ଉଦିତନଗର ସରକାରୀ ହାଇସ୍କୁଲରେ ଇ – ୱେଷ୍ଟ କର୍ମଶାଳା ଅନୁଷ୍ଠିତ
ରାଉରକେଲା, 9/4/2025 – (ଦର୍ଶନ ସମୀକ୍ଷ ହୁଲାଡ଼େକ ଏବଂ ୱାଇ.ଏମ.ଏଫ.ଆଇ ର ମିଳିତ ସହଯୋଗରେ ସ୍ଥାନୀୟ
ଉଦିତନଗର ସରକାରୀ ହାଇସ୍କୁଲରେ ଇ – ୱେଷ୍ଟ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ଗାୟତ୍ରୀ ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସେ ତାଙ୍କ ବକ୍ତବ୍ୟ ରେ କହିଲେଯେ, ସମ୍ପ୍ରତି ବିଭିନ୍ନ ବର୍ଜ୍ୟ ବସ୍ତୁ ଆମ ପରିବେଶ କୁ ପ୍ରଦୂଷିତ କରୁଛି କ୍ଷ ଇ – ୱେଷ୍ଟ ମଧ୍ୟ ଏକ ସମସ୍ୟା ସୃଷ୍ଟି କରିବାକୁ ଯାଉଛି କ୍ଷ ଦିନକୁ ଦିନ ମୋବାଇଲ ଫୋନ୍, କମ୍ପୁଟର ସହ ଇଲେକ୍ଟ୍ରି ଓ ଇଲେକ୍ଟ୍ରୋନିକ୍ସ ଉପକରଣ ର ବ୍ୟବହାର ବୃଦ୍ଧି ପାଇ ଚାଲିଛି, ଫଳରେ ଅଚଳ କିମ୍ବା ଅବ୍ୟବହୃତ ଉପକରଣ ଗୁଡିକୁ ଏଣେ ତେଣେ ନ ଫୋପାଡ଼ି ସେଗୁଡିକୁ ଉପଯୁକ୍ତ ପ୍ରଣାଳୀ ରେ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ l

ୱାଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସ୍ୱାଗତ ଭାଷଣ ପ୍ରଦାନ ସହ ବିଷୟ ବସ୍ତୁ ସମ୍ପର୍କ ରେ ଆଲୋକପାତ କରିଥିଲେ l
ଆମ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଜୀବନ ଶୈଳୀ ଆପଣାଇବାକୁ ସେ ଆହ୍ୱାନ କରିଥିଲେ l
ୱାଇଏମଏଫ ର ଚେୟାରମ୍ୟାନ ଇଂ ନଳିନୀ କାନ୍ତ ଧର ଏଥିରେ ଅଧକ୍ଷତା କରିବା ସହ ନିଜ ବକ୍ତବ୍ୟରେ କହିଲେଯେ, ସାମ୍ପ୍ରତି ଇଲେକ୍ଟ୍ରିକ ଓ ଇଲେକ୍ଟ୍ରୋନିକ୍ସ ବର୍ଜ୍ୟ ବସ୍ତୁ ଭାରତ ରେ ସମସ୍ୟା ଭାବେ ଉଭା ହେଉଛି l ଏଦିଗରେ ବିଭିନ୍ନ ମହାଲରେ ସଚେତନତା ଜାଗ୍ରତ ହେଲେ ହିଁ ଏହାର ସମାଧାନ ବାଟ ବାହାରି ପାରିବ ବୋଲି କହିଥିଲେ କ୍ଷ
ହୁଳଡ଼େକ କମ୍ପାନୀ ର ରିସୋର୍ଷ ପାର୍ସନ ସୁଶ୍ରୀ ଏପ୍ସିତା ପରିଡା ପି ପି ଟି ଉପସ୍ଥାପନ ପୂର୍ବକ ଇ ୱେଷ୍ଟ ର ସଂଜ୍ଞା, ପ୍ରକାର ଭେଦ, ବ୍ୟବହାର, ସମସ୍ୟା, ଅଚଳ ଉପକରଣ ର ପରିଚାଳନା ପ୍ରଭୃତି ସମ୍ପର୍କ ରେ ବିଷଦ ଭାବେ ବୁଝାଇଥିଲେ କ୍ଷ ହାଇସ୍କୁଲ ର
ଶିକ୍ଷକବୃନ୍ଦ ଓ ଅନ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l
ଏହି କର୍ମଶାଳାରେ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l