Spread the love

ଡାଲମିଆ ସିମେଣ୍ଟ ଏବଂ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍, ଚକ୍ଷୁଯତ୍ନର ଦଶବର୍ଷ
ଡାଲମିଆ ଓସିଏଲ୍ ଆଇ ସେଣ୍ଟର, ରାଜଗାଙ୍ଗପୁରଠାରେ ପାଳନ କରୁଛନ୍ତି ।

ରାଜଗାଙ୍ଗପୁର, : (ଦର୍ଶନ ସମୀକ୍ଷା) ଗୋଷ୍ଠୀ କଲ୍ୟାଣ ଏବଂ ସୁଲଭ ସ୍ଵାସ୍ଥ୍ୟସେବା ନିମନ୍ତେ ନିଜର ପ୍ରତିବଦ୍ଧତାକୁ ପୁନଃସୁଦୃଢ କରି ଭାରତର ଅନ୍ୟତମ ଅଗ୍ରଣୀ ସିମେଣ୍ଟ ଉତ୍ପାଦନକାରୀ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ (ଡିସିବିଏଲ୍), ଏଲ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ (ଏଲଭିପିଇଆଇ) ସହଯୋଗୀତାରେ ରାଜଗାଙ୍ଗପୁର ରାଣୀବନ୍ଧସ୍ଥିତ ଡାଲମିଆ ଓସିଏଲ୍ ଆଇ ସେଣ୍ଟରଠାରେ ତାହାର ୧୦ମ ବର୍ଷ ପୂର୍ତ୍ତି ପାଳନ କରିଛି । ମାଗଣା ଏବଂ ଦୀର୍ଘସ୍ଥାୟୀ ଚକ୍ଷୁଯତ୍ନ ସେବାଗୁଡିକ ଯୋଗାଇଦେବା ଲକ୍ଷ୍ୟରେ ସ୍ଥାପିତ ଏହି ସେଣ୍ଟର ସୁନ୍ଦରଗଡ ଜିଲ୍ଲା ଏବଂ ପାରିପାର୍ଶ୍ବକ ଅଞ୍ଚଳରେ ନିରାକରଣଯୋଗ୍ୟ ଦୃଷ୍ଟିହୀନତା ଦୂର କରିବା ଲକ୍ଷ୍ୟ ରଖିଛି । ଏହି ବର୍ଷପୂର୍ତ୍ତି ଉତ୍ସବ ସେଣ୍ଟରରେ ପାଳିତ ହୋଇଥିଲା ଏବଂ ଏଥିରେ ବିଶିଷ୍ଟ ଅପ୍‌ଥାଲମୋଲୋଜିଷ୍ଟ ଓ ଭାଇସ-ଚେୟାର ଏମେରିଟସ୍, ଏଲ୍‌ପିଇଆଇ ଡା.ତାରାପ୍ରସାଦ ଦାସ; ଡେପୁଟି ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଓ ହେଡ୍ ଏଚଆର୍, ଡାଲମିଆ ସିମେଣ୍ଟ ଡ.ନିଳାଦ୍ରୀ ଭୂଷଣ ପାଢୀ; ନେଟୱର୍କ ଡାଇରେକ୍ଟର-ଅପରେସନ୍ସ, ହୋମ୍ କେୟାର ସର୍ଭିସ ନେଟୱର୍କ ଇନ-ଚାର୍ଜ ଓ କନ୍‌ସଲଟାଣ୍ଟ ଅକୁଲୋପ୍ଲାଷ୍ଟି, ଏମଟିସି, ଡା. ସୂର୍ଯ୍ୟସ୍ନାତ ରଥ; କନସଲ୍‌ଟାଣ୍ଟ ପେଡିଆଟ୍ରିକ, ଏମ୍‌ଟିସି ଓ କ୍ଲିନିକାଲ ହେଡ, ଏମ୍‌ଟିସି ସଂଯୁକ୍ତ ଏସ୍‌ସିସମୂହ, ଡା.ଦେବସ୍ମିତା ମାଝୀ; କନ୍‌ସଲଟାଣ୍ଟ କମ୍ପୁହେସିଭ, ଏମଟିସି ଓ ଡିଓସିଏଲଇସି ଚାମ୍ପିଅନ ଡା. ସାଗରିକା ଦାସ ଏବଂ ଶ୍ରୀମତୀ ସରୋଜ ଶ୍ରୀବାସ୍ତବ ପ୍ରମୁଖ ଯୋଗଦେଇଥିଲେ।
ବିଗତ ଦଶବର୍ଷ ମଧ୍ୟରେ ଏହି ସେଣ୍ଟରରେ ୧୯୩,୮୦୫ରୁ ଅଧ‌ିକ ରୋଗୀଙ୍କର ପରୀକ୍ଷା କରାଯାଇଛି, ୧୫,୭୯୦ ଚକ୍ଷୁ ଅସ୍ତ୍ରୋପଚାର କରାଯାଇଛି ଏବଂ ଏହି ଅସ୍ତ୍ରୋପଚାରଗୁଡିକ ମଧ୍ୟରୁ ୬୯% ମାଗଣାରେ କରାଯିବା ସୁନିଶ୍ଚିତ କରାଯାଇଛି। ଉଲ୍ଲେଖନୀୟ ଯେ, ହିତାଧୁକାରୀଙ୍କ ମଧ୍ୟରୁ ୪୮% ମହିଳା ଥିଲେ, ଯାହା ସମାବେଶୀ ସ୍ଵାସ୍ଥ୍ୟସେବା ନିମନ୍ତେ ଏହି ସେଣ୍ଟରର ଉତ୍ସର୍ଗୀକୃତ ଭାବକୁ ପ୍ରତିଫଳିତ କରୁଛି। ସେଣ୍ଟରର ଗୋଷ୍ଠୀ ପରୀକ୍ଷା ନିରୀକ୍ଷା କାର୍ଯ୍ୟକ୍ରମ ୧,୫୦୦ରୁ ଅଧ‌ିକ ଗ୍ରାମରେ ପହଞ୍ଚିଛି, ଏବଂ ସେମାନଙ୍କ ମଧ୍ୟରେ ଆବାସିକ ବିଦ୍ୟାଳୟଗୁଡିକର ପିଲାମାନେ ମଧ୍ୟ ଅଛନ୍ତି |
ଏହି ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ପ୍ରକାଶ କରି ଶ୍ରୀ ଚେତନ ଶ୍ରୀବାସ୍ତବ, ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର, ଡିସିବିଏଲ୍ ଏବଂ ୟୁନିଟ ହେଡ, ରାଜଗାଙ୍ଗପୁର କହିଥିଲେ, “ଜଣେ ବ୍ୟକ୍ତିଙ୍କର ଗୁଣାତ୍ମକ ଜୀବନ, ଶିକ୍ଷା ଏବଂ ଜୀବିକା ନିମନ୍ତେ ଉତ୍ତମ ଦୃଷ୍ଟି ଏକ ମୌଳିକ ଆବଶ୍ୟକତା। ଏକ ଦଶନ୍ଧି ପୂର୍ବରୁ ଆମେ ସୁନ୍ଦରଗଡ ଏବଂ ପାରିପାର୍ଶ୍ବକ ଅଞ୍ଚଳରେ ଗୁଣାତ୍ମକ ଚକ୍ଷୁଯତ୍ନ ର ଆବଶ୍ୟକତା ରହିଥ‌ିବା ଅନୁଭବ କରିଥୁଲୁ, ଯେଉଁଠାରେ ଅନେକଙ୍କ ପାଇଁ ଅତ୍ୟାବଶ୍ୟକ ଦୃଷ୍ଟିଯତ୍ନ ସେବାର ସୁଯୋଗ ନେବା କ୍ଷେତ୍ରରେ ଅଭାବ ରହିଥିଲା। ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ସହିତ ଆମର ସହଭାଗୀତା ନିରାକରଣଯୋଗ୍ୟ ଦୃଷ୍ଟିହୀନତା ଦୂର କରିବା ଏବଂ କେହି ଯେମିତି ଚିକିତ୍ସା ଅଭାବରୁ ପ୍ରଭାବିତ ହେବେନାହିଁ ତାହା ସୁନିଶ୍ଚିତ କରିବା ଲକ୍ଷ୍ୟ ଦ୍ଵାରା ପରିଚାଳିତ ଥିଲା । ଆଜି ପର୍ଯ୍ୟନ୍ତ ପ୍ରାୟ ୨ଲକ୍ଷ ରୋଗୀଙ୍କର ପରୀକ୍ଷା କରାଯିବା, ହଜାର ହଜାର ଅସ୍ତ୍ରୋପଚାର ସଂପନ୍ନ ହେବା ଏବଂ ଜୀବନରେ ରୂପାନନ୍ତରଣ ଆସିଥୁବା ଲକ୍ଷ୍ୟ କରି ବାସ୍ତବରେ ଆମ ହୃଦୟ ଆନନ୍ଦରେ ଭରିଯାଉଛି। ଏହି ଉଲ୍ଲେଖନୀୟ ସଫଳତାକୁ ଆମେ ପାଳନ କରୁଥିବାବେଳେ ମୁଁ ଡାକ୍ତରଗଣ, ସ୍ଵାସ୍ଥ୍ୟସେବା ବୃତ୍ତିଧାରୀ ଏବଂ ସ୍ଵେଚ୍ଛାସେବୀମାନଙ୍କୁ ଏହି ପ୍ରୟାସ ସଫଳ କରିବା ନିମନ୍ତେ ସେମାନଙ୍କର ଉତ୍ସର୍ଗୀକୃତ ଭୂମିକା ନିମନ୍ତେ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛି।”
ଏହି ଅବସରରେ ଉପସ୍ଥିତ ଥିବା ବିଶିଷ୍ଟ ଅପ୍‌ଥାଲମୋଲୋଜିଷ୍ଟ ଓ ଭାଇସ-ଚେୟାର ଏମେରିଟସ୍, ଏଲ୍‌ପିଇଆଇ ଡା. ତାରାପ୍ରସାଦ ଦାସ କହିଥିଲେ, “ ଡାଲମିଆ ସିମେଣ୍ଟ ସହିତ ଆମର ଅଂଶୀଦାର ବ୍ୟବସ୍ଥା ଜରିଆରେ ଆମେ ପଛୁଆ ଜନସମୁଦାୟଙ୍କ ନିମନ୍ତେ ଗୁରୁତ୍ଵପୂର୍ଣ୍ଣ
ଚକ୍ଷୁ ଯତ୍ନ ସେବା ଆଣିବାରେ ସମର୍ଥ ହୋଇଛୁ। ଦଶନ୍ଧି–ଦୀର୍ଘ ଏହି ଯାତ୍ରା ବାସ୍ତବରେ ପ୍ରଭାବଶାଳୀ ହୋଇଛି, ଏବଂ ସର୍ବାଧ‌ିକ ଆବଶ୍ୟକ କରୁଥିବା ଜନସାଧାରଣଙ୍କୁ ମାଗଣା ଚକ୍ଷୁ ଯତ୍ନ ସେବା ଯୋଗାଇଦେବାକୁ ଆମେ ପ୍ରତିବଦ୍ଧ ରହିଛୁ।”
ଡାଲମିଆ ଓସିଏଲ୍ ଆଇ ସେଣ୍ଟର ଉନ୍ନତ ଚିକିତ୍ସା ପ୍ରଯୁକ୍ତି ଏବଂ ଉତ୍ତମ ତାଲିମପ୍ରାପ୍ତ ଟିମ୍ କୁ ନେଇ ପୂର୍ଣାଙ୍ଗ ଚକ୍ଷୁ ଯତ୍ନ ସେବାଗୁଡିକ ଯୋଗାଇଦେବାକୁ ସୁସଜ୍ଜିତ ହୋଇରହିଛି । ଡାକ୍ତରୀ ଚିକିତ୍ସା ସହିତ ଏହି ସେଣ୍ଟର ମଧ୍ୟ ଦୃଷ୍ଟି ପୁନଃସଂସ୍ଥାପନ କାର୍ଯ୍ୟକ୍ରମ ଯୋଗାଇ ଦେଉଛି, ଯେଉଁଥରେ ଆକଳନ, ସହାୟକ ଉପକରଣ ନିମନ୍ତେ ପ୍ରେସ୍‌କ୍ରିପସନ ଏବଂ ଦୁର୍ବଳ ଦୃଷ୍ଟିଶକ୍ତି ଅଥବା ଦୃଷ୍ଟିହୀନତା ନିମନ୍ତେ ସାମାଜିକ, ଶିକ୍ଷାଗତ ଏବଂ ବୃତ୍ତିଗତ ପୁନଃସଂସ୍ଥାପନ ସେବା ଯୋଗାଇ ଦେଉଛି । ଏହି ସେବାଗୁଡିକ ରୋଗୀମାନଙ୍କୁ ସେମାନଙ୍କର ସର୍ବୋଚ୍ଚ ସ୍ତରର କାର୍ଯ୍ୟକାରିତାଗତ ସାମର୍ଥ୍ୟ ହାସଲ କରିବା ନିମନ୍ତେ ସଶକ୍ତ କରୁଛି, ଏବଂ ସେମାନଙ୍କୁ ସ୍ଵାଧୀନ ଓ ପରିପୂର୍ଣ୍ଣ ଜୀବନ ବଞ୍ଚିବା ସକାଶେ ସମର୍ଥ କରାଉଛି।

Related Post

Leave a Reply

Your email address will not be published. Required fields are marked *

You Missed