ଭୁବନେଶ୍ୱର :ବଡ ଠକେଇର କାର୍ପଟଦାର ହଂସିତା ଓ ଅନିଲଙ୍କର କଳାହାଣ୍ଡି ସହ ଲିଙ୍କ ଅଛି। ପ୍ରଦୀପ ପୁରୋହିତ
କଳାହାଣ୍ଡିର ବିଜେଡି ନେତା ତଥା ତତ୍କାଳୀନ ଶିଳ୍ପ ମନ୍ତ୍ରୀଙ୍କର ହଂସିତାଙ୍କ ସମ୍ପର୍କ ରହିଛି । ଅନେକ ରାଜନୈତିକ ବଳକଷାକଷି ଭିତରେ ଏଭଳି ସାଂଘାତିକ ବୟାନ ଦେଇଛନ୍ତି ବିଜେପି ସାଂସଦ ବିଜେପି ସାଂସଦ ପ୍ରଦୀପ ପୁରୋହିତ । ପ୍ରଦୀପ ପୁରୋହିତ କହିଛନ୍ତି , ଶିଳ୍ପ ବିଭାଗ ନୀତି ନିୟମ ବାହାରେ ଅନେକ କାମ ହଂସିତାଙ୍କୁ ଦିଆଯାଇଛି । ସରକାରୀ କାମ ଦେବା ବାହାନାରେ ଶହ ଶହ କୋଟି ଟଙ୍କାର ରାଜସ୍ବ ଲୁଟ ହୋଇଛି । ଏହି ଘଟଣାରେ ତତ୍କାଳୀନ ମନ୍ତ୍ରୀ ତଥା ବିଜୁ ଜନତାର ବିଧାୟକଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି ପ୍ରଦୀପ ପୁରୋହିତ ।
ଠକ ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ମାମଲାରେ ଚାଲିଛି ତଦନ୍ତ । ଆୟକର ବିଭାଗ ତଦନ୍ତକୁ ଜୋରଦାର କରିଛି । ଏବେ ଇନକମ୍ ଟ୍ୟାକ୍ସ ବିଭାଗ ସ୍କାନରରେ ନେତା, ମଦବେପାରୀ ଓ ସୁନା ବ୍ୟବସାୟୀ । ଠକ ଯୋଡ଼ିଙ୍କ କଳାଧନ ଉପରେ ଆୟକର ବିଭାଗ ଛାନଭିନ୍ ଚଳାଇଛି । କିନ୍ତୁ ସ୍କାନରରେ ଥିବା ବଡ଼ବଡ଼ିଆ ମାନେ ଜେରା ହେବେ ନା ଖସିଯିବେ, ତାକୁ ନେଇ ସନ୍ଦେହ ଉପୁଜିଛି । କାରଣ ଅର୍ଚ୍ଚନା ନାଗ ମାମଲାରେ ମଧ୍ୟ ବହୁ ନେତା, ବଡ଼ ବଡ଼ ବ୍ୟବସାୟୀ ଥିଲେ । କିନ୍ତୁ ସେତେବେଳେ କାହାରିକୁ ମଧ୍ୟ ଜେରା ପାଇଁ ଡକାଯାଇନଥିଲା । ତେଣୁ ଏବେ ମଧ୍ୟ ସେହିଭଳି ଖସିଯିବେ ନାହିଁ ତ ? ନା ସେମାନଙ୍କୁ ଡାକି ଜେରା କରିବ ଆୟକର ବିଭାଗ ।