Spread the love

ଆବର୍ଜନା ମୁକ୍ତ ରାଉରକେଲା, ସମ୍ପୁର୍ଣ୍ଣ ସ୍ବଚ୍ଛ ଏନଆଇଟି ପରିସର ……
ରାଉରକେଲା: ସସ୍ମିତା ପ୍ରଧାନ (ଦର୍ଶନ ସମୀକ୍ଷା) ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନଆଇଟି) ର ନିର୍ଦ୍ଦେଶକ ପ୍ରଫେସର ଉମା ମହେଶ୍ୱର ରାଓଙ୍କ ଆହ୍ବାନ କ୍ରମେ ପୁରାତନ ଛାତ୍ର ସଂଘ ( ନିଟ୍ରା) ଓ ଏନଆଇଟି ର ମିଳିତ ଆନୁକୂଲ୍ୟରେ ଆରଏମସି ତଥା ଆରଏସପି ର ସହଭାଗିତା ସହ ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖାର ପ୍ରତ୍ୟକ୍ଷ ସହଯୋଗରେ ସମଗ୍ର ରାଉରକେଲା କୁ ଆବର୍ଜନା ମୁକ୍ତ କରିବା ଓ ନଗର ବାସୀଙ୍କୁ ସ୍ବଚ୍ଛତା ସଚେତନ କରାଇବାର ଗୋଟିଏ ମହତ୍ବାକାଂକ୍ଷୀ ପ୍ରୟାସର ଶୁଭାରମ୍ଭ ହୋଇଛି। ଏହି ସମ୍ପୁର୍ଣ୍ଣ ରାଉରକେଲା କୁ ଆବର୍ଜନା ମୁକ୍ତ କରିବାର ବିପୁଳ ପ୍ରୟାସର ଉପକ୍ରମ ଋପେ ଏନଆଇଟି ରେ ସଂଗଠିତ ସ୍ବଚ୍ଛତା ଅଭିଯାନର ଏକଶତ ସପ୍ତାହ ପୂର୍ତ୍ତି ପାଳନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏନ୍ଆଇଟି ର ନିର୍ଦ୍ଦେଶକ ପ୍ରଫେସର ରାଓ ଏହି ସ୍ବଚ୍ଛତା କାର୍ଯ୍ୟକ୍ରମ ସୂଚାରୁରୂପେ ସମ୍ପନ୍ନ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିବା ସହ ଏଦିଗରେ ଆହୁରି ଅଧିକ ଦୀର୍ଘ ପଥ ଚାଲିବାକୁ ହେବ ବୋଲି ମତ ପ୍ରକାଶ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କୁ ସ୍ବଚ୍ଛତା ଶପଥ ପାଠ କରାଇଥିଲେ। ପ୍ରଫେସର ରାମକୃଷ୍ଣ ବିଶ୍ବାଳ ଛାତ୍ର ମାନଙ୍କୁ ନେଇ କ୍ୟାମ୍ପସ ପରିକ୍ରମା କରି ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଏକ ରାଲି ର ଆୟୋଜନ କରିଥିଲେ। ଏହି ସ୍ବଚ୍ଛତା ଅଭିଯାନର ଦାୟିତ୍ଵରେ ଥିବା ପ୍ରଫେସର ଅନିଲ ସିଂ, ଏନସିସି ଅଧିକାରୀ ପ୍ରଫେସର ଡ଼ଃ ଅଜିତ ବେହେରା, ପ୍ରଫେସର ଏଚ ବି ସାହୁ, ପ୍ରଫେସର ପଙ୍କଜ ସା, ପ୍ରଫେସର ଅନୁପମ ମିଶ୍ର ଙ୍କ ସମେତ ବହୁ ଡିନର, ପ୍ରଫେସର, କର୍ମଚାରୀ ଙ୍କ ସମେତ ନିଟ୍ରା ପକ୍ଷରୁ ଏହି ପ୍ରୟାସର ଆବାହକ ଭାରତ ଭୂଷଣ ମହାନ୍ତି,ନିଟ୍ରା ରାଉରକେଲା ଅଧ୍ୟକ୍ଷ ଇଂ ବିମଳ କୁମାର ବିଶି, ସମ୍ପାଦକ ରାହୁଲ ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

You Missed