Spread the love

ସାର୍ପ ପକ୍ଷରୁ ଯୁବ ପ୍ରତିଭା ସମ୍ମାନ
ପ୍ରଶାସନିକ ସେବା ଆୟୋଗ (ଓ,ଏ,ଏସ) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 14 ପ୍ରତିଭା ଙ୍କୁ ସମ୍ବର୍ଦ୍ଧନା ସମାଜ ସେବାକୁ ବ୍ରତ କରି ନିଅନ୍ତୁ, ସଞ୍ଜୀବ ପଣ୍ଡା (ଫଟୋ )


ନରସିଂହପୁର-ଆପ୍ର-3/11/24
ଓଡ଼ିଶା ଲୋକ ସେବା ଆୟୋଗ (OAS) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଉଭୟ ବଡ଼ମ୍ବା ନରସିଂହପୁର ବ୍ଲକ ର 14 ଜଣ
ଯୁବ ପ୍ରତିଭା ମାନଙ୍କୁ ନେଇ ନରସିଂହପୁର ସାର୍ପ ସଂଗଠନ ପକ୍ଷରୁ ଦ୍ୱିତୀୟ ଯୁବ ପ୍ରତିଭା ସମ୍ମାନ – ୨୦୨୪ ସମ୍ବର୍ଦ୍ଧନା ସଭା
ଭୁବନେଶ୍ବର ସ୍ଥିତ ଓଡିଶା ପୋଲସ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀ ର ନିର୍ଦେଶକ ସଞ୍ଜୀବ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଶାସନିକ ସେବା ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ଯୁବ ପ୍ରତିଭା ମାନେ ସମାଜ ପାଇଁ କାମ କରିବା ସହ ସେବାରେ ସମ୍ପର୍ପଣ ଭାବ ରଖିବା ପାଇଁ ପରାମର୍ଶ ଦେଇଦେବା ସହ ନିଜ ଗାଁ,ମା ଓ ମାତୃଭାଷା କୁ ପ୍ରାଥମିକତା ଦେବା ସହ ନିଜ ଅଞ୍ଚଳର ବିକାଶ କାର୍ଯ୍ୟ କରିବା ପାଇଁ ମତବ୍ୟକ୍ତ କରିଥିଲେ
ଭାରତ ସରକାର ଙ୍କ ଗୁହ ମନ୍ତ୍ରାଳୟ ର ପୂର୍ବତନ ସଚିବ ସୁରେଶ ଚନ୍ଦ୍ର ପଣ୍ଡା
ମୁଖ୍ୟ ବକ୍ତା ଭାବେ ଯୋଗଦେଇ
ଯୁବ ପ୍ରତିଭା ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହେବେ ଯାହା ଫଳରେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ ବୋଲି ଶ୍ରୀଯୁକ୍ତ ପଣ୍ଡା କହିଥିଲେ।
ଅନ୍ୟତମ ଅତିଥିଭାବେ ଭାବେ ଅବସର ପ୍ରାପ୍ତ ଜିଲ୍ଲାପାଳ ବିଷ୍ଣୁ ଚରଣ ସାହୁ
ଅବସର ପ୍ରାପ୍ତ ଜିଲ୍ଲା ଜଜ୍ ଦେବରାଜ ରାଉତ ପ୍ରମୁଖ ଯୋଗଦେଇ ବଡମ୍ବା ନରସିଂହପୁର ଅଞ୍ଚଳର ଯୁବ ପ୍ରତିଭା ଙ୍କୁ ଲୋଳ ଲୋଚନ କୁ ଆଣିବାରେ ସlର୍ପ ସଂଗଠନ ସହାୟକ ହୋଇଛି ବୋଲି କହିଥିଲେ।
ସାର୍ପ ସଂଗଠନ ସଭାପତି ତଥା ନରସିଂହପୁର ମହାବିଦ୍ୟାଳୟ ପୂର୍ବତନ ର ଅଧକ୍ଷ କୁଳମଣି ବାରିକି ଅଧ୍ୟକ୍ଷତା କରିଥିବା ବେଳେ ପ୍ରାକ୍ତନ ଇଂରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ଼ ପ୍ରଫୁଲ୍ଲ କୁମାର ସାହୁ ମଞ୍ଚ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସାର୍ପ ସଂପାଦକ ବିଜୟ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହ ସଂଗଠନ ର ଆଭିମୁଖ୍ୟ ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ
ସିଦ୍ଧାର୍ଥ ନାୟକ 20 rank
ପ୍ରଭୁଦତ୍ତ ପ୍ରଧାନ 29,
ରଞ୍ଜିତା ଲେଙ୍କା 38
ରାଜେଶ ସାହୁ 100
ବନ୍ଦିତା ପ୍ରିୟଦର୍ଶିନୀ 127
ଭବାନୀ ପ୍ରସାଦ ସାହୁ 164
ଚିନ୍ମୟ ରାଉତ 179,
ସାଗରିକା ସାହୁ 211
ମନ୍ମଥ ପାତ୍ର 329,
ମନୋରଞ୍ଜନ ସାହୁ 565
ଶୁଚିସ୍ମିତା ବେହେରା ଙ୍କ ସହିତ ମୋଟ 14
ଜଣଙ୍କୁ ପୁଷ୍ପଗୁଛ,ଉତ୍ତରୀୟ,ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ବଡମ୍ବା ନରସିଂହପୁର ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସନତ କୁମାର ମିଶ୍ର, ସଂଗ୍ରାମ କେଶରୀ ସାହୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *