Spread the love

କଟକ ଦର୍ଶନ ସମୀକ୍ଷା :ସିଡିଏ ସ୍ଥିତ ଜେ ପି ଏମ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନର 33 ତମ ସ୍ଥାପନା ଦିବସ ଆଜି ମଙ୍ଗଳବାର ଦିନ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ସ୍ବାସ୍ଥ୍ୟ ଓ ବିଜ୍ଞାନ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର୍ ଡକ୍ଟର ମାନସ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରୋଟାରୀ କ୍ଲବ ର ଏଭଳି ଚକ୍ଷୁ ଚିକିତ୍ସା ଦ୍ବାରା ସାଧାରଣ ଗରିବ ଲୋକମାନେ ବିଶେଷ ଉପକୃତ ହୋଇ ପାରୁଛନ୍ତି। ଚକ୍ଷୁ ଚିକିତ୍ସାଳୟ ର ସଭାପତି ରୋଟାରୀୟାନ ଦେବାଶିଷ ପଣ୍ଡା, ସ୍ଵାଗତ ଭାଷଣ ଦେଇଥିଲେ। ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ମହାପାତ୍ର କାର୍ଯ୍ୟ କ୍ରମ କୁ ପରିଚାଳନା କରି କାର୍ଯ୍ୟ କ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ରୋଟାରୀ କ୍ଲବ ର ଆସନ୍ନ ନିର୍ବାଚିତ ସଭାପତି ରୋଟାରୀୟାନ୍ ସୁଜାତା ପ୍ରିୟଦର୍ଶିନୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଚାରିଟେବୁଲ ଟ୍ରଷ୍ଟ ର ଅଧକ୍ଷ ତଥା ପୂର୍ବତନ ଅଡ୍ ଦ୍ଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରକାଶ ମିଶ୍ର ଚକ୍ଷୁ ଚିକିତ୍ସାଳୟ ର ବିଭିନ୍ନ ଚିକିତ୍ସା ଓ ଡାକ୍ତରୀ ଛାତ୍ର ଛାତ୍ରୀ ମାନଙ୍କ ଗବେଷଣା ସମ୍ପର୍କରେ ସୂଚନା ଦେଇଥିଲେ।

ଚାରିଟେବୁଲ ଟ୍ରଷ୍ଟ ର ମାନଜିଂ ଟ୍ରଷ୍ଟି ରୋଟାରୀ ଆନ୍ ସମୀର କୁମାର ମିଶ୍ର ଚକ୍ଷୁ ଚିକିତ୍ସାଳୟ ର ଦୈନ୍ୟଦିନ ଆସୁଥିବା ରୋଗୀମାନଙ୍କ ର ସ୍ୱଳ୍ପ ଏବଂ ସୁଲଭ ମୂଲ୍ୟରେ ତତ୍କାଳ ସେବା ଯୋଗାଇ ଦେବା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଏବେ ଏଠାରେ ଅତ୍ୟାଧୁନିକ ପଦ୍ଧତିରେ ଚକ୍ଷୁ ଚିକିତ୍ସ୍ୟା ଏବଂ ଅସ୍ତ୍ରୋପଚାର କରାଯାଉଛି ବୋଲି ସୂଚନା ଦେଇଥିଲେ। ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟ ମାନଙ୍କରେ ନିୟମିତ ବ୍ୟବଧାନ ରେ ମାଗଣାରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇ ଥାଏ। 70 ପ୍ରତିଶତ ରୋଗୀ ମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଏ। ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଶ୍ରୀ ମାରିଆନୁଷ ଲାକ୍ରା, ସୁଧୀର ଖଟେଇ, ଶ୍ରୀକାନ୍ତ ମହାପାତ୍ର, ବୀଣା ପରିଜା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ରୋଟାରିଆନ ଅକ୍ଷୟ କୁମାର ନାୟକ ଧନ୍ୟବାଦ୍ ଦେଇଥିଲେ।

Leave a Reply

Your email address will not be published. Required fields are marked *