ଦିବ୍ୟ ଆତ୍ମନ
।। ଅହଂ ବ୍ରହ୍ମୋଽସ୍ମି ।।
*ଓଁ ଭାସ୍କରାୟ ବିଦ୍ମହେ
ଦିବାକରାୟ ଧିମହି
ତନ୍ନୋଃ ସୂର୍ଯ୍ୟଃ ପ୍ରଚଦୟତ୍।।।….
ସମସ୍ତ ବିଦ୍ବାନ ସଜ୍ଜନ ମଣ୍ଡଳୀଙ୍କୁ ସପ୍ରେମ ଶ୍ରଦ୍ଧା ଓ ସମ୍ମାନ ।
ପୁରାଣ ପ୍ରସିଦ୍ଧ ଅର୍କକ୍ଷେତ୍ର ତଥା ଇତିହାସରେ ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନିତ କୋଣାର୍କର ସୂର୍ଯ୍ୟ ନାରାୟଣଙ୍କ ସୂର୍ଯ୍ୟ ମନ୍ଦିର ଅବହେଳିତ ।
ଏହା କେବଳ ଅତୀତର ସ୍ମୃତିଚାରଣ କରିବା ତଥା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଲାଭ ବ୍ୟତୀତ ଏହାର ଅନ୍ୟ କର୍ମକାଣ୍ଡ ଭତ୍ତିକ , ଜ୍ୟୋତିଷ ଶାସ୍ତ୍ର ଭିତ୍ତିକ ଓ ବାସ୍ତୁଶାସ୍ତ୍ର ଭିତ୍ତିକ ତତ୍ତ୍ୱ ଏବଂ ସତ୍ୟ ଅଧୁନା ହୃତ ହୋଇ ପଡିଛି। ଏସବୁର ପୁନରୁଦ୍ଧାର ଏବଂ ସୂର୍ଯ୍ୟ ନାରାୟଣଙ୍କୁ ଅର୍କକ୍ଷେତ୍ରର ସ୍ବ ସ୍ଥାନରେ ପ୍ରତିସ୍ଥାପନ , ଶାକଦ୍ବିପ ବ୍ରାହ୍ମଣ ଙ୍କ ଦ୍ଵାରା ପୂଜାର୍ଚ୍ଚନା କରିବା , କୋଣାର୍କର ସୂର୍ଯ୍ୟ ମନ୍ଦିରକୁ ନୂତନ ଭାବେ ଗଢିବାର ଦାବି ସରକାରଙ୍କ ନିକଟରେ ଉପସ୍ଥାପନ ଉଦ୍ଦେଶ୍ୟରେ ଏକ ଦିବସୀୟ ଧାରଣା ଦିଆଯିବ ।
ଏ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ କଟକରେ ଆସନ୍ତା ୦୫ ଜାନୁଆରୀ ୨୦୨୫ ରବିବାର ଅନୁଷ୍ଠିତ ହେବାକୁ ଯାଉଛି । ନଵବର୍ଷର ନୂତନ ଚିନ୍ତାଧାରା ନେଇ ଯୋଜନା ସ୍ଥିରୀକୃତ ହୋଇଛି । ଯେଉଁ ବିଦ୍ବାନ ସଜ୍ଜନ ବ୍ୟକ୍ତି ବିଶେଷ ପ୍ରସ୍ତୁତି ବୈଠକ ଏବଂ ଏକ ଦିବସୀୟ ଧାରଣାରେ ଅଂଶ ଗ୍ରହଣ ନିମନ୍ତେ ରାଜି ଅଛନ୍ତି ଅଥବା ଏକମତ ପ୍ରକାଶ କରୁଛନ୍ତି , ସେମାନେ ଦୟାକରି ଅର୍କକ୍ଷେତ୍ର କୋଣାର୍କ ସୂର୍ଯ୍ୟଧାମ ହ୍ବାଟ୍ସ ଆପ ଗ୍ରୁପରେ ଅଥବା ନିମ୍ନ ନଂମ୍ବର ସହ ଯୋଗାଯୋଗ କରିବାକୁ ନିବେଦନ। ଆପଣ ମାନଙ୍କ ବିଜ୍ଞ ବିଚାରର ଉତ୍ତର ଅପେକ୍ଷାରେ ରହିଲି ।
ବିଭୁ ଆଚାର୍ଯ୍ୟ
୯୯୩୭୩୪୮୩୯୬