Spread the love

ଅର୍ଥ ରୋଜଗାର ପାଇଁ ନା ପିଲାକୁ ଶୃଙ୍ଖଳିତ କରିବା ପାଇଁ
ଗାଈ ଷଣ୍ଢ ଓ କୁକୁର ରାସ୍ତାରେ ମାଳ ମାଳ।

ବର୍ତ୍ତମାନ ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ଚଳାଉଥିବା ପିଲାଙ୍କୁ ପ୍ରବଳ ମାତ୍ରାରେ ଜୋରିମାନା କରାଯାଉଅଛି। ଆମେ ଏହାକୁ ବିରୋଧ କରୁନାହୁଁ ବରଂ ସମର୍ଥନ କରୁଅଛୁ। କିନ୍ତୁ ମୋର ଏକ ପ୍ରଶ୍ନ:ଅର୍ଥ ରୋଜଗାର ପାଇଁ ନା ପିଲାକୁ ଶୃଙ୍ଖଳିତ କରିବା ପାଇଁ ହଟାତ୍ ଏ ପଦକ୍ଷେପ। ସେ ଯାହହେଉ ଏହି ପ୍ରକ୍ରିୟା ଚାଲୁ ରହୁ। କିନ୍ତୁ କଟକରେ ରାସ୍ତା ଯେଉଁ ଖଣ୍ଡିଆ ଖାବରା ହୋଇଛି, ବାମ, ଡାହାଣେ ଗାଡି କାଟୁଛନ୍ତି, ଖରାପ୍, ଦୃତ ଗତିରେ ଗାଡ଼ି ଚଳାଉଛନ୍ତି,ତାକୁ କିଏ ରୋକିବ? ବେଳେ ବେଳେ ଲାଗିବ ଯେମିତି ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ।
ସେହିପରି ରାତିରେ କୁକୁର ମାଳ ମାଳ ବୁଲୁଛନ୍ତି। ସନ୍ଧ୍ୟାରେ ଚାଲିକି ଯିବା ଭୟ ଲଗୁଛି।
ପୁନଶ୍ଚ ଗାଇ, ଷଣ୍ଢ ଚାରିଆଡ଼େ ବୁଲୁଛନ୍ତି। ହଟାତ ମାଡ଼ି ଆସିଲେ ଦୁର୍ଘଟଣାର ସମ୍ମୁଖୀନ ହେବେ। ନୂଆବଜାର ଜାଭିୟର ସ୍କୁଲ୍ ପାଖରେ କେମିତି ରାସ୍ତା ଖଣ୍ଡିଆ ଓ ମାଳ ମାଳ ଗାଇ ଓ ଷଣ୍ଢ ରାସ୍ତାରେ। ଏଠି କଣ ପିଲାଙ୍କ ଜୀବନ ପାଇଁ ବିପଦ ନାହିଁ। ଏସବୁ ସମାଧାନ କରିବା କହାର ଦାୟିତ୍ଵ।
ଡ ସନ୍ତୋଷ କୁମାର ମହାପାତ୍ର

Related Post

Leave a Reply

Your email address will not be published. Required fields are marked *

You Missed