ବୌଦ୍ଧପୀଠ ଉଦୟଗିରି ରୁ ଆବିସ୍କୃତ ୨ ଟି ବୌଦ୍ଧ ବିହାର, ପ୍ରାକୃତିକ ଶୋଭାରାଜୀ ଆଜି ବିଶ୍ୱରେ ସୁନାମ ଅର୍ଜନ କରୁଥିବା ବେଳେ ଗବେଷଣା ଯୋଗୁ ଆଉ ୨ ଟି ବିଷୟ ଗୌତମ ବୁଦ୍ଧଙ୍କ ପରମ ଶିଷ୍ୟ ଦ୍ୱିତୀୟ ବୁଦ୍ଧ ଭାବେ ଖ୍ୟାତ ପଦ୍ମସମ୍ଭବ ଙ୍କ ଜ୍ଞାନ ପ୍ରାପ୍ତି ଓ ଦେହlବସାନ ଏହିଠାରେ ହୋଇଥିଲା
ବିଶ୍ଵପ୍ରସିଦ୍ଧ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଏହି ଅସିଆ ପର୍ବତ ମାଳରେ ସେତେବେଳେ ପ୍ରତିଷ୍ଠା ହୋଇଥିଲା ଓ ଏହାର କ୍ୟାମ୍ପସ ଲାଙ୍ଗୁଡ଼ି, ଲଳିତଗିରି ଓ ରତ୍ନଗିରି ଠାରେ ଥିଲା ବୋଲି ଉଦୟଗିରି କୁ ନେଇ ବିଶ୍ୱରେ ଚର୍ଚ୍ଚା ସୃଷ୍ଟି ହୋଇଛି l ଆମେ ମଧ୍ୟ୍ୟ କୃଷ୍ଣଦାସପୁର ଠାରୁ ରତ୍ନଗିରି ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ପୁଷ୍ପଗିରି ମାର୍ଗ ନାମରେ ନlମିତ କରି ସାରିଲେଣି l ଏହି ପରିପ୍ରେକ୍ଷୀରେ ଉଦୟଗିରିର ସୁନାମ ଆଜି କୋଉଠି ଉଠିଲାଣି ଆମେ ଭାବି ପlରିବା ନାହିଁ l
=ବିଧାୟକ ସହଯୋଗର
ହାତ ବଢ଼ାଇଲେ=
ଆସନ୍ତା ମାସ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ପଦ୍ମସମ୍ବବ ମହୋତ୍ସବ ଏଠାରେ ପାଳିତ ହେବ l ଏଥିପାଇଁ ବିରାଟ ଆୟୋଜନ ଆରମ୍ଭ ହୋଇଛି l ଆମ ଉଦୟଗିରିକୁ କେନ୍ଦ୍ରକରି ଏହି ଉତ୍ସବ ହେବାକୁ ଯାଉଥିବାରୁ ବିଧାୟକ ଅମର ନାୟକ ସହଯୋଗର ହାତ ବଢ଼ାଇଛନ୍ତି l ଏଥିପାଇଁ ଆଜି ସକାଳେ ଫୋନ ଯୋଗେ ସନ୍ଧ୍ୟା ସାଢେ ୭ ଟା ବେଳେ ଛତିଆ ଠାରେ ମୁଁହାମୁହିଁ କଥାବାର୍ତ୍ତା ହେବା ସହିତ ଉଦ୍ୟୋକ୍ତl ମାନଙ୍କ ସହିତ ୨ ଥର ଫୋନରେ କଥାବାର୍ତ୍ତା କରି ସହଯୋଗ ଘୋଷଣା କରିଛନ୍ତି l କାର୍ଯ୍ୟକ୍ରମର ସଫଳତା ପାଇଁ ଆସନ୍ତା ୨୧ ତାରିଖ ଶନିବାର ଦିନ ଉଦୟଗିରି ଠାରେ ପ୍ରସ୍ତୁତି ବୈଠକ ବସିବ ବୋଲି ସ୍ଥିର ହୋଇଛି l ବିଧାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବେ ବୋଲି ସମସ୍ତଙ୍କୁ ଜଣାଉଛୁ ପ୍ରସ୍ତୁତି ;time