Spread the love

୪ୱାର୍ଡରେ ଡ୍ରେନ ନିର୍ମାଣ ପାଇଁ ସିଏମସି ର ଆଭିମୁଖ୍ୟ ଅସ୍ପଷ୍ଟ
(ଜନ ଆସୋନ୍ତୋସ ଆନ୍ଦୋଳନର ଦାନା ବାନ୍ଧୁଛି)

କଟକ -୧୨/୦୧/୨୫ ଦର୍ଶନ ସମୀକ୍ଷା :ଆଜି କଟକ ମହାନଗର ଦକ୍ଷିଣାଞ୍ଚଳ ନାଗରିକ ସମିତିର ଏକ ୧୨ ଜଣିଆ ପ୍ରତିନିଧି ଦଳ ସିଏମସି ମେୟର ଶ୍ରୀଯୁକ୍ତ ସୁବାସ ସିଂହ ଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଅବହେଳିତ ୪ ୱାର୍ଡରେ ଡ୍ରେନ ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।ପ୍ରକାଶ ଥାଉକି ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ ହେବ ୱାର୍ଡ ନମ୍ବର ୫୬,୫୭,୫୮,୫୯ କୁ ପଞ୍ଚାୟତରୁ ନିଗମରେ ସାମିଲ କରାଯାଇଥିଲେବି ଅଦ୍ୟାବଧି ବର୍ଜ୍ୟ ଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ହୋଇ ନାହିଁ ।

ପ୍ରାୟ ସାରା ବର୍ଷ ଅପରିଷ୍କାର ପାଣି ଜମି ଅତ୍ୟନ୍ତ ଅସ୍ୱାସ୍ଥ୍ୟ କର ପରିସ୍ଥିତି ସୃଷ୍ଟି କରୁଛି । ବହୁ ଆଗରୁ ଏ ବିଷୟ କର୍ତୁପକ୍ଷଙ୍କୁ ଅବଗତ କରାଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । କେବଳ ସର୍ଭେ କରାଯାଇ ବିଭିନ୍ନ ଆଳରେ ବର୍ଷ ବର୍ଷ ଧରି ଫାଇଲକୁ ନାଲି ଫିତା ତଳେ ଚାପି ଦିଆ ଯାଉଛି । ୨୦୧୬ ମସିହାରେ ଏହି ଚାରଟି ୱାର୍ଡ଼ କୁ ଜାଇକାରେ ସାମିଲ କରାଯାଇଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରକଳ୍ପକୁ ପ୍ରତ୍ୟାହାର କରି ନିଆଯାଇଥିଲା ।

ପୁନଶ୍ଚ ୨୦୨୦ ମସିହାରେ ୱ୍ୟାପକସ (WAPCOS) ସଂସ୍ଥା ପ୍ରକଳ୍ପ ସର୍ଭେକରି ରିପୋର୍ଟ ଦାଖଲ କରିଥିଲେବି, କେଉଁ ଯୋଜନା ଲାଗୁହେବ କିମ୍ବା ଆଉ କେଉଁ ନୂଆ ଯୋଜନା ସରକାରଙ୍କର ଅଛି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ।ବାରମ୍ବାର ତୁହାକୁ ତୁହା ପ୍ରତିଶ୍ରୁତି ମିଳୁଛି ମାତ୍ର ତାହା କେବଳ ପ୍ରତାରଣାରେ ପରିଣତ ହେଉଛି । ଆଜି ପୁନଶ୍ଚ ଶ୍ରୀଯୁକ୍ତ ସୁବାସ ସିଂହ ଏହି ୪ ୱାର୍ଡ ପାଇଁ ୫୦ କୋଟିର ବ୍ୟୟର ଯୋଜନା ରହିଛି ତାହା ତୁରନ୍ତ କାର୍ଯ୍ୟକ୍ଷମ ହେବ ଆଉ ସେ ନିଜେ ବିଶେଷଜ୍ଞ ଦଳ ସହିତ ବାରମ୍ବାର ସବୁ ଅଞ୍ଚଳପରିଦର୍ଶନ କରି ଏହାର ତଦାରଖ କରିବେ ବୋଲି ଆଲୋଚନାରେ ପ୍ରକାଶ କରିଥିଲେ।

ଅତ୍ୟନ୍ତ ଅନୁନ୍ନତ ଏହି ୪ ଟି ୱାର୍ଡରେ ମାତ୍ର ୫୦ କୋଟି ବ୍ୟୟରେ ଏହା କିପରି ସମ୍ଭବ ବୋଲି ଏକ ପ୍ରଶ୍ନବାଚି ସୃଷ୍ଟି କରୁଥିବା ବେଳେ, ସରକାରଙ୍କର ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ଜନ ଗଣଙ୍କ ମଧ୍ୟରେ ଆସୋନ୍ତୋସର ଦାନା ବାନ୍ଧୁଛି ।ଏଇ ମର୍ମରେ ସମିତିର ଆବାହକ ଅକ୍ଷୟ ରାଉଳ,ଡ ବ୍ରଜ କିଶୋର ନାୟକ ,ବିଷ୍ଣୁ ମିଶ୍ର,ରାଜ କିଶୋର ପଣ୍ଡା,ରମାକାନ୍ତ ସାହୁ, ହରିବହ୍ଲବ ଦାସ,ଦୀପ୍ତି ରଂଜନ ସାହୁ,ରାଧାମୋହନ ଦଳବେହେରା, ଦୁଷ୍ମନ୍ତ ଦାସ,ପ୍ରଭାତ ମହାଳିକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଅବିଳମ୍ବେ ଅଞ୍ଚଳରେ ଡ୍ରେନ ନିର୍ମାଣ ପାଇଁ ମେୟରଙ୍କ ପାଖରେ ଦାବି ଉପସ୍ଥାପନ କରିଥଲେ ଥିଲେ ।

                          News by- Akshaya Roul
                            7978419639

Related Post

Leave a Reply

Your email address will not be published. Required fields are marked *

You Missed