୟନ୍ତୀ ଉତ୍ସବ ର ଉଦଯାପନୀ ଉତ୍ସବ କୁ ସମସ୍ତେ ପ୍ରତୀକ୍ଷା କରି ରହିଛନ୍ତି।