Spread the love


ବିଶ୍ବ ଦେବ ସମାଜ


ନୀରବତାର ଅର୍ଥ ହେଉଛି ନିଜ ପରିବାରରୁ ମିଳିଥିବା ” ସଂସ୍କାର ” କିନ୍ତୁ କିଛି ଲୋକ ହସନ୍ତି ଆଉ ଏହାକୁ ଦୁର୍ବଳତା ବୋଲି ଭାବନ୍ତି କାହିଁକି ନା ପ୍ରକୃତରେ ସଂସ୍କାର କଣ ତାହା ସେମାନଙ୍କୁ ହିଁ ଜଣା ନଥାଏ।

ତୁମେ ତୁମର ଅତୀତକୁ ଯାଇ ଆରମ୍ଭ ହୋଇଥିବା ଭୁଲକୁ ସୁଧାରି ପାରିବନି ସତ,କିନ୍ତୁ ବର୍ତ୍ତମାନରେ ଥାଇ ଭବିଷ୍ୟତର ଦୋଷକୁ ସଜାଡ଼ି ପାରିବ।

ସଦଗୁଣ ହିଁ ମନୁଷ୍ୟର ସୌନ୍ଦର୍ଯ୍ୟକୁ ଶତଗୁଣ ବୃଦ୍ଧି କରିଥାଏ ।ଜ୍ଞାନୀ ବ୍ୟକ୍ତି କଦାପି ରୂପ ଦେଖି ମୁଗ୍ଧ ହୁଅନ୍ତି ନାହିଁ,ସେମାନେ କାର୍ଯ୍ୟକ୍ରମର ବିଶ୍ଳେଷଣ କରି ବ୍ଯକ୍ତିକୁ ବିଚାର କରନ୍ତି।

ଯିଏ କନ୍ଦେଇବ ସିଏ ଦିନେ କାନ୍ଦିବ।ଏହା ଅଭିଶାପ ନୁହେଁ ପ୍ରକୃତିର ହିଁ ବିଚାର।ତେଣୁ ବିନା କାରଣରେ କାହାକୁ ଟୋପାଏ ଲୁହ ଦିଅ ନାହିଁ।

  

ଜୟ ନିରାକାର ପରଂବ୍ରହ୍ମ ଅଦୃଶ୍ୟ ଶକ୍ତି ଭଗବାନ


କେହି ଯଦି ଶ୍ରୀକୃଷ୍ଣତତ୍ତ୍ୱରୂପୀ ଜ୍ୟୋତି ଲାଭ କରିବାକୁ ଚାହାନ୍ତି, ତେବେ ସେ ତାହା ଶ୍ରୀମଦ୍ଭାଗବତ ଶାସ୍ତ୍ରରୁ ହିଁ ପାଇପାରିବେ । ଭଗବାନଙ୍କର ଭକ୍ତ ଯେଉଁଠାରେ ଓ ଯେତେବେଳେ ଶ୍ରୀମଦ୍ଭାଗବତ ଶାସ୍ତ୍ର କୀର୍ତ୍ତନ ଓ ଶ୍ରବଣ କରନ୍ତି, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ସାକ୍ଷାତରୂପେ ବିରାଜମାନ ରହନ୍ତି । ଯେଉଁ ଭାଗ୍ୟବାନ୍ ମନୁଷ୍ୟମାନେ ପ୍ରତିଦିନ ଶ୍ରୀମଦ୍ଭାଗବତ ଶାସ୍ତ୍ର ସେବନ ( ପଠନ,ଶ୍ରବଣ ଓ ଚର୍ଚ୍ଚା ) କରନ୍ତି, ସେମାନେ ନିଜ ପିତା, ମାତା ଓ ପତ୍ନୀ — ତିନିଙ୍କର କୁଳକୁ ଉଦ୍ଧାର କରିଦିଅନ୍ତି । ଅନେକ ଜନ୍ମ ଧରି ସାଧନା କରି କରି ମନୁଷ୍ୟ ଯେତେବେଳେ ପୂର୍ଣ୍ଣତଃ ସିଦ୍ଧ ହୋଇଯାଏ, ସେତେବେଳେ ତାକୁ ଶ୍ରୀମଦ୍ଭାଗବତ ସେବନ କରିବାର ସୁଯୋଗ ମିଳେ । ଶ୍ରୀମଦ୍ଭାଗବତରୁ ଭଗବାନଙ୍କର ଜ୍ୟୋତି ( ଭଗବତ୍ ଜ୍ଞାନ ) ପ୍ରାପ୍ତ ହୁଏ ଏବଂ ସେଥିରୁ ଭଗବତ୍ ଭକ୍ତି ଉତ୍ପନ୍ନ ହୁଏ ।

ଶ୍ରୀ ଜଗନ୍ନାଥ ଶରଣଂ

Leave a Reply

Your email address will not be published. Required fields are marked *

You Missed