ରେଳ ଦୁର୍ଘଟଣା ଷଡ଼ଯନ୍ତ୍ର ପଛରେ କିଏ ? ଏନଆଇଏର ସହାୟତା ଲୋଡ଼ିଲା ରେଳ ମନ୍ତ୍ରାଳୟ
ଦେଶରେ ରେଳଗାଡ଼ିଗୁଡ଼ିକୁ ପଲଟାଇ ବଡ଼ ଧରଣର ଦୁର୍ଘଟଣା କରିବାକୁ ଷଡ଼ଯନ୍ତ୍ର କରାଯାଉଥିବା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି ।ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ରେଳ ପ୍ରଶାସନ ଆଲର୍ଟ ମୋଡରେ ଥିବାବେଳେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ)ର ସହାୟତା ମଧ୍ୟ ନିଆଯାଉଛି ।
ନୂଆଦିଲ୍ଲୀ : ଦେଶରେ ରେଳଗାଡ଼ିଗୁଡ଼ିକୁ ପଲଟାଇ ବଡ଼ ଧରଣର ଦୁର୍ଘଟଣା କରିବାକୁ ଷଡ଼ଯନ୍ତ୍ର କରାଯାଉଥିବା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ରେଳ ଧାରଣାଉପରେ ସିଲିଣ୍ଡର, ଲୁହା ଖମ୍ବ ଆଦି ରଖାଯାଉଥିବାର ଘଟଣା ବାରମ୍ବାର ସାମନାକୁ ଆସିବା ପରେ ରେଳ ମନ୍ତ୍ରାଳୟ ସତର୍କ ହୋଇଉଠିଛି ଓ କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ରେଳ ପ୍ରଶାସନ ଆଲର୍ଟ ମୋଡରେ ଥିବାବେଳେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) କୁ ମଧ୍ୟ ଏ ସମ୍ପର୍କରେ ଯୋଗାଯୋଗ କରାଯାଉଛି।
କେନ୍ଦ୍ର ସରକାର ରେଳବାଇ ସୁରକ୍ଷା ପ୍ରତି ଦେଖାଦେଇଥିବା ବିପଦକୁ ଅତି ଗମ୍ଭୀରତାର ସହ ନେଉଛନ୍ତି ଏବଂ ଯଦି କେହି ଏଭଳି ଦୁର୍ଘଟଣା କରିବାକୁ ଚେଷ୍ଟା କରିବେ ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ : ଅଶ୍ବିନୀ ବୈଷ୍ଣବ
ରାଜସ୍ଥାନର ରାଜଧାନୀ ଜୟପୁରରେ ରେଳମନ୍ତ୍ରୀ ବିମାନବନ୍ଦରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ଯେ ସମ୍ଭାବ୍ୟ ଲାଇନଚ୍ୟୁତ କରିବାର ଷଡ଼ଯନ୍ତ୍ରକୁ ନେଇ ରେଳ ପ୍ରଶାସନ ସତର୍କ ରହିଛି। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ବିଭିନ୍ନ ରାଜ୍ୟ ପୁଲିସ ପ୍ରଶାସନ ସହ ସମନ୍ୱୟ ରକ୍ଷା କରୁଛନ୍ତି। ଅଶ୍ୱିନୀ ବୈଷ୍ଣବଙ୍କ କହିବା ଅନୁସାରେ, କେନ୍ଦ୍ର ସରକାର (ରେଳବାଇ) ସୁରକ୍ଷାର ପ୍ରତି ଦେଖାଦେଇଥିବା ବିପଦକୁ ଅତି ଗମ୍ଭୀରତାର ସହ ନେଉଛନ୍ତି ଏବଂ ଯଦି କେହି ଏଭଳି ଦୁର୍ଘଟଣା କରିବାକୁ ଚେଷ୍ଟା କରିବେ ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ.